ମେଷ: ନୂତନ ସମ୍ପର୍କ ସ୍ଥାପନା ପୂର୍ବରୁ ବ୍ୟକ୍ତିଙ୍କୁ ଭଲଭାବେ ଜାଣନ୍ତୁ । ବ୍ୟବସାୟିକ କାଗଜପତ୍ରକୁ ସମ୍ଭାଳି ରଖିବା ଭଲ। ଦାମ୍ପତ୍ୟ ସମ୍ପର୍କ ମଜଭୁତ ରହିବ। ଡେଲି ରୁଟିନ୍ରେ ଶାରୀରିକ ବ୍ୟାୟାମ ଓ ଯୋଗ ସାମିଲ କରନ୍ତୁ।
ବୃଷ: ବ୍ୟବସାୟରେ ସଫଳତା ମିଳିବ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ। ଅତିଥି ଚର୍ଚ୍ଚାରେ ସମୟ ବିତିବ। ପିଲାମାନେ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ। ଆୟ ଅନୁସାରେ ବ୍ୟୟ ବଢ଼ିବ।
ମିଥୁନ: ପିଲାମାନଙ୍କ ସହିତ ଦିନଟି ଭଲରେ କଟିବ। ରାଜନୈତିକ କାର୍ଯ୍ୟକ୍ରମରୁ ଦୂରେଇ ରୁହନ୍ତୁ। କାମ ଚାପରେ ରହିବେ। ଶାରୀରିକ ଏବଂ ମାନସିକ ଥକ୍କା ଅନୁଭବ କରିବେ। ନିଜ ପାଇଁ ସମୟ କାଢ଼ନ୍ତୁ।
କର୍କଟ: ବନ୍ଧୁ ସାକ୍ଷାତ ଯୋଗ ରହିଛି । ପଡ଼ି ରହିଥିବା କାର୍ଯ୍ୟରୁ ସଫଳତା ମିଳିବ। ସମସ୍ୟାରେ ଥିବା ବ୍ୟକ୍ତିଙ୍କୁ ସହଯୋଗ କରିବେ। ବ୍ୟବସାୟ ନିଷ୍ପତ୍ତିକୁ ନିଜେ ନିଅନ୍ତୁ। ଛୋଟ ଛୋଟ କଥାରେ ଚିଡ଼ନ୍ତୁନି।
ସିଂହ: ଧାର୍ମିକ ତଥା ଆଧ୍ୟାତ୍ମିକ କାର୍ଯ୍ୟରେ ସମୟ ବିତାଇବେ। ଜମି କିଣା-ବିକା ଯୋଗ ରହିଛି। ଅନ୍ୟ କାହା ଉପରେ ଭରସା କରନ୍ତୁନି। ପରିବାରର ସହଯୋଗ ରହିବ। ସ୍ବାସ୍ଥ୍ୟପ୍ରତି ଯତ୍ନବାନ ହୁଅନ୍ତୁ।
କନ୍ୟା: ନକାରାତ୍ମକ ଲୋକଙ୍କଠାରୁ ଦୂରେଇ ରୁହନ୍ତୁ। ଆର୍ଥିକ ସ୍ଥିତି ସ୍ଥିର ରହିବ। ପରିବାର ସହିତ ସମୟ ବିତାଇବେ। ମୁଣ୍ଡବିନ୍ଧା ଏବଂ ଆଣ୍ଠୁଜନିତ ସମସ୍ୟା ରହିବ।
ତୁଳା: ଦିନଟି ବେଶ୍ ସୁଖମୟ ହେବ। ଯେକୌଣସି ପରିସ୍ଥିତିକୁ ସୁଧାରି ନେବେ। ବାଣିଜ୍ୟ ବେପାରରେ ଉନ୍ନତି ଘଟିବ। କଳହ ଯୋଗ ରହିଛି। ଆର୍ଥିକ ପରିସ୍ଥିତିରେ ପରିବର୍ତ୍ତନ ଆସିବ।
ବିଛା: ଲୋକପ୍ରିୟତା ବଢ଼ିବ। ପାରିବାରିକ ସମସ୍ୟାକୁ ନେଇ ଆଦୌ ବିଚଳିତ ହୁଅନ୍ତୁନି। ନୂତନ ବ୍ୟବସାୟ ଆରମ୍ଭ କରିବେ। ପାରିବାରିକ ସୁଖ ଶାନ୍ତି ବଜାୟ ରହିବ। କାମ ଉପରେ ଧ୍ୟାନ ଦିଅନ୍ତୁ।
ଧନୁ: ଦୀର୍ଘ ଦିନରୁ ପଡ଼ି ରହିଥିବା କାମ ପୂରଣ ହେବ। ସନ୍ତାନଙ୍କ ଉନ୍ନତିରେ ପ୍ରଶଂସିତ ହେବେ। ବୟସ୍କ ଲୋକଙ୍କ ଦେଖାଶୁଣା କରନ୍ତୁ। ଚିନ୍ତା ଓ ଚିଡ଼ିଚିଡ଼ାପଣ ରହିବ। ନିଦ୍ରାହୀନତା ସମସ୍ୟା ରହିବ।
ମକର: ଅତିଥି ସତ୍କାରରେ ଦିନ ବିତିବ। ଉଧାର ଦେଇଥିବା ଟଙ୍କା ଫେରିପାଇବେ। ଅଯଥା ଖର୍ଚ୍ଚ କରନ୍ତୁନି। ମନୋବଳ ଦୃଢ଼ କରି କାମ କରନ୍ତୁ। ବ୍ୟବସାୟରେ ବନ୍ଧୁ ସହଯୋଗ କରିବେ।
କୁମ୍ଭ: ଜରୁରି କାମ ପାଇଁ ଯୋଜନା ବନାନ୍ତୁ। ଆୟ ଅନୁସାରେ ବ୍ୟୟ ଅଧିକ ରହିବ। ମାର୍କେଟିଂ ସମ୍ବନ୍ଧୀୟ କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ଜୀବନସାଥୀଙ୍କ ସହଯୋଗରେ ଆଗକୁ ବଢ଼ିବେ।
ମୀନ: ପୈତୃକ ସମ୍ପତ୍ତିକୁ ନେଇ ଝାମେଲା ହେବ। ନୂତନ କାମ କରିବା ପୂର୍ବରୁ ପୂଜାର୍ଚ୍ଚନା କରନ୍ତୁ। ଆରାମ କରିବା ସ୍ବାସ୍ଥ୍ୟପକ୍ଷେ ଫଳପ୍ରଦ। ଅର୍ଥ ସମ୍ବନ୍ଧୀୟ ଚିନ୍ତା ଦୂର ହେବ। ବ୍ୟବସାୟ କରୁଥିଲେ ଧ୍ୟାନ ଦିଅନ୍ତୁ।