ମେଷ: ଦିନଟି ହସଖୁସିରେ କଟିବ। ନୂଆ ଚାକିରିର ସୁଯୋଗ ଆସିବ। କୌଣସି ମାଙ୍ଗଳିକ କାର୍ଯ୍ୟରେ ସାମିଲ ହେବେ। ଚିଡଚିଡା ସ୍ବଭାବ ଯୋଗୁଁ ହଇରାଣ ହେବେ। ବାଦବିବାଦରୁ ଦୂରେଇ ରୁହନ୍ତୁ।
ବୃଷ: କର୍ମଚଞ୍ଚଳ ରହିବେ। ଖର୍ଚ୍ଚ ବୃଦ୍ଧି ହେବ। ନୂଆ କାମ ଆରମ୍ଭ କରିବା ପୂର୍ବରୁ ବାପାଙ୍କ ସହ ଆଲୋଚନା କରନ୍ତୁ। ସଭାସମିତିରେ ଯୋଗ ଦେଇ ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିବେ।
ମିଥୁନ: ପରିବାରର ବରିଷ୍ଠ ସଦସ୍ୟଙ୍କ ସହ ମନୋମାଳିନ୍ୟ ଦେଖା ଦେବ। ଅଫିସ୍ରେ କାର୍ଯ୍ୟଭାର ବଢ଼ିବ ଏବଂ ଅଧିକାରୀ କାମକୁ ନେଇ ଅସନ୍ତୁଷ୍ଟ ରହିବେ। ଭୁଲ୍ କାମ ପାଇଁ ମନସ୍ତାପ କରିବେ।
କର୍କଟ: ସାଂସାରିକ ଜୀବନ ହସଖୁସିେର ଅତିବାହିତ ହେବ। ନୂଆ ଜିନିଷ କିଣାକିଣି କରିବେ। ସନ୍ତାନଙ୍କ କ୍ୟାରିୟର୍କୁ ନେଇ ଚିନ୍ତାରେ ରହିବେ। ଭାବିଚିନ୍ତି ସେୟାର୍ ବଜାରରେ ନିବେଶ କରନ୍ତୁ।
ସିଂହ: ଭାଇଭଉଣୀଙ୍କ ମତାନ୍ତର ଦୂର ହେବ। ଖାଦ୍ୟପେୟ ଅଭ୍ୟାସରେ ପରିବର୍ତ୍ତନ ଆଣିବେ। ପେଟଜନିତ ସମସ୍ୟା ଦେଖା ଦେବ। ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ବିଜୟ ହାସଲ କରିବେ।
କନ୍ୟା: ସ୍ବାମୀ-ସ୍ତ୍ରୀ ଦୂର ସ୍ଥାନକୁ ଯାତ୍ରା କରିବେ। ପରିବାର ସଦସ୍ୟଙ୍କ କଥା ଆଘାତ ଦେବ। ଧୈର୍ଯ୍ୟର ସହ କାମ କରିବେ। ଆୟ ବଢ଼ିବା ହେତୁ ଖର୍ଚ୍ଚ ଅଧିକ ହେବ। ଅର୍ଥ ସଞ୍ଚୟ କରିବା ଯୋଜନା କରିବେ।
ତୁଳା: ଦିନଟି ମିଶ୍ରଫଳ ପ୍ରଦାନ କରିବ। ଛାତ୍ରଛାତ୍ରୀ ଅନ୍ୟମନସ୍କ ରହିବେ। କୌଣସି ଖୁସି ଖବର ମିଳିବ। ପ୍ରେମ ସମ୍ପର୍କରେ ପ୍ରଗାଢ଼ତା ଆସିବ। ନୂଆ କାମକୁ ଦାୟିତ୍ବର ସହ କରିବେ।
ବିଛା: ଆର୍ଥିକ ଦୃଷ୍ଟିରୁ ଦିନଟି ଶୁଭଙ୍କର। ବନ୍ଧୁଙ୍କ ସହ ମତାନ୍ତର ଦୂର ହେବ। ଚାକିରି ଆଶାୟୀଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ବିବାହ ସମସ୍ୟା ସମାଧାନ ହେବ। ପୂଜା, ପାଠରେ ମନଯୋଗ ଦେବେ।
ଧନୁ: ଦିନଟି ବ୍ୟସ୍ତତା ଭିତରେ କଟିବ। ରାଜନୀତିରେ କ୍ୟାରିୟର କରିବା ପାଇଁ ଉପଯୁକ୍ତ ସମୟ। ପଡ଼ୋଶୀଙ୍କ ସହ ମତଭେଦ ସୃଷ୍ଟି ହେବ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଭଲ ସମୟ।
ମକର: ସମାଜରେ ମାନ, ସମ୍ମାନ ବଢ଼ିବ। ଶତ୍ରୁଙ୍କୁ ପରାସ୍ତ କରିବେ। ଅଫିସ୍ରେ ପଦୋନ୍ନତି ସମ୍ଭାବନା ଅଛି। ହଜିଥିବା ଜିନିଷ ଫେରି ପାଇବେ ଧାର କରଜରୁ ଦୂରେଇ ରୁହନ୍ତୁ।
କୁମ୍ଭ: ପରିବାର ସଦସ୍ୟଙ୍କ ମଧ୍ୟରେ ଭୁଲ ବୁଝାମଣା ଦେଖା ଦେବ। ଜୀବନସାଥୀଙ୍କୁ ନେଇ ନୂଆ ସ୍ଥାନ ବୁଲିବାକୁ ଯିବେ। ସନ୍ତାନଙ୍କ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ।
ମୀନ: ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବେ। ଘରେ ପୂଜାପାଠ ଆୟୋଜନ କରିବେ। ଭାଇଭଉଣୀଙ୍କ ସହଯୋଗ ମିଳିବ। ଶାନ୍ତ ମନରେ କାମ କରିବେ। ବୈବାହିକ ଜୀବନ ସୁଖମୟ ହେବ।