Friday Horoscope: ଶୁକ୍ରବାର ରାଶିଫଳ ( ୦୩-୦୪-୨୦୨୬ )

ମେଷ: ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ କଠିନ ପରିଶ୍ରମ କରିବାକୁ ପଡ଼ିପାରେ। ଧୈର୍ଯ୍ୟ ହରାନ୍ତୁନି। ଆର୍ଥିକ ସ୍ଥିତି ଭଲ ରହିବ। ବନ୍ଧୁଙ୍କ ସହାୟତା ମିଳିପାରେ। ବ୍ୟବସାୟ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି। 

ବୃଷ: ଅଚାନକ ଖୁସି ଖବର ପାଇପାରନ୍ତି। ମହିଳାମାନେ ଘର କାର୍ଯ୍ୟରେ ବ୍ୟସ୍ତ ରହିବେ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ଦୂରସ୍ଥାନକୁ ଯାତ୍ରା ଯୋଗ ଅଛି। ଆୟ ଅନୁସାରେ ବ୍ୟୟ କରନ୍ତୁ।  

ମିଥୁନ: ସାମାଜିକ କାର୍ଯ୍ୟରେ ସାମିଲ ରହିପାରନ୍ତି। ରାଜନେତାଙ୍କ ପାଇଁ ଦିନଟି ଭଲ। ଲୋକସମ୍ପର୍କ ବୃଦ୍ଧି ପାଇବ। ନୂତନ ଯାନବାହନ କିଣିପାରନ୍ତି। ଧାର୍ମିକ ପୁସ୍ତକ ପ୍ରତି ଆଗ୍ରହ ବଢ଼ିବ। 

କର୍କଟ: ପରୋପକାର କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ଅଫିସ୍‌ରେ କାର୍ଯ୍ୟଭାର ବଢ଼ିପାରେ। ଉଧାର ଟଙ୍କା ଫେରି ପାଇବେ। ଯୋଜନା ମୁତାବକ କାମ କରନ୍ତୁ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ।

ସିଂହ: ଅଫିସ୍‌ କାମ ପାଇଁ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ଜୀବନସାଥୀଙ୍କ ସହଯୋଗ ମିଳିପାରେ। ବାପାଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିବେ। 

କନ୍ୟା: ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପଡୋଶୀଙ୍କ ସହ ମନୋମାଳିନ୍ୟ ହୋଇପାରେ। ଘରେ ପୂଜାପାଠ ଆୟୋଜନ କରିବେ। ଅଟକିଥିବା କାର୍ଯ୍ୟ ପୂରା ହେବ। ଆୟର ନୂଆ ଅବସର ପ୍ରାପ୍ତ ହେବ। ଦାନ ଧର୍ମ କରନ୍ତୁ।  

ତୁଳା: ଆଜି ଦିନଟି ମିଶ୍ରଫଳ ପ୍ରଦାନ କରିବ। ଆର୍ଥିକ ସ୍ଥିତି ମଜଭୁତ୍ ହେବ। ବିବାହ ପ୍ରସ୍ତାବ ଆସିପାରେ। ରାଜନୀତିରେ ସଫଳତା ମିଳିପାରେ। ଛାତ୍ରଛାତ୍ରୀ କ୍ୟାରିୟର ପାଇଁ ନୂଆ ଯୋଜନା କରିବେ। 

ବିଛା: ଆଇଟି ଓ ବ୍ୟାଙ୍କ କ୍ଷେତ୍ରରେ ସଫଳତା ମିଳିବ। ଅଫିସ୍‌ରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିପାରେ । ଅଚାନକ ଖୁସି ଖବର ମିଳିପାରେ। ବୈବାହିକ ଜୀବନ ସୁଖଶାନ୍ତିରେ କଟିବ। 

ଧନୁ: ପରିବାର ଲୋକଙ୍କ ସହଯୋଗ ମିଳିବ। ସ୍ବାସ୍ଥ୍ୟରେ ସୁଧାର ଆସିବ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। କଥାରେ ମଧୁରତା ରକ୍ଷା କରିବେ। ନିଜ ଲୋକ ଶତ୍ରୁ ସାଜି ପାରନ୍ତି। ଦାନ ଧର୍ମ କରନ୍ତୁ।  

ମକର: ବ୍ୟବସାୟରେ ଲାଭ ମିଳିପାରେ। ଭାଇ-ଭାଇ ମଧ୍ୟରେ କଳହ ଦେଖାଦେବ। ପଡ଼ୋଶୀଙ୍କ ସହ ମତାନ୍ତର ହେବ। ଅଚାନକ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ପ୍ରେମ ସମ୍ବନ୍ଧ ସୁଖମୟ ହେବ। 

କୁମ୍ଭ: ବ୍ୟବସାୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବେ। ନିବେଶରୁ ଦୂରେଇ ରୁହନ୍ତୁ। ମାନ ସମ୍ମାନ ବୃଦ୍ଧି ପାଇବ। ବିବାହ ସମସ୍ୟାର ସମାଧାନ ହେବ। ଭାବି ଚିନ୍ତି ଖର୍ଚ୍ଚ କରନ୍ତୁ। ପୁରୁଣା ବନ୍ଧୁଙ୍କ ସହ  ସାକ୍ଷାତ ଯୋଗ ଅଛି। 

ମୀନ: ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଆତ୍ମବିଶ୍ବାସ ବୃଦ୍ଧି ପାଇବ। ପଢ଼ା ପାଇଁ ଅର୍ଥ ନିବେଶ କରିବେ। ଦୂରସ୍ଥାନକୁ ଯାତ୍ରା କରିବେ। ଧାର କରଜରୁ ନିବୃତ୍ତ ରହିବେ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। 

About The Author: Madhusudan Das