ମେଷ: ଦିନଟିରେ ଚଳଚଞ୍ଚଳ ରହିବେ । ଚାକିରିରେ କାର୍ଯ୍ୟ ବହୁଳତା ରହିବ। ରାଜନୀତିରେ ପ୍ରଶଂସିତ ହେବେ । ପରିବହନ ଓ ବାଣିଜ୍ୟରେ ପରିସର ବୃଦ୍ଧି ପାଇବ । ଶିକ୍ଷାର୍ଥୀ ଚଳଚଞ୍ଚଳ ରହିବେ । ଶୁଭ ଅଙ୍କ – ୩, ଶୁଭ ରଙ୍ଗ – କ୍ରିମ୍
ବୃଷ: ବହୁଚେଷ୍ଟା କରି ସଫଳତା ପାଇବେ । ମହିଳାମାନେ ପରିଶ୍ରମୀ ହେବେ । ଚାକିରିରେ ଚଳଚଞ୍ଚଳ ରହିବେ। ବାଣିଜ୍ୟରେ ସ୍ବଳ୍ପ ଲାଭ ହେବ। ଶିକ୍ଷାର୍ଥୀ ଅଧ୍ୟୟନପ୍ରିୟ ହେବେ । ଶୁଭ ଅଙ୍କ –୨, ଶୁଭ ରଙ୍ଗ – ଧଳା
ମିଥୁନ: ବିଭିନ୍ନ ମାର୍ଗରୁ ଅର୍ଥାଗମ ହେବ । ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ। ମହିଳାମାନେ ଉଚ୍ଚାଭିଳାଷୀ ହେବେ । ବାଣିଜ୍ୟରେ ଉନ୍ନତି ହେବ । ଶିକ୍ଷାର୍ଥୀ କୃତିତ୍ବ ଅର୍ଜନ କରିବେ। ଶୁଭ ଅଙ୍କ – ୫, ଶୁଭ ରଙ୍ଗ – ସବୁଜ
କର୍କଟ: କର୍ମକ୍ଷେତ୍ରର ପରିସର ବୃଦ୍ଧିପାଇବ। ପ୍ରଶାସନିକ ଓ ରାଜନୀତିରେ ପ୍ରଭାବଶାଳୀ ରହିବେ । ପରିବହନ ଓ ବାଣିଜ୍ୟରେ ସଞ୍ଚୟ ହେବ । ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ –୧, ଶୁଭ ରଙ୍ଗ – ପିଙ୍କ୍
ସିଂହ : ହେଉଥିବା କାର୍ଯ୍ୟ ଅଳ୍ପକେ ବିଗିଡି ଯାଇପାରେ । ଚାକିରିରେ ଅବହେଳା ରହିବ। ରାଜନୀତିରେ ବିବାଦୀୟ ସ୍ଥିତି ରହିବ। ବାଣିଜ୍ୟ ପ୍ରତିକୂଳ ରହିବ। ଶିକ୍ଷାର୍ଥୀ ଚିନ୍ତାରେ ରହିବେ। ଶୁଭ ଅଙ୍କ – ୯, ଶୁଭ ରଙ୍ଗ – ମେରୁନ୍
କନ୍ୟା : କର୍ମକ୍ଷେତ୍ରରେ ବାଧାବିଘ୍ନ ରହିବ । ରାଜନୀତିରେ ଲୋକପ୍ରିୟତା ହ୍ରାସ ପାଇବ। ମହିଳାମାନେ ହତାଦର ହେବେ । ବାଣିଜ୍ୟରେ ପ୍ରତିବନ୍ଧକ ରହିବ। ଶିକ୍ଷାର୍ଥୀ ଅପଯଶ ପାଇବେ। ଶୁଭ ଅଙ୍କ – ୬, ଶୁଭ ରଙ୍ଗ – ସିଲ୍ଭର୍
ତୁଳା: ସ୍ଵପ୍ନ ସାକାର ହେବ। ମହିଳାମାନେ ଆଦରଣୀୟା ହେବେ । ରାଜନୀତିରେ ସୁନାମ ପାଇବେ । ଶିଳ୍ପ ଓ ବାଣିଜ୍ୟ ଉତ୍ସାହ ଜନକ ରହିବ। ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ – ୮, ଶୁଭ ରଙ୍ଗ – କଳା
ବିଛା : ଦିନଟି ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ଚାକିରିରେ ସୁଚାରୁରୂପେ ଦାୟିତ୍ବ ତୁଲାଇବେ । ପରିବହନ ଓ ବାଣିଜ୍ୟରେ ଲାଭ ମିଳିବ ଶିକ୍ଷାର୍ଥୀ ପରିଶ୍ରମୀ ହେବେ। ଶୁଭ ଅଙ୍କ –୧, ଶୁଭ ରଙ୍ଗ – ପିକ୍
ଧନୁ : କର୍ମକ୍ଷେତ୍ରରେ ଅସହଯୋଗ ରହିବ। ରାଜନୀତିରେ ପ୍ରତିଦ୍ବନ୍ଦିତା ରହିବ। ମହିଳାମାନେ ହତୋତ୍ସାହ ରହିବେ । ବାଣିଜ୍ୟରେ ବିଶେଷ ଲାଭ ହେବ ନାହିଁ । ଶିକ୍ଷାର୍ଥୀ ଅସ୍ଥିର ରହିବେ। ଶୁଭ ଅଙ୍କ –୨, ଶୁଭ ରଙ୍ଗ – ଧଳା
ମକର : ଶୃଙ୍ଖଳିତ ଭାବରେ କାର୍ଯ୍ୟ କରି ସଫଳ ହେବେ। ରାଜନୀତିରେ ଚଳଚଞ୍ଚଳ ରହିବେ । ଶିଳ୍ପ ଓ ବାଣିଜ୍ୟରେ ପ୍ରସାର ହେବ। ଶିକ୍ଷାର୍ଥୀ ପ୍ରସନ୍ନ ରହିବେ । ଶୁଭ ଅଙ୍କ – ୮, ଶୁଭ ରଙ୍ଗ – ବାଇଗଣୀ
କୁମ୍ଭ : ଚତୁରତାର ସହ କାର୍ଯ୍ୟ ତୁଲାଇବେ। ପ୍ରଶାସନିକ ସମ୍ମାନିତ ହେବେ । ମହିଳାମାନେ ରକ୍ଷଣଶୀଳା ହେବେ | ବାଣିଜ୍ୟରେ ଉତ୍ତମ ଆୟ ହେବ । ଶିକ୍ଷାର୍ଥୀ ସଫଳ ହେବେ। ଶୁଭ ଅଙ୍କ – ୩, ଶୁଭ ରଙ୍ଗ – ହଳଦିଆ
ମୀନ : ବକେୟା ଅର୍ଥକୁ କେନ୍ଦ୍ର କରି କଳହ ଓ ଅଶାନ୍ତି ଦେଖାଦେବ । ଚାକିରିରେ ଚାପ ରହିବ । ରାଜନୀତିରେ ସମସ୍ୟା ରହିବ। ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ଅସଫଳ ହୋଇପାରନ୍ତି । ଶୁଭ ଅଙ୍କ –୯, ଶୁଭ ରଙ୍ଗ – ମେରୁନ୍