ମେଷ: ଦିନଚର୍ଯ୍ୟାକୁ ଶୃଙ୍ଖଳିତ ରଖନ୍ତୁ। ବ୍ୟବସାୟରେ ଲାଭ ମିଳିବ। ଅଧୁରା କାମ ପୂରା କରିବାରେ ସଫଳ ହେବେ। ଚାକିରି କ୍ଷେତ୍ରରେ ନୂଆ ଦାୟିତ୍ବ ମିଳିପାରେ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ।
ବୃଷ: ଆର୍ଥିକ ଲାଭ ହେବ। ମନ ପ୍ରସନ୍ନ ରହିବ। ପ୍ରେମ ସମ୍ପର୍କରେ ଭୁଲ ବୁଝାମଣା ରହିବନି। ନିଜ ଦକ୍ଷତା ଓ ପ୍ରତିଭାକୁ ପ୍ରକାଶ କରିବାର ସୁଯୋଗ ପାଇବେ। ସୃଜନଶୀଳ କାମରେ ସଫଳତା ମିଳିପାରେ।
ମିଥୁନ: ନୂଆ ଲୋକଙ୍କ ସହ ପରିଚୟ ହୋଇପାରେ। ଚାକିରି କ୍ଷେତ୍ରରେ ଉନ୍ନତିର ସୁଯୋଗ ଅଛି। ବନ୍ଧୁ ଓ ସମ୍ପର୍କୀୟଙ୍କ ସହ ଭଲ ସମୟ ବିତିବ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ।
କର୍କଟ: ନୂଆ ଯୋଜନା କରିବା ପାଇଁ ଦିନଟି ଭଲ। ଆର୍ଥିକ ମାମଲାରେ ସତର୍କ ରହିବାର ଦିନ। କର୍ମକ୍ଷେତ୍ରରେ ଧୀରେ ଧୀରେ ସଫଳତା ମିଳିବ। ପରିବାରର ସହଯୋଗ ପାଇବେ।
ସିଂହ: ଦିନଟି ଚିନ୍ତାଜନକ ରହିବ। ଆର୍ଥିକ ନିଷ୍ପତ୍ତି ଭାବିଚିନ୍ତି ଦିଅନ୍ତୁ। କର୍ମକ୍ଷେତ୍ରରେ ନୂଆ ଦାୟିତ୍ବ ମିଳିପାରେ। ପରିବାରରେ ଶାନ୍ତି ଓ ଖୁସିର ପରିବେଶ ରହିବ।
କନ୍ୟା: ବ୍ୟବସାୟରେ ନୂଆ ଯୋଜନା ଲାଭଦାୟକ ହୋଇପାରେ। କର୍ମକ୍ଷେତ୍ରରେ ନିଜ ପ୍ରତିଭା ଦେଖାଇବାର ସୁଯୋଗ ମିଳିବନି। ପରିବାରରେ ଖୁସିର ମାହୋଲ ରହିବ। ନିଜ ଲକ୍ଷ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।
ତୁଳା: କିଛି ନୂଆ ଶିଖିବାର ସୁଯୋଗ ମିଳିପାରେ। ଦୂରଯାତ୍ରାର ଯୋଗ ରହିଛି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ରହିବ। ଆର୍ଥିକ ନିଷ୍ପତ୍ତି ନେବା ବେଳେ ସତର୍କ ରୁହନ୍ତୁ।
ବିଛା: ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। ପରିବାରରେ କୌଣସି ସମସ୍ୟାର ସମାଧାନ ହୋଇପାରେ। ନିଜ ଉପରେ ବିଶ୍ବାସ ରଖନ୍ତୁ। କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ।
ଧନୁ: ଅନ୍ୟମାନଙ୍କ ମତାମତକୁ ସମ୍ମାନ ଦିଅନ୍ତୁ। ସମ୍ପର୍କକୁ ଅଧିକ ଗୁରୁତ୍ବ ଦିଅନ୍ତୁ। ଜୀବନସାଥୀଙ୍କ ସହ ଭଲ ବୁଝାମଣା ରହିବ। ବ୍ୟବସାୟରେ ନୂଆ ଚୁକ୍ତି ହୋଇପାରେ।
ମକର: ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଆଜି ମନୋବଳ ଦୃଢ଼ ରହିବ। ନିଜ କାମରେ ସଫଳତା ପାଇବାର ସମ୍ଭାବନା ରହିଛି।
କୁମ୍ଭ: ଅଫିସ୍ରେ କାମ ଚାପ ରହିପାରେ। ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୁଅନ୍ତୁ ନାହିଁ। ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦିଅନ୍ତୁ। ନିଜ ସ୍ବାସ୍ଥ୍ୟ ଓ ଦୈନନ୍ଦିନ କାର୍ଯ୍ୟ ପ୍ରତି ଧ୍ୟାନ ଦେବାକୁ ପଡ଼ିବ।
ମୀନ: ଦିନଟି ଶୁଭ ଫଳ ପ୍ରଦାନ କରିବ। ନୂଆ କାମ ପାଇଁ ଉତ୍ସାହ ରହିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ସଫଳତା ପାଇପାରନ୍ତି। ପ୍ରେମ ସମ୍ପର୍କରେ ମଧୁରତା ଆସିବ।