ଶନିବାର ରାଶିଫଳ ( ୨୧-୦୮-୨୦୨୧ )

ମେଷ:କର୍ମକ୍ଷେତ୍ରରେ ସହଯୋଗ ମିଳିବ। ଉଭୟେ ପ୍ରେମ ଓ ଦାମ୍ପତ୍ୟ ସୁଖମୟ ରହିବ। ଚାକିରିରେ ନିଷ୍ଠା ରହିବ। ଶିଳ୍ପ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ। ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେବେ। ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି ବୃଷ: କୌଣସି ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ମହିଳାମାନେ ସଂସ୍କାରପ୍ରିୟ ହେବେ। ରାଜନୀତିରେ ଜନସେବାରେ ବ୍ରତୀ ହେବେ। ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ନିଷ୍ଠାରେ ରହିବେ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା ମିଥୁନ: କର୍ମକ୍ଷେତ୍ରରେ ଠକାମିରେ ପଡ଼ିପାରନ୍ତି। ସାଂସାରିକ ଅଶାନ୍ତି ଓ କଳହ […]

ମେଷ:କର୍ମକ୍ଷେତ୍ରରେ ସହଯୋଗ ମିଳିବ। ଉଭୟେ ପ୍ରେମ ଓ ଦାମ୍ପତ୍ୟ ସୁଖମୟ ରହିବ। ଚାକିରିରେ ନିଷ୍ଠା ରହିବ। ଶିଳ୍ପ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ। ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେବେ। ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି

ବୃଷ: କୌଣସି ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ମହିଳାମାନେ ସଂସ୍କାରପ୍ରିୟ ହେବେ। ରାଜନୀତିରେ ଜନସେବାରେ ବ୍ରତୀ ହେବେ। ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ନିଷ୍ଠାରେ ରହିବେ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ମିଥୁନ: କର୍ମକ୍ଷେତ୍ରରେ ଠକାମିରେ ପଡ଼ିପାରନ୍ତି। ସାଂସାରିକ ଅଶାନ୍ତି ଓ କଳହ ଦେଖାଦେବ। ଚାକିରିରେ ଚାପ ରହିବ। ବାଣିଜ୍ୟରେ କ୍ଷତି ହୋଇପାରେ। ଶିକ୍ଷାର୍ଥୀ ଭ୍ରମରେ ପଡିବେ। ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

କର୍କଟ: ଦିନଟି ପ୍ରସନ୍ନତା ଭିତରେ କଟିବ। ଉଭୟେ ପ୍ରେମ ଓ ସାଂସାରିକ ଉତ୍ତମ ବୁଝାମଣା ରହିବ। ରାଜନୀତିରେ ସୁନାମ ପାଇବେ। ବାଣିଜ୍ୟରେ ପ୍ରସାର ହେବ। ଶିକ୍ଷାର୍ଥୀ ସଫଳ ହେବେ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲଭର୍

ସିଂହ: କିଛିଟା ଉତ୍ତେଜନା ଭିତରେ ଆଗେଇ ଚାଲିବେ। ଚାକିରିରେ ସମ୍ମାନ ପାଇବେ। ମହିଳାମାନେ ପରିଶ୍ରମୀ ହେବେ। ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ଅଧ୍ୟୟନ ପ୍ରିୟ ହେବେ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

କନ୍ୟା: ଗୁରୁଜନମାନଙ୍କ ଦ୍ବାରା ଉପକୃତ ହେବେ। ସନ୍ତାନସନ୍ତତିମାନେ ଉନ୍ନତି କରିବେ। ଚାକିରିରେ ନିଷ୍ଠା ରହିବ। ବାଣିଜ୍ୟରେ ଲାଭାନ୍ବିତ ହେବେ। ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍

ତୁଳା: ଦିନଟିରେ ମନ୍ଥର ଗତିରେ କାର୍ଯ୍ୟ ସମ୍ପନ୍ନ ହେବ। ଚାକିରିରେ ଅବହେଳା ରହିବ। ମହିଳାମାନେ ହତାଦର ହେବେ। ବାଣିଜ୍ୟ ପ୍ରତିକୂଳ ରହିବ। ଶିକ୍ଷାର୍ଥୀ ଅସ୍ଥିର ରହିବେ।।ଶୁଭ ଅଙ୍କ-୮,ଶୁଭ ରଙ୍ଗ-କଳା

ବିଛା: ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଚାକିରିରେ ସ୍ଥାୟିତ୍ବ ବଢିବ। ରାଜନୀତିରେ ସକ୍ରିୟ ରହିବେ। ବାଣିଜ୍ୟରେ ସଫଳ ହେବେ। ଶିକ୍ଷାର୍ଥୀ ପରିଶ୍ରମୀ ହେବେ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲଭର୍

ଧନୁ: ଆର୍ଥିକ ଯୋଜନା ଫଳପ୍ରସୂ ହେବ। ଦାମ୍ପତ୍ୟରେ ସୁଖୀ ରହିବେ। ରାଜନୀତିରେ ଚଳଚଞ୍ଚଳ ରହିବେ। ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

ମକର: ଦିନଟି ଚଳଚଞ୍ଚଳ ରହିବେ। ରାଜନୀତିରେ ପ୍ରସିଦ୍ଧି ବଢିବ। ମହିଳାମାନେ ଯଶକୀର୍ତ୍ତି ପାଇବେ।ବାଣିଜ୍ୟରେ ପ୍ରସାର ହେବ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-କଳା

କୁମ୍ଭ: କର୍ମକ୍ଷେତ୍ରରେ ବ୍ୟୟବହୁଳତା ରହିବ। ମହିଳାମାନେ ଚିନ୍ତାରେ ରହିବେ। ପରିବହନ ଓ ବାଣିଜ୍ୟ ମାନ୍ଦା ରହିବ। ଶିକ୍ଷାର୍ଥୀ ଅସ୍ଥିର ରହିବେ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ଗୋଲଡେନ୍

ମୀନ: ବିଭିନ୍ନ ଉପାୟରେ ଅର୍ଥାଗମ ହେବ। ରାଜନୀତିରେ ନେତୃତ୍ୱ ବୃଦ୍ଧି ପାଇବ। ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ। ଶିକ୍ଷାର୍ଥୀ ଉଚ୍ଚାଭିଳାଷୀ ହେବେ। ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଫି

About The Author: The Sakala