ମେଷ: ନିଜ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଜୀବନସାଥୀଙ୍କ ସହିତ ଉତ୍ତମ ବୁଝାମଣା ରହିବ। ବାଣିଜ୍ୟ ବେପାରରେ ଲାଭ ମିଳିବ। ଗୁରୁଜନଙ୍କ କଥା ମାନି ଚାଲନ୍ତୁ।
ବୃଷ: ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ନିଜ ସ୍ବାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ବୁଝିବିଚାରି କାମ କରିବା ଉଚିତ। ସନ୍ତାନଙ୍କ ଉନ୍ନତି ନିମନ୍ତେ ଚିନ୍ତିତ ରହିବେ। ମହିଳାମାନେ ଈଶ୍ବରବିଶ୍ବାସୀ ହେବେ।
ମିଥୁନ: ସାମାଜିକ କାର୍ଯ୍ୟକ୍ରମରେ ଦିନ ବିତିବ। ଲୋକସମ୍ମାନ ବୃଦ୍ଧି ପାଇବ। ନକରାତ୍ମକ ଚିନ୍ତାଧାରାରୁ ଦୂରେଇ ରୁହନ୍ତୁ। ପିଲାଙ୍କ ସ୍ବାସ୍ଥ୍ୟ ପ୍ରତି ଅଧÒକ ଯତ୍ନଶୀଳ ହୁଅନ୍ତୁ। ମାନସିକ ସ୍ଥିତି ସାମାନ୍ୟ ବିଗିଡ଼ିବ।
କର୍କଟ: ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଅନୁକୂଳ ସମୟ। ପିତାଙ୍କ ସହଯୋଗରେ କାର୍ଯ୍ୟରୁ ସଫଳ ହେବେ। ହଠାତ୍ ଦୂରସ୍ଥାନ ଯାତ୍ରା କରିପାରନ୍ତି। ପ୍ରେମ ବ୍ୟାପାରରେ ସଫଳତା ମିଳିବ।
ସିଂହ: ମହିଳାମାନେ ପିଲାମାନଙ୍କ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ। କାନ, ନାକ, ଗଳା ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ। କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ରହିବ।
କନ୍ୟା: ଅଟକି ଥିବା କାର୍ଯ୍ୟ ପୂରା ହେବ। ଗୁରୁଜନଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିବେ। ପ୍ରତିଯୋଗିତା ପରୀକ୍ଷାରେ ଛାତ୍ରଛାତ୍ରୀମାନେ କୃତିତ୍ବ ହାସଲ କରିବେ। ନୂତନ ଜମି କ୍ରୟ କରିପାରନ୍ତି। ଦାନ-ଧର୍ମ କରନ୍ତୁ।
ତୁଳା: ସକାରାତ୍ମକ ଭାବେ ଯୋଜନା ପ୍ରସ୍ତୁତ କରନ୍ତୁ। ମୁଣ୍ଡବିନ୍ଧା ଯନ୍ତ୍ରଣା ଅନୁଭବ କରିପାରନ୍ତି। ପତିପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ଈଶ୍ବରଙ୍କ ଆରାଧନା କରନ୍ତୁ।
ବିଛା: ଅଯଥା କଳି-ଝଗଡ଼ାରୁ ଦୂରେଇ ରୁହନ୍ତୁ। ଆୟ ଅନୁସାରେ ଅଧିକ ବ୍ୟୟ ହେବ। ପିଲାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ମହିଳାମାନେ ବ୍ୟତିବ୍ୟସ୍ତ ହେବେ। ଛାତ୍ରଛାତ୍ରୀମାନେ ଖେଳକୁଦ କରିବାକୁ ଗୁରୁତ୍ବ ଦେବେ।
ଧନୁ: ମାନସିକ ଚିନ୍ତା ବୃଦ୍ଧି ପାଇବ। ପିତାଙ୍କ ସ୍ବାସ୍ଥକୁ ଗୁରୁତ୍ବ ଦିଅନ୍ତୁ। ରାଜନୈତିକ ସମାବେଶରେ ସାମିଲ ହେବେ। ବ୍ୟବସାୟରୁ ସଫଳତା ମିଳିବ। କୋର୍ଟ-କଚେରୀ ମାମଲାରେ ବିଜୟୀ ହେବେ।
ମକର: କୌଣସି କାର୍ଯ୍ୟକୁ ନେଇ ଆଶାରେ ରହିବେ। ଭାଗ୍ୟ ଆପଣଙ୍କ ସାଥ୍ ଦେବ। ବ୍ୟାପାରରେ ମଧ୍ୟମ ଫଳ ପାଇବେ। ଅତିଥି ସତ୍କାର କରିବେ। ସାମାଜିକ କାର୍ଯ୍ୟରେ ପ୍ରଶଂସିତ ହୋଇପାରନ୍ତି।
କୁମ୍ଭ: ଦୂରସ୍ଥାନ ଯାତ୍ରା କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। କର୍ମକ୍ଷେତରେ ପଦୋନ୍ନତି ମିଳିପାରେ। ଅଯଥା ଖର୍ଚ୍ଚ କରନ୍ତୁନି। ଉଧାର ଦେଇଥିବା ଟଙ୍କା ଫେରିପାଇବାରେ ବିଳମ୍ବ ହେବ। ମହିଳାଙ୍କ ଦାୟିତ୍ବ ବଢ଼ିବ।
ମୀନ: ପ୍ରତିକୂଳ ପରିସ୍ଥିତିରେ ଭୟ କରନ୍ତୁନି। ନିଜ ଲୋକଙ୍କଠାରୁ ଆଘାତ ପାଇପାରନ୍ତି। ସ୍ବାସ୍ଥ୍ୟ ବିଗିଡ଼ିପାରେ। ନୂତନ ସ୍ଥାନକୁ ଯାତ୍ରା କରିପାରନ୍ତି। ନୂତନ ଯାନବାହନ କିମ୍ବା ଜମି କ୍ରୟ କରିପାରନ୍ତି।