Monday Horoscope: ସୋମବାର ରାଶିଫଳ (୨୧-୦୯-୨୦୨୬)

ମେଷ: ଅଚାନକ ଖୁସି ଖବର ମିଳିବ। ବ୍ୟବସାୟରୁ ସଫଳତା ମିଳିପାରେ। ବ୍ୟବସାୟ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି। ପଡୋଶୀଙ୍କ ସହ ସୁସମ୍ପର୍କ ରହିବ। ଉଧାର ଟଙ୍କା ଫେରି ପାଇବେ । 

ବୃଷ: ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ବହୁତ ଭଲ। ବିଦ୍ୟାର୍ଥୀମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ। ମହିଳାମାନେ ପୂଜାର୍ଚ୍ଚନାରେ ବ୍ୟସ୍ତ ରହିପାରନ୍ତି।

ମିଥୁନ: ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। କଳା ଓ ସାହିତ୍ୟ କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। 

କର୍କଟ: ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି।  ପରିବାରବର୍ଗଙ୍କ ସହ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ। ଅଫିସ୍‌ ସହକର୍ମୀଙ୍କ ସହଯୋଗ ମିଳିବ।

ସିଂହ: ଦୀର୍ଘ ଦିନର ଆଶା ପୂରଣ ହେବ। ବିଦ୍ୟାର୍ଥୀମାନେ ଖେଳମନସ୍କ ହେବେ। ବ୍ୟବସାୟ ଦୃଷ୍ଟିରୁ ଦିନଟି ବହୁତ ଭଲ। ଲୋକ ସମ୍ପର୍କ ବୃଦ୍ଧି ପାଇବ। ପରିଶ୍ରମର ଫଳ ମିଳିବ।  

କନ୍ୟା: ପ୍ରେମ ବ୍ୟାପାରରେ ସମସ୍ୟା ଦେଖାଦେବ। ଗୁରୁଜନଙ୍କ ପରାମର୍ଶ ନେଇ ନୂତନ ବ୍ୟବସାୟ ଆରମ୍ଭ କରିବେ।  ପିଲାମାନେ ଖେଳକୁଦରେ ସମୟ ବିତାଇବେ। ନୂତନ ଜମି କ୍ରୟ କରିପାରନ୍ତି।  

ତୁଳା: ଭୂମି, ଯାନବାହନ କିଣିବାର ଅଧିକ ସମ୍ଭାବନା ରହିଛି। ଅଭିଭାବକମାନେ ସନ୍ତାନଙ୍କ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ। ପ୍ରତିକୂଳ ପରିସ୍ଥିତିରେ ଧୈର୍ଯ୍ୟହରା ହୁଅନ୍ତୁନି। 

ବିଛା: ଅଫିସ୍‌ କାର୍ଯ୍ୟ ପାଇଁ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।  ଅଚାନକ ଖୁସି ଖବର ମିଳିବ। ବିଦ୍ୟାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହେବ। ଯାନବାହନ ଚଳାଚଳ ସମୟରେ ସତର୍କତା ଅବଲମ୍ବନ  ଜରୁରି।

ଧନୁ: ସୃଜନଶୀଳତା ବୃଦ୍ଧି ପାଇବ। ଅଧିକ ଖର୍ଚ୍ଚାନ୍ତ ହେବେ। ପ୍ରେମ  ବ୍ୟାପାରରେ ସଫଳ  ହେବେ।  କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ  ମିଳିପାରେ। ଆଇଟି କର୍ମଚାରୀଙ୍କ ପାଇଁ ଦିନଟି ଭଲ। 
 
ମକର: ବନ୍ଧୁଙ୍କ ସହିତ ମନୋରଞ୍ଜନ କରିବେ। ପିଲାମାନେ ପଢ଼ାପ୍ରତି ଅଧିକ ଧ୍ୟାନ ଦେବେ । ଘରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ କରିବେ। ସକାରାତ୍ମକ ଚିନ୍ତାଧାରା ସହିତ ଆଗକୁ ବଢ଼ିବେ। 

କୁମ୍ଭ: ଅଚାନକ ମନ ଭିତରେ ପରିବର୍ତ୍ତନ ଆସିପାରେ। ଆର୍ଥିକ ସମସ୍ୟା ରହିବନି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଆୟ ଅନୁସାରେ ଅଧିକ ବ୍ୟୟ ହେବ। ଭଗବାନଙ୍କ ପୂଜାର୍ଚ୍ଚନା କରନ୍ତୁ। 

ମୀନ: ଜମି କିଣାବିକା ଯୋଗ ରହିଛି। ଅଧିକ ଲାଭ ପାଇବା ଆଶାରେ ଭୁଲ୍‌ କରନ୍ତୁନି। ପାରିବାରିକ ସମସ୍ୟା ସମାଧାନ ହେବ। ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ।  

About The Author: Madhusudan Das