ମେଷ: ନୂତନ ବ୍ୟବସାୟ ପାଇଁ ଭଲ ସମୟ। ଧାର କରଜରୁ ଦୂରେଇ ରହିବେ। ବ୍ୟବସାୟରେ କ୍ଷତି ହୋଇପାରେ। ପ୍ରିୟବନ୍ଧୁଙ୍କୁ ନିଜ ମନକଥା କହିବେ। ପ୍ରେମୀଯୁଗଳଙ୍କ ମତାନ୍ତର ଦୂର ହେବ।
ବୃଷ: ଅବିବାହିତଙ୍କ ବିବାହ ସ୍ଥିର ହେବ। ବିଦ୍ୟାର୍ଥୀ ପଢ଼ାରେ ମନଯୋଗ ଦେବେ। ସମ୍ପତ୍ତି ବିବାଦ ସମାଧାନ ହେବ। ପିଲାମାନେ ଖେଳକୁଦରେ ସମୟ ବିତାଇବେ।
ମିଥୁନ: ଦିନଟି ମିଶ୍ରଫଳ ପ୍ରଦାନ କରିବ। ଦୂର ସ୍ଥାନକୁ ଯାତ୍ରାଯୋଗ ଅଛି। ବ୍ୟବସାୟୀ ନୂଆ ବ୍ୟବସାୟର ଯୋଜନା କରିବେ। ସ୍ଥ୍ୟ ସମସ୍ୟା ଦେଖାଦେବ। ଅଫିସ୍ ସହକର୍ମୀଙ୍କ ସହଯୋଗରେ ଆଗକୁ ବଢ଼ିବେ।
କର୍କଟ: ରାଜନେତାଙ୍କ ପାଇଁ ଦିନଟି ଭଲ। ଜମି କାରବାରରେ ସଫଳ ହେବେ। ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖା ଦେଇପାରେ। ଅଯଥା କାମରେ ସମୟ ନଷ୍ଟ ହେବ।
ସିଂହ: ଧନ ଆଗମନ ହେବ। ଅଫିସ୍ କାମ ଠିକ୍ ସମୟରେ ଶେଷ କରିବେ। ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ପଡୋଶୀଙ୍କ ସହ ମନୋମାଳିନ୍ୟ ହୋଇପାରେ।
କନ୍ୟା: ବନ୍ଧୁଙ୍କ ସହ ସମୟ ଅତିବାହିତ କରିବେ। ଅଫିସ୍ରେ ଅସୁବିଧାର ସମ୍ମୁଖୀନ ହେବେ। ଚାକିରିରେ ବଦଳି ସମ୍ଭାବନା ଅଛି। ଦାନ ଧର୍ମ କରିବେ।
ତୁଳା: ମନ ଖୁସି ରହିବ। ନୂଆ ଚାକିରି ମିଳିବା ସମ୍ଭାବନା ଅଛି। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଭୁଲ୍ବୁଝାମଣା ଦେଖା ଦେବ। ମାନ ସମ୍ମାନ ବୃଦ୍ଧ ପାଇବ। ଅଫିସ୍ କାମ ପାଇଁ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।
ବିଛା: ରାଜନୀତିରେ ସକ୍ରିୟ ହେବେ। ସମସ୍ତ କାର୍ଯ୍ୟ ସୁଚାରୁରୂପେ ତୁଲାଇବେ। କୌଣସି କଥାକୁ ନେଇ ମନ ଉଣା କରିପାରନ୍ତି। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ।
ଧନୁ: ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବେ। କାର୍ଯ୍ୟରୁ ଆଶାଜନକ ଲାଭ ମିଳିବ ନାହିଁ। ଆୟ ଓ ବ୍ୟୟ ସମାନ ରହିବ। ନିଜ ଲୋକ ଶତ୍ରୁ ସାଜିପାରନ୍ତି।
ମକର: ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ଚକ୍ଷୁ ସମସ୍ୟା ଭୋଗିପାରନ୍ତି। ତରବରିଆ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଧାର୍ମିକ କାର୍ଯ୍ୟରେ ସାମିଲ ରହିବେ। ପୁରୁଣା ବନ୍ଧୁଙ୍କ ସହ ଭେଟ ହେବ।
କୁମ୍ଭ: ବ୍ୟାଙ୍କ ଓ ଆଇଟି କ୍ଷେତ୍ରରେ ସଫଳତା ମିଳିବ। ଚିନ୍ତା ଓ ଅବସାଦରେ ରହିବେ। ସାମାଜିକ ଓ ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିପାରନ୍ତି। କଠିନ ପରିଶ୍ରମ କରିବାକୁ ପଡ଼ିପାରେ।
ମୀନ: ନୂଆ ନିଯୁକ୍ତି ଅବସର ମିଳିବ। ନିଜ ପାଇଁ ସମୟ ବାହାର କରିବେ। ବୈବାହିକ ଜୀବନ ସୁଖମୟ ହେବ। ଅର୍ଥ ସଞ୍ଚୟ ଯୋଜନା କରିପାରନ୍ତି। ସମ୍ପତ୍ତିକୁ ନେଇ ବିବାଦ ଦେଖାଦେବ।