Friday horoscope: ଶୁକ୍ରବାର ରାଶିଫଳ ( ୦୨-୦୧-୨୦୨୬ )

ମେଷ: ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ପ୍ରେମ ସମ୍ପର୍କରେ ସମସ୍ୟା ସୃଷ୍ଟି ହୋଇପାରେ। ଦୀର୍ଘଦିନରୁ ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ଆୟ ଓ ବ୍ୟୟ ସମାନ ରହିବ। ମହିଳାମାନେ ଘରକାମରେ ବ୍ୟସ୍ତ ରହିବେ।  

ବୃଷ: ଆତ୍ମବିଶ୍ବାସ ବୃଦ୍ଧି ପାଇବ। ପାରିବାରିକ ଜୀବନ ସୁଖମୟ ହେବ। ପରିବାର ସହିତ ସୁଖଦ ସମୟ ଅତିବାହିତ କରିବେ। ବ୍ୟବସାୟ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।  

ମିଥୁନ: ଦିନଟି ଶୁଭଫଳ ପ୍ରଦାନ କରିବ। ଆର୍ଥିକ ମାମଲାରେ ସୁଧାର ଆସିବ। ସହକର୍ମୀଙ୍କ ସହଯୋଗରୁ ଅଫିସ୍ କାର୍ଯ୍ୟରେ ସଫଳତା ମିଳିବ। ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

କର୍କଟ: ବନ୍ଧୁ ତଥା ଭାଇଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ। ଅଫିସ୍‌ରେ  ସହକର୍ମୀଙ୍କ ସହଯୋଗରେ ଆଗକୁ ବଢ଼ିବେ। ମାନସମ୍ମାନ ବୃଦ୍ଧି ପାଇବ।  

ସିଂହ: କର୍ମ ଚଞ୍ଚଳ ରହିବେ। ମନ ପ୍ରଫୁଲ୍ଲିତ ରହିବ। ଆୟଠୁ ବ୍ୟୟ ଅଧିକ ହେବ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଘର ପାଇଁ ନୂଆ ଜିନିଷ କିଣିବେ। ଗୁରୁଜନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିପାରନ୍ତି। 

କନ୍ୟା: ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ। ରାଜନୀତିରେ ସାମିଲ ହେବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବୈବାହିକ ଜୀବନରେ ସମସ୍ୟା ଆସିବ। ସାଙ୍ଗଙ୍କ ସହ ଦୂରସ୍ଥାନକୁ ଯାତ୍ରା କରିବେ। 

ତୁଳା: ଅଫିସ୍‌ କାର୍ଯ୍ୟରେ ବିଦେଶ ଯାତ୍ରା ଯୋଗ ଅଛି। ଧାରକରଜରୁ ଦୂରେଇ ରହିବେ। ମାଆଙ୍କ ସ୍ବାସ୍ଥ୍ୟ ସମସ୍ୟାରେ ଉନ୍ନତି ପରିଲକ୍ଷିତ ହେବ। ନିବେଶ କରିବା ପୂର୍ବରୁ ଭଲଭାବେ ଚିନ୍ତା କରନ୍ତୁ।  

ବିଛା: ସୃଜନାତ୍ମକ କାର୍ଯ୍ୟରେ ସଫଳତା ମିଳିବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ମନ ପ୍ରସନ୍ନ ରହିବ। ପ୍ରେମ ସମ୍ବନ୍ଧ ମଜଭୁତ୍‌ ହେବ। ନିଜ ଲୋକ ଶତ୍ରୁ ସାଜିବେ। ମାପିଚୁପି କଥା କୁହନ୍ତୁ।

ଧନୁ: ନିବେଶରୁ ଲାଭ ମିଳିବ। କାର୍ଯ୍ୟରୁ ଆଶାଜନକ ଫଳ ମିଳିବ। ଆତ୍ମବିଶ୍ବାସର ସହ କାର୍ଯ୍ୟ ସମ୍ପାଦନ କରିବେ। ଅଫିସ୍‌ରେ ପଦୋନ୍ନତି ସମ୍ଭାବନା ଅଛି। କୋର୍ଟ କଚେରୀ ମାମଲାର ଶୁଣାଣି  ହେବ। 

ମକର: ଶାରୀରିକ ଯନ୍ତ୍ରଣା ଭୋଗିପାରନ୍ତି। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ବୁଲାବୁଲି ପାଇଁ ଯୋଜନା ପ୍ରସ୍ତୁତ କରିବେ। ଖେଳାଳିଙ୍କୁ ସଫଳତା ମିଳିବ। ବ୍ୟବସାୟରେ କ୍ଷତି ଘଟିବ। ଦାମ୍ପତ୍ତ୍ୟ ଜୀବନ ସୁଖମୟ ହେବ।  

କୁମ୍ଭ: ଦିନଟି ମିଶ୍ରଫଳ ପ୍ରଦାନ କରିବ। ଧାର୍ମିକ କାର୍ଯ୍ୟ କରିବେ। ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ସମାଜସେବାରେ ନିଜକୁ ନିୟୋଜିତ କରିବେ। ସରକାରି ଚାକିରିଆଙ୍କ ପାଇଁ ଦିନଟି ଭଲ। 

ମୀନ: ସନ୍ତାନଙ୍କ ଭବିଷ୍ୟତ ପାଇଁ ନୂଆ ଯୋଜନା କରିବେ। ବିଦ୍ୟାର୍ଥୀ ପଢ଼ାରେ ମନଯୋଗ ଦେବେ। ପଡ଼ୋଶୀଙ୍କ ସହ ବିବାଦ ଦେଖା ଦେବ। ବିଶେଷ କାର୍ଯ୍ୟରୁ ଲାଭ ମିଳିବ।  ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। 

About The Author: Madhusudan Das