ମେଷ: ଭାଗ୍ୟ ଆପଣଙ୍କ ସାଥ୍ ଦେବ। ମନ ପ୍ରସନ୍ନ ରହିବ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। କର୍ମଚଞ୍ଚଳ ରହିବେ। ଆୟ ବ୍ୟୟ ସମାନ ରହିବ।
ବୃଷ: ପାରିବାରିକ ଜୀବନ ସୁଖମୟ ହେବ। ବ୍ୟବସାୟକୁ ନେଇ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ମହିଳାମାନେ ଘର କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ।
ମିଥୁନ: ଅଚାନକ ଖୁସି ଖବର ମିଳିପାରେ। ବିଦ୍ୟାର୍ଥୀ କ୍ୟାରିୟରକୁ ନେଇ ଚିନ୍ତାରେ ରହିପାରନ୍ତି। ପରିବାର ପାଇଁ ସମୟ ବାହାର କରିବେ। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି।
କର୍କଟ: ଅଫିସ୍ରେ ପଦୋନ୍ନତି ସମ୍ଭାବନା ଅଛି। ଗୁରୁଜନଙ୍କ ପରାମର୍ଶ ନେଇ ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ଛାତ୍ରଛାତ୍ରୀ ଖେଳକୁଦରେ ସମୟ ଅତିବାହିତ କରିବେ।
ସିଂହ: ଆତ୍ମବିଶ୍ବାସ ବୃଦ୍ଧି ପାଇବ। କୋର୍ଟ କଚେରୀ ମାମଲାରେ ବିଜୟ ଲାଭ କରିବେ। ସାମାଜିକ କାର୍ଯ୍ୟକ୍ରମରେ ସାମିଲ ରହିବେ। ନିଜ ଲୋକ ଶତ୍ରୁ ସାଜି ପାରନ୍ତି। ଖର୍ଚ୍ଚ ବଢ଼ିପାରେ।
କନ୍ୟା: ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ। ମହିଳାମାନେ ଘର କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। ଅଫିସ୍ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ପୁରୁଣା ନିବେଶରୁ ଲାଭ ମିଳିପାରେ।
ତୁଳା: ମନ ପ୍ରସନ୍ନ ରହିବ। ଦିନଟି ଶୁଭଫଳ ପ୍ରଦାନ କରିବ। ବ୍ୟବହାରରେ ସଂଯମତା ରକ୍ଷା କରିବେ। ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିପାରନ୍ତି। ଚକ୍ଷୁ ସମସ୍ୟା ଦେଖାଦେବ।
ବିଛା: ଜମିବାଡ଼ିକୁ ନେଇ ବିବାଦ ଦେଖା ଦେବ। ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି। ମାନସମ୍ମାନ ବୃଦ୍ଧି ପାଇବ। ଶାରୀରିକ କଷ୍ଟ ଭୋଗିପାରନ୍ତି। ଅଫିସ୍ ସହକର୍ମୀଙ୍କ ସହଯୋଗ ମିଳିପାରେ।
ଧନୁ: ଧାର୍ମିକ କାର୍ଯ୍ୟ ଆୟୋଜନ କରିବେ। ମନ ପ୍ରସନ୍ନ ରହିବ। ସନ୍ତାନଙ୍କ ଭବିଷ୍ୟତ ପାଇଁ ନୂଆ ଯୋଜନା କରିବେ। ସମସ୍ତ ଇଚ୍ଛା ପୂରଣ ହେବ। ଅପ୍ରିୟ ସତ କଥା କହି ସମସ୍ୟାରେ ପଡ଼ିପାରନ୍ତି।
ମକର: ବିବାଦୀୟ କାର୍ଯ୍ୟରୁ ଦୂରେଇ ରହିବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ପରିବାର ସଦସ୍ୟଙ୍କ ସହ ହସଖୁସିରେ ସମୟ ଅତିବାହିତ କରିବେ। ସଙ୍ଗୀତ ପ୍ରତି ରୁଚି ବଢ଼ିବ।
କୁମ୍ଭ: ନୂଆ କାର୍ଯ୍ୟ ଆରମ୍ଭରୁ ଦୂରେଇ ରହିବେ। ଅଫିସ୍ରେ ସହକର୍ମୀଙ୍କ ସାହାଯ୍ୟ ମିଳିପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପିଲାମାନେ ଖେଳକୁଦରେ ବ୍ୟସ୍ତ ରହିପାରନ୍ତି।
ମୀନ: ଆଶା କରିଥିବା ଦିଗରୁ ଧନ ମିଳିପାରେ। ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ। ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଅସହାୟଙ୍କୁ ସାହାଯ୍ୟ କରିବେ। ରାଜନେତାଙ୍କ ପାଇଁ ଦିନଟି ବହୁତ ଭଲ।