ମେଷ: ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଦୀର୍ଘଦିନରୁ ଚାଲିଥିବା ପାରିବାରିକ ମତଭେଦ ଦୂର ହେବ। କର୍ମଚଞ୍ଚଳ ରହିବେ। ବିଦ୍ୟାର୍ଥୀ ପ୍ରତିଯୋଗିତା ପରୀକ୍ଷାରେ କୃତକାର୍ଯ୍ୟ ହେବେ।
ବୃଷ: ପାରିବାରିକ ଜୀବନ ସୁଖମୟ ହେବ। ଉଧାର ଦେଇଥିବା ଟଙ୍କା ଫେରି ପାଇବେ। ଭାଇ ଭଉଣୀଙ୍କ ସହଯୋଗ ମିଳିବ। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ଲୋକ ସମ୍ପର୍କ ବୃଦ୍ଧି ପାଇବ।
ମିଥୁନ: କ୍ୟାରିୟରକୁ ନେଇ ଚିନ୍ତାରେ ରହିପାରନ୍ତି। ପରିବାର ପାଇଁ ସମୟ ବାହାର କରିବେ। ବୈବାହିକ ଜୀବନ ସୁଖମୟ ହେବ। ସରକାରୀ ଚାକିରିଆଙ୍କ ପାଇଁ ଦିନଟି ଭଲ।
କର୍କଟ: ଅଫିସ୍ରେ ପଦୋନ୍ନତି ସମ୍ଭାବନା ଅଛି। ଧାର୍ମିକ ସ୍ଥାନକୁ ଯାତ୍ରାଯୋଗ ଅଛି। ନୂଆ କାମ ଆରମ୍ଭ କରିବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନେବେ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ।
ସିଂହ: ବ୍ୟବସାୟ ପାଇଁ ଚିନ୍ତାରେ ରହିପାରନ୍ତି। ଅର୍ଥ ନିବେଶରୁ ଦୂରେଇ ରହିବେ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। କୋର୍ଟ କଚେରୀ ମାମଲାରେ ବିଜୟ ଲାଭ କରିବେ। ଚକ୍ଷୁ ସମସ୍ୟା ଦେଖାଦେବ।
କନ୍ୟା: ଧାର୍ମିକ କାର୍ଯ୍ୟ ଆୟୋଜନ କରିବେ। ଛାତ୍ରଛାତ୍ରୀ ପଢ଼ାରେ ମନ ଦେବେ। ଉଧାର ଦେଇଥିବା ଟଙ୍କା ଫେରି ପାଇବେ। ସକାରାତ୍ମକ ଚିନ୍ତାଧାରା ନେଇ ଆଗକୁ ବଢ଼ିବେ।
ତୁଳା: ମନ ପ୍ରସନ୍ନ ରହିବ। ଦିନଟି ଶୁଭଫଳ ପ୍ରଦାନ କରିବ। ବ୍ୟବହାରରେ ସଂଯମତା ରକ୍ଷା କରିବେ। ମନରୁ ନକାରାତ୍ମକ ଚିନ୍ତାଧାରା ଦୂର ହେବ। ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିବେ।
ବିଛା: ଜମିବାଡ଼ିକୁ ନେଇ ବିବାଦ ଦେଖା ଦେବ। ଅଯଥା ଖର୍ଚ୍ଚରୁ ଦୂରେଇ ରହିବେ। ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା ଯୋଗ ଅଛି। ରାଜନେତାଙ୍କ ପାଇଁ ଦିନଟି ଭଲ। ମାନ ସମ୍ମାନ ବୃଦ୍ଧି ପାଇବ।
ଧନୁ: ଘର ପାଇଁ ନୂଆ ଜିନିଷ କିଣିବେ। ସନ୍ତାନଙ୍କ ଭବିଷ୍ୟତ ପାଇଁ ନୂଆ ଯୋଜନା କରିପାରନ୍ତି। ଜୀବନସାଥୀଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିବେ। ସମସ୍ତ ଇଚ୍ଛା ପୂରଣ ହେବ।
ମକର: ବିବାଦୀୟ କାର୍ଯ୍ୟରୁ ଦୂରେଇ ରହିବେ। ନୂଆ ଗାଡ଼ି କିଣିପାରନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ପରିବାର ସଦସ୍ୟଙ୍କ ସହ ହସଖୁସିରେ ସମୟ ଅତିବାହିତ କରିବେ।
କୁମ୍ଭ: ଦୀର୍ଘ ଦିନର ଆଶା ପୂରଣ ହେବ। ପଡ଼ୋଶୀଙ୍କ ସହ ମତାନ୍ତର ଦୂର ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଛାତ୍ରଛାତ୍ରୀ ମନୋରଞ୍ଜନରେ ସମୟ ଅତିବାହିତ କରିବେ। ଖର୍ଚ୍ଚ ବଢ଼ିବାରେ।
ମୀନ: ବ୍ୟବସାୟରେ ବାଧା ଆସିପାରେ। ଗୀତ, ନାଚରେ ସମୟ ଅତିବାହିତ କରିବେ। ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ। ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଅସହାୟଙ୍କୁ ସାହାଯ୍ୟ କରିବେ।