ମେଷ: କେତେକ କାର୍ଯ୍ୟକୁ ନେଇ ଚିନ୍ତିତ ରହିବେ। ମହିଳାମାନେ ଉଦାସ ରହିବେ। କର୍ମକ୍ଷେତ୍ରରେ ବାଦବିବାଦ ଦେଖାଦେବ। ବ୍ୟବସାୟରେ ଉନ୍ନତି ପାଇଁ ନୂତନ ପଥ ଚୟନ କରିବେ।
ବୃଷ: ପାରିବାରିକ ବୁଝାମଣା ଉତ୍ତମ ରହିବ। କର୍ମକ୍ଷେତ୍ରରେ ଉତ୍ସାହର ସହ କାର୍ଯ୍ୟ କରିବେ । ଦାମ୍ପତ୍ୟ ଜୀବନରେ ମଧୁର ସମ୍ପର୍କ ରହିବ। ଦୀର୍ଘଦିନର ସମସ୍ୟା ଭିନ୍ନ ମୋଡ଼ ନେବ।
ମିଥୁନ: ବ୍ୟବସାୟରେ ଉନ୍ନତି ହେବ। ଦୂରସ୍ଥାନକୁ ଯାତ୍ରା କରିବେ। ମାଙ୍ଗଳିକ କାର୍ଯ୍ୟ କରିବେ। ଭାଇଭଉଣୀଙ୍କ ସହଯୋଗ ପାଇବେ। ପ୍ରଶାସନିକ ଓ ରାଜନୀତି ସହ ଜଡ଼ିତ ବ୍ୟକ୍ତି ସଫଳତା ପାଇବେ।
କର୍କଟ: ଦିନଟି ମିଶ୍ରଫଳ ପ୍ରଦାନ କରିବ। ଆୟ ଅନୁସାରେ ଖର୍ଚ୍ଚ ବଢ଼ିବ। ବିଦ୍ୟାର୍ଥୀ ଖେଳକୁଦରେ ସମୟ ଅତିବାହିତ କରିବେ। ମହିଳାମାନେ ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବେ।
ସିଂହ: ଦିନଟି ଚିନ୍ତାଜନକ ରହିବ। ଗୁରୁଜନଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ। କର୍ମକ୍ଷେତ୍ରରେ ଲୋକପ୍ରିୟତା ବୃଦ୍ଧିପାଇବ। ପ୍ରେମ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ।
କନ୍ୟା: ଚାକିରିରେ ବ୍ୟସ୍ତତା ଭିତରେ କଟିବ। ପଡ଼ୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ। ବ୍ୟବସାୟରେ ଲାଭ ମିଳିବ। ପ୍ରେମିକ ପ୍ରେମିକାଙ୍କ ପାଇଁ ଦିନଟି ଭଲ। ନିବେଶ ଲାଗି ଉତ୍ତମ ସମୟ।
ତୁଳା: ଶାରୀରିକ ସମସ୍ୟା ଦେଖାଦେଇପାରେ। ଆଶା କରିଥିବା ଦିଗରୁ ଫଳ ପାଇବେ। ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖା ଦେବ। ବ୍ୟବସାୟ ଆରମ୍ଭ କରିବା ପାଇଁ ଅନୁକୂଳ ସମୟ।
ବିଛା: ଆର୍ଥିକ ସ୍ଥିତି ମଜଭୁତ ରହିବ। କର୍ମକ୍ଷେତ୍ରରେ ନୂଆ ଦାୟିତ୍ବ ନେବେ। ରାଜନୀତିରେ ସଫଳତା ମିଳିବ। ବନ୍ଧୁଙ୍କ ସାହାଯ୍ୟ ସହଯୋଗ ମିଳିବ। କଳା କ୍ଷେତ୍ର ପ୍ରତି ରୁଚି ବଢ଼ିବ।
ଧନୁ: ବ୍ୟବସାୟରେ ଠକାମିରେ ପଡ଼ିପାରନ୍ତି। ଅର୍ଥଚିନ୍ତା ଓ ଅଭାବ ଦେଖାଦେବ। ଛାତ୍ରଛାତ୍ରୀ ପଢ଼ାରେ ମନ ଦେବେ। ଘରେ ପୂଜା ପାଠ ଆୟୋଜନ କରିବେ। ଚାକିରି ପାଇଁ ଦୂର ସ୍ଥାନକୁ ଯାତ୍ରା କରିବେ।
ମକର: ଆୟର ନୂତନ ପଥ ଉନ୍ମୁକ୍ତ ହେବ। ବିଦ୍ୟାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ। କ୍ୟାରିୟରକୁ ନେଇ ବଡ଼ ନିଷ୍ପତ୍ତି ନେବେ। ସାମାଜିକ ମିଳାମିଶା ବଢ଼ିବ। ପ୍ରେମ ଜୀବନ ସୁଖମୟ ହେବ।
କୁମ୍ଭ: କାର୍ଯ୍ୟସିଦ୍ଧି ସହ ସୁଖସମ୍ମାନ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ଦାୟିତ୍ବବୋଧ ରହିବ। ପରିବାରବର୍ଗଙ୍କ ସହ ନିବିଡ଼ତା ବୃଦ୍ଧି ପାଇବ। ଜୀବନସାଥୀଙ୍କ ସହଯୋଗ ପାଇବେ।
ମୀନ: ପ୍ରତିଯୋଗିତାମୂଳକ ପରୀକ୍ଷାରେ ଶୁଭଫଳ ପାଇବେ। ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ। କୌଣସି ଖବର ମନକୁ ବିଚଳିତ କରିପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ନୂଆ ବ୍ୟବସାୟ ଆରମ୍ଭ କରିବେ।