Friday Horoscope: ଶୁକ୍ରବାର ରାଶିଫଳ ( ୦୧-୦୫-୨୦୨୬ )

ମେଷ: ଅଚାନକ ଖୁସି ଖବର ମିଳିବ। ପରିବାର ସଦସ୍ୟଙ୍କ ସହିତ ଦିନଟି ହସଖୁସିରେ ଅତିବାହିତ ହେବ। ପୁରୁଣା ନିବେଶରୁ ଲାଭ ମିଳିପାରେ। ମହିଳାମାନଙ୍କ ମନୋସ୍କାମନା ପୂର୍ଣ୍ଣ ହୋଇପାରେ। 

ବୃଷ:  ସାମାଜିକ କାର୍ଯ୍ୟକ୍ରମରେ ସାମିଲ ରହିପାରନ୍ତି। ଅଚାନକ ଧନ ବୃଦ୍ଧି ପାଇବ। ମହିଳାମାନେ ଘର କାର୍ଯ୍ୟରେ ବ୍ୟସ୍ତ ରହିବେ।  ଲୋକସମ୍ପର୍କ ବୃଦ୍ଧି ପାଇବ।  ପିଲାମାନେ  ଖେଳମନସ୍କ ହେବେ।  

ମିଥୁନ: ଗୁରୁଜନଙ୍କ ଆଶୀର୍ବାଦ ନେଇ ନୂଆ କାମ ଆରମ୍ଭ କରିପାରନ୍ତି। ପେଟଜନିତ ସମସ୍ୟା ଦେଖାଦେଇପାରେ। ଖର୍ଚ୍ଚ ନିୟନ୍ତ୍ରଣ କରନ୍ତୁ।  ଅନ୍ୟମାନଙ୍କୁ ସାହାଯ୍ୟ କରି ପ୍ରଶଂସିତ ହୋଇପାରନ୍ତି। 

କର୍କଟ: ଅଫିସ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଯୋଜନା ମୁତାବକ କାମ କରନ୍ତୁ।  ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖାଦେଇ ପାରେ। ଅଫିସ୍‌ ସହକର୍ମୀଙ୍କ ସହଯୋଗ ରହିବ। 

ସିଂହ:  ଯୋଗ ଓ ପ୍ରାଣାୟମରୁ ଦିନଟି ଆରମ୍ଭ କରିବେ। ଅଚାନକ ଧନ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ନୂତନ ବ୍ୟବସାୟ ପାଇଁ ଭଲ ସମୟ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ମାନସମ୍ମାନ ବୃଦ୍ଧି ପାଇବ।

କନ୍ୟା: ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।  ଯୋଜନା ମୁତାବକ କାମ କରିବେ। ସକାରାତ୍ମକ ଚିନ୍ତା ଠିକ୍‌ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବ। ଉଦ୍ଧାର ଦେଇଥିବା ଟଙ୍କା ଫେରି ପାଇବେ। 

ତୁଳା: ଅଚାନକ ଖୁସି ଖବର ପାଇବେ। ଦୀର୍ଘ ଦିନର ଆଶା ପୂରଣ ହେବ। ପରିବାର ସଦସ୍ୟଙ୍କ ସହିତ ସମୟ ଅତିବାହିତ ହେବ। ଅତ୍ୟଧିକ କାମକୁ ନେଇ ଚିନ୍ତା ବଢ଼ିପାରେ। ପେଟଜନିତ ସମସ୍ୟା ହୋଇପାରେ।

ବିଛା: ସାମାଜିକ କାର୍ଯ୍ୟକ୍ରମରେ ସାମିଲ ରହିବେ। ଲକ୍ଷ୍ୟ ପୂରା ହେବ। କଣ୍ଠଶିଳ୍ପୀଙ୍କ ପାଇଁ ଆଜି ଦିନଟି ବହୁତ ଭଲ।  ପତିପତ୍ନୀଙ୍କ ମଧ୍ୟରେ ଭୁଲ ବୁଝାମଣା ହୋଇପାରେ। ଚକ୍ଷୁ ସମସ୍ୟା ହୋଇପାରେ। 

ଧନୁ: ଆଜିର ଦିନରେ ବ୍ୟସ୍ତ ରହିପାରନ୍ତି। ଅଟକି ଥିବା ଧନ ଫେରି ପାଇବେ। ବିଦ୍ୟାର୍ଥୀ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଚକ୍ଷୁ ସମସ୍ୟା ଭୋଗି ପାରନ୍ତି।  

ମକର: ଦିନଟି ସୁଖପ୍ରଦାନ କରିବ। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଆୟ ଅନୁସାରେ ଅଧିକ ଖର୍ଚ୍ଚ ହେବ।  ଲୋକସମ୍ପର୍କ ବୃଦ୍ଧ଄ ପାଇବ। ଅପ୍ରିୟ ସତ କହି ସମସ୍ୟାରେ ପଡ଼ିପାରନ୍ତି। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ। 

କୁମ୍ଭ: ନୂତନ ବ୍ୟବସାୟ ଆରମ୍ଭ କରିବାକୁ ବର୍ତ୍ତମାନ ସମୟ ଅନୁକୂଳ। ଅଟକି ଥିବା କାମ ପୂରା ହେବ। ଅଚାନକ ଖୁସି ଖବର ମିଳିପାରେ। ଗୁରୁଜନଙ୍କ ଆଶୀର୍ବାଦ ନେଇ ନୂଆ କାମ ଆରମ୍ଭ କରିବେ। 

ମୀନ: ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିପାରେ। ଘର ପାଇଁ ମୂଲ୍ୟବାନ ସାମଗ୍ରୀ କିଣିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆଇଟି କର୍ମଚାରୀଙ୍କ ପାଇଁ ଦିନଟି ଭଲ।  

About The Author: Madhusudan Das