ମେଷ: କ୍ୟାରିୟରକୁ ନେଇ ଚିନ୍ତିତ ରହିବେ। ମାନ ସମ୍ମାନ ବୃଦ୍ଧି ପାଇବ। ଜରୁରି କାମ ପୂରା ହେବା ସମ୍ଭାବନା ଅଧିକ। ପରିବାର ଲୋକ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହୋଇପାରନ୍ତି।
ବୃଷ: ପୁରୁଣା ଦିନରୁ କରୁଥିବା କାମ ଯୋଜନା ମୁତାବକ ହେବ। ପରିସ୍ଥିତିକୁ ଦେଖି ଭୟ କରନ୍ତୁନି। ଜମି କିଣା -ବିକା ହୋଇପାରେ। ବନ୍ଧୁଙ୍କ ସହଯୋଗରେ ନୂତନ ବ୍ୟବସାୟ ଆରମ୍ଭ କରିବେ।
ମିଥୁନ: ଜୀବନରେ ଆସୁଥିବା ସମସ୍ୟାକୁ ନେଇ ଚିନ୍ତା କରନ୍ତୁନି। ବାଦବିବାଦରୁ ଦୂରେଇ ରୁହନ୍ତୁ। କାର୍ଯ୍ୟ କଠିନ ଲାଗିବ। ପାରିବାରିକ ବୁଝାମଣା ଠିକ୍ ରହିବ। କ୍ୟାରିୟର ସମ୍ବନ୍ଧୀୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି।
କର୍କଟ: ଦିନଟି ସକାରାତ୍ମକ ରହିବ। କାମରୁ ପ୍ରଶଂସା ପାଇବେ। ଛାତ୍ରଛାତ୍ରୀମାନେ ପାଠପଢ଼ା ଏବଂ ଖେଳପ୍ରତି ଅଧିକ ଧ୍ୟାନ ଦେବେ। ବନ୍ଧୁଙ୍କ ସହିତ ଗପସପ କରିବେ । କାମର ମାନ ଉପରେ ଧ୍ୟାନ ଦିଅନ୍ତୁ।
ସିଂହ: ଉଧାର ଦେଇଥିବା ଅର୍ଥ ଫେରିପାଇବେ। ସ୍ବାସ୍ଥ୍ୟପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଭଲ। ଅନ୍ୟ ଉପରେ ଭରସା କରିବା ଅନୁଚିତ। ଗୁରୁଜନଙ୍କ କଥା ମାନି ଚଳିବା ଭଲ।
କନ୍ୟା: ନକାରାତ୍ମକ ପରିସ୍ଥିତିରେ ନିଜକୁ ସମ୍ଭାଳନ୍ତୁ। ଅବିବାହିତ ବ୍ୟକ୍ତିଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। ନିଜ ବିଚାରଶକ୍ତି ଉପରେ ଭରସା ରଖନ୍ତୁ। ବିପରୀତ ପରିସ୍ଥିତିରେ ବିଚଳିତ ହୁଅନ୍ତୁ ନାହିଁ।
ତୁଳା: ବ୍ୟବସାୟିକ କ୍ଷେତ୍ରରେ ପୁଞ୍ଜି ନିେବଶ କରିବା ପୂର୍ବରୁ ଭଲଭାବେ ଚିନ୍ତା କରନ୍ତୁ। ଘର ମାହୋଲ ଶାନ୍ତିପୂର୍ଣ୍ଣ ରହିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।
ବିଛା: ବିଦ୍ୟାର୍ଥୀମାନେ ନିଜ କ୍ୟାରିୟରକୁ ଅଧିକ ଗୁରୁତ୍ବ ଦେବା ଦରକାର। ଆଳସ୍ୟ ଓ ଚିନ୍ତାରେ ଦିନଟି ବିତିବ। ପ୍ରେମ ବ୍ୟାପାରରେ ଶୁଭ ଖବର ପାଇବେ । ଘର କାମରେ ବ୍ୟସ୍ତ ରହିପାରନ୍ତି।
ଧନୁ: କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନେବା ଭଲ। ଅଫିସ୍ ଓ ଘର କାମରେ ବ୍ୟସ୍ତ ରହିବେ। ବନ୍ଧୁଙ୍କ ଠାରୁ ଖୁସି ଖବର ମିଳିପାରେ। ମହିଳାମାନେ ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ।
ମକର: ଧୈର୍ଯ୍ୟ ରଖି ଆଗକୁ ବଢ଼ନ୍ତୁ। ଟଙ୍କା ନେଣଦେଣ କିମ୍ବା ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀମାନେ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ।
କୁମ୍ଭ: ପରିସ୍ଥିତି ଅନୁସାରେ କାମ କରନ୍ତୁ । ମନକୁ ଆୟତ୍ତରେ ରଖିବା ଭଲ। କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ମହିଳାମାନେ ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବେ। ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ।
ମୀନ: କର୍ମକ୍ଷେତ୍ରରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ପୁରୁଣା ସମସ୍ୟା ଦେଖାଦେଇପାରେ। ଅଫିସ ରାଜନୀତିରେ ଆଦୌ ମୁଣ୍ଡ ପୂରାନ୍ତୁନି। ସାବଧାନତା ସହିତ କାର୍ଯ୍ୟ କରନ୍ତୁ।