ମେଷ: ଦିନଟି ଭଲରେ କଟିବ। ପରିବାରର ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଘରେ ପୂଜାପାଠର ଆୟୋଜନ ହୋଇପାରେ। ବାହନ ସୁଖ ପ୍ରାପ୍ତ ହେବ। ବିଦ୍ୟାର୍ଥୀମାନେ କୃତକାର୍ଯ୍ୟ ହେବେ।
ବୃଷ: ଜମିବାଡ଼ି କିଣିବା ଯୋଗ ଅଛି। ଆଇଟି ଓ ବ୍ୟାଙ୍କ କ୍ଷେତ୍ରରେ ସଫଳତା ମିଳିବ। କୌଣସି ଶୁଭ ସମାଚାର ପ୍ରାପ୍ତ ହେବ। ସେୟାର ବଜାରରେ ନିବେଶ କରିବାକୁ ଭଲ ସମୟ। ଅଯଥା ଖର୍ଚ୍ଚ କରନ୍ତୁନି।
ମିଥୁନ: ଛାତ୍ରଛାତ୍ରୀ ପଢ଼ାରେ ମନଯୋଗ ଦେବେ। ବ୍ୟବସାୟରେ ପରିବର୍ତ୍ତନ ଆଣିବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଧାର୍ମିକ ସମାବେଶରେ ଯୋଗ ଦେଇପାରନ୍ତି। ଦୂରସ୍ଥାନକୁ ଯାତ୍ରାଯୋଗ ଅଛି।
କର୍କଟ : ଦିନଟି ବ୍ୟସ୍ତତା ଭିତରେ କଟିବ। ଛାତ୍ରଛାତ୍ରୀ ପଢ଼ାରେ ମନୋନିବେଶ କରିବେ। ଉଚ୍ଚଶିକ୍ଷା ପାଇଁ ଅନୁକୂଳ ସମୟ। କଥାବାର୍ତ୍ତାରେ ମଧୁରତା ରଖିବେ। ଗୁରୁଜନଙ୍କ ସ୍ବାସ୍ଥ୍ୟ ସମସ୍ୟା ଚିନ୍ତା ବୃଦ୍ଧି କରିପାରେ।
ସିଂହ: ପରିବାର ସହ ଯାତ୍ରା ଯୋଗ ରହିଛି। ଘରକୁ ଅତିଥି ଆଗମନ କରିବେ। ଦିନଟି ହସଖୁସିରେ ଅତିବାହିତ ହେବ। ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ଆୟ ବ୍ୟୟ ସମାନ ରହିବ। ସଙ୍ଗୀତ ପ୍ରତି ରୁଚି ବଢ଼ିବ।
କନ୍ୟା: ନିଜ ଲୋକ ଶତ୍ରୁ ସାଜିପାରନ୍ତି। ମାପିଚୁପି କଥା କୁହନ୍ତୁ। ବ୍ୟବସାୟକୁ ଆଗକୁ ବଢ଼ାଇବାରେ ସଫଳ ହେବେ। ରିୟଲ ଇଷ୍ଟେଷ୍ଟ ବ୍ୟବସାୟରେ ଲାଭ ହେବ। ବନ୍ଧୁଙ୍କ ଦ୍ବାରା ଧନପ୍ରାପ୍ତି ଯୋଗ ରହିଛି।
ତୁଳା: ବ୍ୟସ୍ତତା ଭିତରେ ପରିବାର ପାଇଁ ସମୟ ବାହାର କରିବେ। ମନ ପ୍ରସନ୍ନ ରହିବ। ଖର୍ଚ୍ଚ ବୃଦ୍ଧି ପାଇବ। ମନପସନ୍ଦର କୌଣସି କାର୍ଯ୍ୟ କରିବେ। ରାଜନେତାଙ୍କ ପାଇଁ ଦିନଟି ଭଲ।
ବିଛା: ବରିଷ୍ଠ ଅଧିକାରୀଙ୍କ ସହ କଥାବାର୍ତ୍ତା ସମୟରେ ସଂଯମତା ରକ୍ଷା କରନ୍ତୁ। ପ୍ରଶାସନିକ କ୍ଷେତ୍ରରେ ସଫଳତା ପାଇବେ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ଯୋଜନା ମୁତାବକ କାମ କରନ୍ତୁ।
ଧନୁ: ପ୍ରେମ ଜୀବନରେ ପ୍ରଗାଢ଼ତା ଆସିବ। ଯାନବାହନ ଓ ଜମି କିଣିବାର ଯୋଗ ଅଛି। କୌଣସି ନୂଆ କାମ ମିଳିପାରେ। ସରକାରି ଚାକିରିଆଙ୍କ ପାଇଁ ଦିନଟି ଭଲ। ସାମାଜିକ କାର୍ଯ୍ୟରେ ସାମିଲ ରହିବେ।
ମକର: କ୍ୟାରିୟର ପାଇଁ ଭଲ ସମୟ ରହିବ। ନୂଆ ଲୋକଙ୍କୁ ଭେଟିବାର ସୁଯୋଗ ଜୁଟିବ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରିବେ। ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ଅଯଥା ଯୁକ୍ତିତର୍କ ହୋଇପାରେ।
କୁମ୍ଭ: ସଫଳତା ପାଇଁ ଅଧିକ ପରିଶ୍ରମ କରିବେ। ପରିବାରର ସହଯୋଗ ମିଳିବ। ଚାକରିରେ ପଦୋନ୍ନତି ସମ୍ଭାବନା ରହିଛି। ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ମୀନ: ବିବାହ ସ୍ଥିର ହେବ। କୌଣସି ନୂଆ ବିଷୟ ପ୍ରତି ଆଗ୍ରହ ବଢ଼ିବ। ଅଫିସ୍ କାର୍ଯ୍ୟ ପାଇଁ ବିଦେଶ ଯାତ୍ରା ଯୋଗ ରହିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ପଡ଼ୋଶୀଙ୍କ ସହ ସୁ-ସମ୍ପର୍କ ବଢ଼ିବ।