ମେଷ: ବହୁ ଚେଷ୍ଟା ସତ୍ତ୍ଵେ ସଫଳ ହେବେ ନାହିଁ। ଚାକିରିରେ ସମସ୍ୟା ରହିବ। ରାଜନୀତିରେ ପ୍ରତିଦ୍ବନ୍ଦ୍ବତା ରହିବ। ମହିଳାମାନେ ଚିନ୍ତାରେ ରହିବେ। ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଶିକ୍ଷାର୍ଥୀ ଆଳସ୍ୟ ରହିବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ- ଧଳା।
ବୃଷ: ଦିନଟିରେ ବିଷମ ପରିସ୍ଥିତି ଦେଇ ଗତି କରିବେ । ରାଜନୀତିରେ ଅପ୍ରୀତିକର ପରିସ୍ଥିତି ରହି ପାରେ । ମହିଳା ମାନଙ୍କର ସ୍ବାସ୍ଥ୍ୟଜନିତ ସମସ୍ୟା ରହିପାରେ। ବାଣିଜ୍ୟରେ କ୍ଷତି ହୋଇପାରେ । ଶିକ୍ଷାର୍ଥୀ ହତୋତ୍ସାହ ରହିବେ । ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ।
ମିଥୁନ: ବିଭିନ୍ନ ମାର୍ଗରୁ ଆୟ କରିପାରନ୍ତି । ଚାକିରିରେ କର୍ତ୍ତୃପକ୍ଷଙ୍କର ଆସ୍ଥାଭାଜନ ହେବେ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ବାଣିଜ୍ୟ ଲାଭଜନକ ରହିବ। ଶିକ୍ଷାର୍ଥୀ ଉଚ୍ଚାଭିଳାଷୀ ହେବେ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍।
କର୍କଟ: ପରିଶ୍ରମର ଫଳ ପାଇବେ। ଦେହ ଓ ମନ ଭଲ ରହିବ। ରାଜନୀତିରେ ଶତ୍ରୁଜୟୀ ହେବେ। ଚାକିରିରେ ଦାୟିତ୍ବବୋଧ ରହିବ । ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ-୩, ଶୁଭ ରଙ୍ଗ- ହଳଦିଆ।
ସିଂହ: ଦିନଟି ଚଳଚଞ୍ଚଳ ରହିବେ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବା ଚାକିରିରେ ସହଯୋଗ ମିଳିବ। ଦିନଟିରେ ଚଳଚଞ୍ଚଳ ରହିବେ। ବାଣିଜ୍ୟରେ ସାଧାରଣ ଫଳ ମିଳିବ । ଶିକ୍ଷାର୍ଥୀ ଅସ୍ଥିରମନା ରହିବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ- ସିଲଭର୍ ।
କନ୍ୟା: ଦିନଟିରେ ଚଳଚଞ୍ଚଳ ରହିବେ । ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ଚାକିରିରେ ସହଯୋଗ ମିଳିବ । ମହିଳାମାନେ ସୁଖୀ ହେବେ । ବାଣିଜ୍ୟରେ ପ୍ରସାର ହେବ । ଶିକ୍ଷାର୍ଥୀ ଭ୍ରମଣପ୍ରିୟ ହେବେ । ଶୁଭ ଅଙ୍କ-୬, ଶୁଭ ରଙ୍ଗ- ସିଲଭର୍।
ତୁଳା: କିଛିଟା ଉତ୍ତେଜନା ଭିତରେ ଆଗେଇ ଚାଲିବେ। ରାଜନୀତିରେ ସକ୍ରିୟ ରହିବେ । ଚାକିରିରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ନେଇ ଚିନ୍ତାରେ ରହିବେ । ବାଣିଜ୍ୟରେ ସଫଳତା ମିଳିବ । ଶିକ୍ଷାର୍ଥୀ ଉଚ୍ଚାଭିଳାଷୀ ହେବେ । ଶୁଭ ଅଙ୍କ-୮, ଶୁଭ ରଙ୍ଗ- କଳା ।
ବିଛା: ହେଉଥିବା କାର୍ଯ୍ୟ ଅଳ୍ପକେ ବିଗଡ଼ି ଯାଇପାରେ । ଚାକିରିରେ ବ୍ୟସ୍ତ ବିବ୍ରତ ରହିବେ। ରାଜନୀତିରେ ପ୍ରତିକୂଳ ପରିସ୍ଥିତି ରହିବ। ବାଣିଜ୍ୟରେ ସମସ୍ୟା ରହିବ। ଶିକ୍ଷାର୍ଥୀ ଅବହେଳା କରିବେ । ଶୁଭ ଅଙ୍କ-୯, ଶୁଭ ରଙ୍ଗ- ମେରୁନ୍ ।
ଧନୁ: କର୍ମକ୍ଷେତ୍ର ଉତ୍ସାହଜନକ ରହିବ। ଚାକିରିରେ ପ୍ରଶଂସିତ ହେବେ। ରାଜନୀତିରେ ସୁନାମ ଅର୍ଜନ କରିବେ । ପରିବହନ ଓ ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ । ଶିକ୍ଷାର୍ଥୀ ପ୍ରସନ୍ନ ରହିବେ । ଶୁଭ ଅଙ୍କ – ୭, ଶୁଭ ରଙ୍ଗ- କଫି।
ମକର: କଠିନ ପରିଶ୍ରମ କରି ଆଗେଇ ଚାଲିବେ । ହଠାତ୍ ଦୂରଯାତ୍ରା କରିପାରନ୍ତି | ଚାକିରିରେ ଚଳଚଞ୍ଚଳ ରହିବେ । ପରିବହନ ଓ ବାଣିଜ୍ୟରେ ସ୍ବଳ୍ପ ଲାଭ ମିଳିବ। ଶିକ୍ଷାର୍ଥୀ ଭ୍ରମଣପ୍ରିୟ ହେବେ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ।
କୁମ୍ଭ: ଭବିଷ୍ୟତ ଯୋଜନା ନେଇ ଚିନ୍ତାରେ ରହିବେ। ରାଜନୀତିରେ ପ୍ରଭାବଶାଳୀ ରହିବେ । କିଛିଟା ଟେନସନ୍ ଭିତରେ ସୁଫଳ ପାଇବେ । ବାଣିଜ୍ୟରେ ପୁଞ୍ଜିନିବେଶ କରି ଚିନ୍ତାରେ ରହିବେ । ଶିକ୍ଷାର୍ଥୀ ଦୃଢ଼ମନା ହେବେ । ଶୁଭ ଅଙ୍କ- ୬,ଶୁଭ ରଙ୍ଗ- ସିଲଭର୍।
ମୀନ: ପ୍ରତିଟି କାର୍ଯ୍ୟରେ ସଫଳ ହେବେ । ଚାକିରିରେ ଧନ ସମ୍ମାନ ପ୍ରାପ୍ତି ହେବ । ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ। ପରିବହନ ଓ ବାଣିଜ୍ୟରେ ଉତ୍ତମ ଲାଭ ମିଳିବ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ । ଶୁଭ ଅଙ୍କ – ୩, ଶୁଭ ରଙ୍ଗ-ଗୋଲଡେନ୍।