ମଙ୍ଗଳବାର ରାଶିଫଳ ( ୦୬ – ୧୨ – ୨୦୨୨ )

ମେଷ: ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ କମ୍‌ ରୁଚି ଦେଖାଇବେ। ଅକସ୍ମାତ୍‌ ଧନଲାଭର ଯୋଗ ରହିଛି। ପ୍ରିୟଜନଙ୍କ ପାଇଁ ଚିନ୍ତିତ ରହିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଉଚ୍ଚଅଧିକାରୀଙ୍କ ନଜର ଆପଣଙ୍କ ଉପରେ ରହିବ। ବୃଷ: କର୍ମକ୍ଷେତ୍ରରେ ସକ୍ରିୟ ରହିବେ। ଅନେକ ଦିନରୁ ପଡ଼ିରହିଥିବା କାର୍ଯ୍ୟ ସମାପ୍ତ ହେବ। ଅସହାୟ ଲୋକଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ପାଇବେ। ସକାରାତ୍ମକ ଆଚରଣ ଲୋକଙ୍କୁ ପ୍ରଭାବିତ କରିବ। ମିଥୁନ: ପରିବାରରେ ପାତରଅନ୍ତର ଭାବ କଷ୍ଟ ଦେଇପାରେ। ମହିଳାମାନଙ୍କ ମନୋବଳରେ ପରିବର୍ତ୍ତନ ଦେଖାଦେବ। ବିଭିନ୍ନ କଥା ଚିନ୍ତାକରି ମନ […]

ମେଷ: ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ କମ୍‌ ରୁଚି ଦେଖାଇବେ। ଅକସ୍ମାତ୍‌ ଧନଲାଭର ଯୋଗ ରହିଛି। ପ୍ରିୟଜନଙ୍କ ପାଇଁ ଚିନ୍ତିତ ରହିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଉଚ୍ଚଅଧିକାରୀଙ୍କ ନଜର ଆପଣଙ୍କ ଉପରେ ରହିବ।

ବୃଷ: କର୍ମକ୍ଷେତ୍ରରେ ସକ୍ରିୟ ରହିବେ। ଅନେକ ଦିନରୁ ପଡ଼ିରହିଥିବା କାର୍ଯ୍ୟ ସମାପ୍ତ ହେବ। ଅସହାୟ ଲୋକଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ପାଇବେ। ସକାରାତ୍ମକ ଆଚରଣ ଲୋକଙ୍କୁ ପ୍ରଭାବିତ କରିବ।

ମିଥୁନ: ପରିବାରରେ ପାତରଅନ୍ତର ଭାବ କଷ୍ଟ ଦେଇପାରେ। ମହିଳାମାନଙ୍କ ମନୋବଳରେ ପରିବର୍ତ୍ତନ ଦେଖାଦେବ। ବିଭିନ୍ନ କଥା ଚିନ୍ତାକରି ମନ ବିଚଳିତ ହୋଇପାରେ । ବ୍ୟବସାୟରେ ଅଗ୍ରଗତି ହେବ ଏବଂ ଆୟରେ ବୃଦ୍ଧି ହେବ।

କର୍କଟ: ମାନସିକ ଚାପରେ ରହିପାରନ୍ତି। ସ୍ବାସ୍ଥ୍ୟ ଅବସ୍ଥାକୁ ଅଣଦେଖା କରନ୍ତୁ ନାହିଁ। ନିଜ ବୁଦ୍ଧି ବଳରେ ପରିବେଶକୁ ନିୟନ୍ତ୍ରଣ କରିବେ। ଦୂର ସ୍ଥାନରୁ କିଛି ଭଲ ଖବର ଶୁଣିବାକୁ ପାଇବେ।

ସିଂହ: କୌଣସି ନୂତନ କାର୍ଯ୍ୟର ଆରମ୍ଭ କରିପାରନ୍ତି। ବିବାଦୀୟ ପରିସ୍ଥିତିରୁ ଦୂରେଇ ରୁହନ୍ତୁ। ଜୀବନସାଥୀଙ୍କ ସହିତ କିଛି ଭଲ ମୁହୂର୍ତ୍ତ ବିତାଇବେ। ପରିବାର ସଦସ୍ୟଙ୍କ ସହିତ ଭ୍ରମଣରେ ଯାଇପାରନ୍ତି।

କନ୍ୟା: ପୂର୍ବରୁ କରିଥିବା ନିବେଶରୁ ଲାଭପାଇବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଜୀବନସାଥୀଙ୍କ ସହ କିଛି ଭଲ ସମୟ କଟାଇବେ। ସହକର୍ମୀଙ୍କ ସହଯୋଗରେ କାର୍ଯ୍ୟ ପୂରଣ କରିବେ।

ତୁଳା: କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିବ । କୁସଙ୍ଗମାନଙ୍କ ଠାରୁ ଦୂରେଇ ରୁହନ୍ତୁ। ନୂତନ ଆୟର ଉତ୍ସ ପାଇବେ। ପରିବାର ସଦସ୍ୟଙ୍କ ସହ ବିବାଦ ସୃଷ୍ଟି ଦେଖାଦେଇପାରେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଉନ୍ନତି କରିବେ।

ବିଛା: ନୂତନ କାର୍ଯ୍ୟର ଦାୟିତ୍ବ ପାଇବେ। ଅତ୍ୟଧିକ ପରିଶ୍ରମ କରି ଆଗକୁ ବଢ଼ିବେ। ଅସାହ୍ୟବ୍ୟକ୍ତିଙ୍କୁ ସହଯୋଗ କରିବେ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ସାଙ୍ଗସାଥୀଙ୍କ ସହ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ଧନୁ: ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନରେ ସମୟ ବିତିବ। ଅନ୍ୟର ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ ଏବଂ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ବରିଷ୍ଠ ଅଧିକାରୀଙ୍କ ଦ୍ବାରା କାର୍ଯ୍ୟଭାର ପାଇପାରନ୍ତି।

ମକର: ଦିନଟି ଭଲରେ କଟିବ। ମନରେ ପ୍ରସନ୍ନତା ବୃଦ୍ଧି ପାଇବାକୁ ଲାଗିବ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବା ସହ ସମାଜରେ ମାନସମ୍ମାନ ମଧ୍ୟ ପାଇବେ। ପାରିବାରିକ ସମ୍ପର୍କରେ ନିବିଡ଼ତା ବଢ଼ିବ।

କୁମ୍ଭ: ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇବା ସହ, ଆର୍ଥିକ ଉନ୍ନତି ମଧ୍ୟ ଦେଖାଦେଇ ପାରେ। ଭବିଷ୍ୟତ ପାଇଁ କରିଥିବା ଯୋଜନାକୁ ଗୁପ୍ତ ରଖନ୍ତୁ। ନିଜ ମଧ୍ୟରେ କିଛି ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିପାରନ୍ତି।

ମୀନ: ନିଜ ସୃଜନଶୀଳତାର ପ୍ରୟୋଗ କରି କାର୍ଯ୍ୟରେ ସଫଳତା ପାଇବେ। ଅର୍ଥ ସମ୍ବନ୍ଧୀୟ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଭୂସମ୍ପତ୍ତି କିଣିବାର ସୁଯୋଗ ରହିଛି। ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେଇପାରେ।

About The Author: The Sakala