ଶନିବାର ରାଶିଫଳ ( ୦୫-୦୩-୨୦୨୨ )

ମେଷ: କର୍ମକ୍ଷେତ୍ରରେ ମନ୍ଥରତା ରହିବ । ସାଂସାରିକ ଭୁଲ୍ ବୁଝାମଣା ରହିବ। ରାଜନୀତିରେ ପ୍ରତିଦ୍ବନ୍ଦିତା ରହିବ । ପରିବହନ ଓ ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ । ଶିକ୍ଷାର୍ଥୀ ଆଳସ୍ୟ ରହିବେ । ଶୁଭ ଅଙ୍କ-୭, ଶୁଭ ରଙ୍ଗ- କଫି । ବୃଷ: ଆୟର ପଥ ଉନ୍ମୁକ୍ତ ରହିବ। ମହିଳାମାନେ ଉଚ୍ଚାଭିଳାଷୀ ହେବେ। ରାଜନୀତିରେ ପ୍ରସିଦ୍ଧି ବଢ଼ିବ । ପରିବହନ ଓ ବାଣିଜ୍ୟରେ ଉତ୍ତମ ଲାଭ ମିଳିବ । ଶିକ୍ଷାର୍ଥୀ ଉଚ୍ଚଶିକ୍ଷା ପ୍ରତି ଆଗ୍ରହୀ ହେବେ […]

ମେଷ: କର୍ମକ୍ଷେତ୍ରରେ ମନ୍ଥରତା ରହିବ । ସାଂସାରିକ ଭୁଲ୍ ବୁଝାମଣା ରହିବ। ରାଜନୀତିରେ ପ୍ରତିଦ୍ବନ୍ଦିତା ରହିବ । ପରିବହନ ଓ ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ । ଶିକ୍ଷାର୍ଥୀ ଆଳସ୍ୟ ରହିବେ । ଶୁଭ ଅଙ୍କ-୭, ଶୁଭ ରଙ୍ଗ- କଫି ।

ବୃଷ: ଆୟର ପଥ ଉନ୍ମୁକ୍ତ ରହିବ। ମହିଳାମାନେ ଉଚ୍ଚାଭିଳାଷୀ ହେବେ। ରାଜନୀତିରେ ପ୍ରସିଦ୍ଧି ବଢ଼ିବ । ପରିବହନ ଓ ବାଣିଜ୍ୟରେ ଉତ୍ତମ ଲାଭ ମିଳିବ । ଶିକ୍ଷାର୍ଥୀ ଉଚ୍ଚଶିକ୍ଷା ପ୍ରତି ଆଗ୍ରହୀ ହେବେ । ଶୁଭ ଅଙ୍କ-୮, ଶୁଭ ରଙ୍ଗ- ନୀଳ।

ମିଥୁନ: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଯୋଗ ଦେଇ ସଫଳ ହେବେ। ଚାକିରିରେ ମାନମର୍ଯ୍ୟାଦା ବୃଦ୍ଧି ହେବ। ପରିବହନ ଓ ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ । ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ । ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ।

କର୍କଟ: କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି । ଚାକିରିରେ ନିଷ୍ଠାପର ରହିବେ । ମହିଳାମାନେ ଅନୁଶାସନ ପ୍ରିୟ ହେବେ । ବାଣିଜ୍ୟରେ ଲାଭ ମିଳିବ । ଶିକ୍ଷାର୍ଥୀ ଆଜ୍ଞାଧୀନ ହେବେ । ଶୁଭ ଅଙ୍କ-୯,ଶୁଭ ରଙ୍ଗ – ଲାଲ୍ ।

ସିଂହ: କର୍ମକ୍ଷେତ୍ରରେ ଠକାମିରେ ପଡ଼ିପାରନ୍ତି। ଚାକିରିରେ ଅଭିଯୋଗ ଆସିପାରେ। ରାଜନୀତିରେ କଠିନ ପରିସ୍ଥିତି ରହିବ । ମହିଳାମାନେ ହତାଦର ହେବେ । ବାଣିଜ୍ୟରେ ପ୍ରତିବନ୍ଧକ ରହିବ ଶିକ୍ଷାର୍ଥୀ ଚିନ୍ତାରେ ରହିବେ । ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ ।

କନ୍ୟା: ଦିନଟି ପ୍ରସନ୍ନତା ଭିତରେ କଟିବା ଚାକିରିରେ ଉଚ୍ଚ ପ୍ରଶଂସା ପ୍ରାପ୍ତି ହେବ। ରାଜନୀତିରେ ସହଯୋଗ ପାଇବେ । ମହିଳାମାନେ ଆଦରଣୀୟା ହେବେ । ବାଣିଜ୍ୟରେ ଲାଭାନ୍ବିତ ହେବେ । ଶିକ୍ଷାର୍ଥୀ ଉତ୍ସାହିତ ରହିବେ । ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍ ।

ତୁଳା: ପରିଶ୍ରମ ଫଳ ପାଇବେ । ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ । ଚାକିରିରେ କର୍ତବ୍ୟନିଷ୍ଠ ରହିବେ । ପରିବହନ ଓ ବାଣିଜ୍ୟରେ ଶୁଭଫଳ ମିଳିବ। ଶିକ୍ଷାର୍ଥୀ ଅଧୟନ ପ୍ରିୟ ହେବେ । ଶୁଭ ଅଙ୍କ- ୮, ଶୁଭ ରଙ୍ଗ- ନୀଳ ।

ବିଛା: ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ସନ୍ତାନସନ୍ତତିଙ୍କୁ ନେଇ ଖୁସିରେ ରହିବେ। ଚାକିରିରେ ସମ୍ମାନ ପାଇବେ। ବାଣିଜ୍ୟ ଲାଭଜନକ ରହିବ। ଶିକ୍ଷାର୍ଥୀ ଦୃଢ଼ମନା ରହିବେ ।ଶୁଭ ଅଙ୍କ-୩, ଶୁଭ ରଙ୍ଗ-ହଳଦିଆ ।

ଧନୁ: କର୍ମକ୍ଷେତ୍ରରେ ପ୍ରତାରଣା ପାଇପାରନ୍ତି। ଚାକିରିରେ ସମସ୍ୟା ରହିବ। ରାଜନୀତିରେ ଷଡ଼ଯନ୍ତ୍ରରେ ପଡ଼ିପାରନ୍ତି । ବାଣିଜ୍ୟରେ ପ୍ରତିବନ୍ଧକ ରହିବ। ଶିକ୍ଷାର୍ଥୀ ଉତ୍ତେଜନାରେ ରହିବେ । ଶୁଭ ଅଙ୍କ- ୮,ଶୁଭ ରଙ୍ଗ- ନୀଳ ।

ମକର: କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳ ହେବେ। ଭ୍ରାତା ଭଗ୍ନୀଙ୍କ ସହଯୋଗ ମିଳିବ । ଚାକିରିରେ ପଦୋନ୍ନତି ହୋଇପାରେ । ବାଣିଜ୍ୟ ଉତ୍ତମ ଲାଭ ମିଳିବ। ଶିକ୍ଷାର୍ଥୀ ନିଷ୍ଠାରେ ରହିବେ। ଶୁଭ ଅଙ୍କ – ୩, ଶୁଭ ରଙ୍ଗ- ଗୋଲଡେନ୍।

କୁମ୍ଭ: ଦିନଟି ଚଳଚଞ୍ଚଳ ରହିବେ । ଚାକିରିରେ ଦାୟିତ୍ବବୋଧ ରହିବ। ମହିଳାମାନେ ପରିଶ୍ରମୀ ହେବେ। ପରିବହନ ଓ ବାଣିଜ୍ୟରେ ଲାଭଜନକ ରହିବ। ଶିକ୍ଷାର୍ଥୀ ଅନୁଶାସନ ଭିତରେ ରହିବେ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-ଗୋଲେଡେନ୍ ।

ମୀନ: ଦିନଟି ହଷୋଲ୍ଲାସ ଭିତରେ କଟିବ। ଚାକିରିରେ ସହଯୋଗ ପାଇବେ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ। ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ- ୨, ଶୁଭ ରଙ୍ଗ- ଧଳା ।

About The Author: The Sakala