ମେଷ: କଟୁବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ଯେଉଁ ନିଷ୍ପତ୍ତି ନେଲେ ବି ସେଥିରୁ ସଫଳତା ମିଳିବ। ଧର୍ମ ଏବଂ ଅଧ୍ୟାତ୍ମ ପ୍ରତି ରୁଚି ବଢ଼ିବ। ବିଦ୍ୟାର୍ଥୀମାନେ ପଢ଼ାମନସ୍କ ହେବେ। ଜଗିରଖି ଚଳିବା ଭଲ।
ବୃଷ: ରଚନାତ୍ମକ କାର୍ଯ୍ୟରୁ ସଫଳତା ମିଳିବ। ନୂତନ ନିଯୁକ୍ତି ପାଇଁ ଆବେଦନ କରିପାରିବେ। ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ଉଧାର ଦେଇପାରନ୍ତି। ବୈବାହିକ କ୍ଷେତ୍ରରେ ବିଳମ୍ବ ଘଟିବ।
ମିଥୁନ: ଅଧିକ ଚିନ୍ତାରେ ରହିବେ। ବନ୍ଧୁମାନଙ୍କ ସହ ଭଲ ବ୍ୟବହାର କରନ୍ତୁ। ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନଶୀଳ ରହିବା ଭଲ। ଗୁରୁଜନଙ୍କ ସହଯୋଗ ନେଇ କାମ କରିବା ଭଲ।
କର୍କଟ: ବ୍ୟବସାୟରେ କ୍ଷତି ସହିପାରନ୍ତି। ପତି-ପତ୍ନୀଙ୍କ ମଧ୍ୟରେ ଭୁଲ ମୁଝାମଣା ହୋଇପାରେ। ମହିଳାମାନେ ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ। କୋର୍ଟ କଚେରୀ ମାମଲାରୁ ମୁକ୍ତି ମିଳିବ।
ସିଂହ: ଧୈର୍ଯ୍ୟର ସହିତ କାମ କରନ୍ତୁ। କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ଅଫିସ କାର୍ଯ୍ୟ ପାଇଁ ଦୂର ସ୍ଥାନ ଯାତ୍ରା କରିପାରନ୍ତି। ଅନ୍ୟ ଦେଶ ପାଇଁ ଭିସା ଆବେଦନ କରିବାକୁ ଚାହୁଁଥିଲେ ବର୍ତ୍ତମାନ ଅନୁକୂଳ ସମୟ।
କନ୍ୟା: ଅନେକ ବାଧାବିଘ୍ନ ଆସିପାରେ। କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ଜମିଜମା ମାମଲାରେ ସଫଳତା ମିଳିବ। ଯାନବାହନ କ୍ରୟ କରିପାରନ୍ତି। ବିଦ୍ୟାର୍ଥୀମାନେ କ୍ୟାରିୟରକୁ ନେଇ ଚିନ୍ତାେର ରହିବେ।
ତୁଳା: ମହିଳାମାନଙ୍କର ପୂଜାର୍ଚ୍ଚନାରେ ସମୟ ବିତିବ। ଦାନ-ପୁଣ୍ୟ କରିବାର ସୌଭାଗ୍ୟ ପାଇବେ। ଜମି କିଣିବାକୁ ଚାହୁଁଥିଲେ ବର୍ତ୍ତମାନ ଅନୁକୂଳ ସମୟ। ପ୍ରେମ ବ୍ୟାପାରରେ ସଫଳତା ମିଳିବ।
ବିଛା: ପାରିବାରିକ କଳହ ଲାଗିପାରେ। ମାନସିକ ଅଶାନ୍ତି ଲାଗି ରହିବ। ବିବାହ ସମ୍ବନ୍ଧୀୟ କଥାବାର୍ତ୍ତାରେ ବିଳମ୍ବ ଘଟିବ। କୌଣସି ଖବର ପାଇ ମନ ଦୁଃଖ ରହିବ ।
ଧନୁ: ସାମାଜିକସ୍ତରରେ ମାନସମ୍ମାନ ବୃଦ୍ଧି ପାଇବ। ନବଦମ୍ପତିଙ୍କ ପାଇଁ ସନ୍ତାନ ପ୍ରାପ୍ତି ଯୋଗ ରହିଛି। ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ। ଛାତ୍ରଛାତ୍ରୀମାନେ ଖେଳମନସ୍କ ରହିବେ। ସାମାନ୍ୟ ଆଘାତ ପାଇପାରନ୍ତି।
ମକର: ଆର୍ଥିକ ସମସ୍ୟା ଦୂରହେବ। ପିଲାମାନଙ୍କ କ୍ୟାରିୟରକୁ ନେଇ ଅଭିଭାବକ ଚିନ୍ତାରେ ରହିବେ। କୋର୍ଟ-କଚେରୀ ମାମଲାରୁ ନିସ୍ତାର ପାଇବେ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ।
କୁମ୍ଭ: ବହୁ ବାଧାବିଘ୍ନ ସତ୍ତ୍ବେ ସଫଳତା ମିଳିବ। ଛୋଟ ଛୋଟ କାର୍ଯ୍ୟରେ ସମସ୍ୟା ଉପୁଜିବ। ବିଦ୍ୟାର୍ଥୀଙ୍କ ପାଇଁ ସମୟ ବେଶ ଅନୁକୂଳ। ସନ୍ତାନଙ୍କ ଉନ୍ନତିରେ ଅଭିଭାବକ ଖୁସି ହେବେ।
ମୀନ: ସମୟ ଆପଣଙ୍କ ପାଇଁ ବେଶ୍ ଅନୁକୂଳ। ସରକାରୀ କାମକାର୍ଯ୍ୟ ମେଣ୍ଟାଇ ଦିଅନ୍ତୁ। ଦୂରସ୍ଥାନକୁ ଯାତ୍ରା କରୁଥିଲେ, ସାବଧାନତା ଅବଲମ୍ବନ କରନ୍ତୁ। ପତି-ପତ୍ନୀଙ୍କ ମଧ୍ୟ ସୁସମ୍ପର୍କ ବଢ଼ିବ।