ମେଷ: ବ୍ୟୟ ବହୁଳତା କାରଣରୁ ଅଭାବ ଦେଖାଦେବ। ଚାକିରିରେ କାର୍ଯ୍ୟଭାର ରହିବ। ରାଜନୀତିରେ ଲୋକପ୍ରିୟତା ହ୍ରାସ। ବାଣିଜ୍ୟ ମନ୍ଥର ରହିବ। ଶିକ୍ଷାର୍ଥୀ ଅସ୍ଥିର ରହିବେ । ଶୁଭ ଅଙ୍କ-୯, ଶୁଭ ରଙ୍ଗ- ଲାଲ୍ |
ବୃଷ: ଆଶାନୁରୂପ ଫଳ ପାଇବେ। ଚାକିରିରେ ମାନସମ୍ମାନ ବୃଦ୍ଧି ପାଇବ। ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ। ଶିଳ୍ପ ଓ ବାଣିଜ୍ୟରେ ଆୟବୃଦ୍ଧି ହେବ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ | ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲଭର୍।
ମିଥୁନ: କର୍ମକ୍ଷେତ୍ରରେ ପରିସର ବୃଦ୍ଧି ପାଇବ। ଚାକିରିରେ ସମ୍ମାନିତ ହେବେ । ରାଜନୀତିରେ ନେତୃତ୍ବ ବୃଦ୍ଧି ହେବ । ବାଣିଜ୍ୟରେ ସଞ୍ଚୟ ହେବ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ ଶୁଭ ଅଙ୍କ-୧, ଶୁଭ ରଙ୍ଗ- ପିଙ୍କ୍।
କର୍କଟ: ଶୃଙ୍ଖଳିତ ଧାରାରେ କର୍ମ କରି ସଫଳତା ପାଇବେ। ଚାକିରିରେ ଦାୟିତ୍ବବୋଧ ରହିବ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ । ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ସଫଳ ହେବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ- ଧଳା ।
ସିଂହ: କର୍ମକ୍ଷେତ୍ରରେ ବାଧା ବିଘ୍ନ ରହିବ । ଚାକିରିରେ ସମସ୍ୟା ରହିବ। ରାଜନୀତିରେ ବିଷମ ପରିସ୍ଥିତି ବାଣିଜ୍ୟରେ କ୍ଷତି ହୋଇପାରେ। ଶିକ୍ଷାର୍ଥୀ ଭ୍ରମରେ ପଡ଼ିବେ । ଶୁଭ ଅଙ୍କ-୩, ଶୁଭ ରଙ୍ଗ- ହଳଦିଆ
କନ୍ୟା: ଉଚ୍ଚ ଆଶା ପୂରଣ ହେବ। ଚାକିରିରେ ସହଯୋଗ ପାଇବେ। ରାଜନୀତିରେ ପ୍ରଶଂସିତ ହେବେ । ପରିବହନ ଓ ବାଣିଜ୍ୟରେ ମନ ମୁତାବକ ଫଳ ମିଳିବ । ଶିକ୍ଷାର୍ଥୀ ପ୍ରସନ୍ନ ରହିବେ । ଶୁଭ ଅଙ୍କ-୪, ଶୁଭ ରଙ୍ଗ- ମେଟାଲିକ୍।
ତୁଳା: ଦିନଟି କର୍ମତତ୍ପର ରହିବେ । ସାଂସାରିକ ଉତ୍ତମ ବୁଝାମଣା ରହିବ। ରାଜନୀତିରେ ସକ୍ରିୟ ରହିବେ। ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ଦୃଢ଼ମନା ରହିବେ ଶୁଭ ଅଙ୍କ- ୨,ଶୁଭ ରଙ୍ଗ-ଧଳା |
ବିଛା: ଦିନଟି ସୁଖ ସନ୍ତୋଷ ଭିତରେ କଟିବ। ଚକିରିରେ ସହଯୋଗ ପାଇବେ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ । ଶୁଭ ଅଙ୍କ- ୩, ଶୁଭ ରଙ୍ଗ- ହଳଦିଆ ।
ଧନୁ: କୌଣସି କାର୍ଯ୍ୟ ଉଦ୍ଦେଶ୍ୟରେ ଦୂରଯାତ୍ରା କରି ପାରନ୍ତି । ଚାକିରିରେ ବ୍ୟସ୍ତତା ଭିତରେ କଟିବ। ଶିଳ୍ପ ଓ ବାଣିଜ୍ୟରେ ସାଧାରଣ ଫଳ ମିଳିବ। ଶିକ୍ଷାର୍ଥୀ ଚଳଚଞ୍ଚଳ ରହିବେ। ଶୁଭ ଅଙ୍କ- ୮,ଶୁଭ ରଙ୍ଗ- ବାଇଗଣୀ |
ମକର: ବହୁ ଦିନର କାର୍ଯ୍ୟ ସମାପନ କରିବେ । ମହିଳାମାନେ ସୁଖୀ ରହିବେ । ଚାକିରିରେ ପଦୋନ୍ନତି ହୋଇପାରେ। ବାଣିଜ୍ୟରେ ସମୃଦ୍ଧି ହେବ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ । ଶୁଭ ଅଙ୍କ- ୬, ଶୁଭ ରଙ୍ଗ- ସିଲଭର୍।
କୁମ୍ଭ: କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ସଫଳ ହେବେ । ଉଭୟେ ପ୍ରେମ ଓ ସାଂସାରିକ ମଧୁର ସମ୍ପର୍କ ରହିବ। ଶିଳ୍ପ ଓ ବାଣିଜ୍ୟରେ ସଞ୍ଚୟ ହେବ। ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେବେ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ।
ମୀନ: ଯୋଜନା କରି ଅସଫଳ ହୋଇପାରନ୍ତି। ଅନ୍ୟ ପାଇଁ ସମସ୍ୟାରେ ପଡ଼ିପାରନ୍ତି । ଚାକିରିରେ ଅବହେଳା ରହିବ। ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ । ଶିକ୍ଷାର୍ଥୀ ଅସ୍ଥିର ରହିବେ । ଶୁଭ ଅଙ୍କ- ୩, ଶୁଭ ରଙ୍ଗ- ଗୋଲଡେନ୍ ।