ମେଷ: ସଫଳତା ପ୍ରାପ୍ତି, ଅର୍ଥଲାଭ, ବନ୍ଧୁତାସ୍ଥାପନ, ଶତ୍ରୁ ଉପରେ ବିଜୟପ୍ରାପ୍ତି ଓ ବନ୍ଧୁଠାରୁ ଧନପ୍ରାପ୍ତି ଇତ୍ୟାଦି ଯୋଗ ଅଛି। ଶିକ୍ଷା, ପରୀକ୍ଷା ଓ ଭ୍ରମଣ ପାଇଁ ଦିନଟି ଶୁଭ।
ବୃଷ: ଶତ୍ରୁ ଉପରେ ବିଜୟ ସହିତ ଉତ୍ତମ ସ୍ବାସ୍ଥ୍ୟ, ଅର୍ଥ ଓ ସମ୍ପତ୍ତି ଲାଭ ଯୋଗ ଅଛି। ଭାଗ୍ୟୋଦୟ, ସୁଖାଦ୍ୟ ପ୍ରାପ୍ତି, ବୈବାହିକ ଜୀବନରେ ଶାନ୍ତି ମିଳିବ ଏବଂ ସମ୍ମାନ ଲାଭ ହେବାର ଯଥେଷ୍ଟ ସମ୍ଭାବନା ରହିଛି।
ମିଥୁନ: ବନ୍ଧୁ ମିଳନ ସହ ସାମାଜିକ ତଥା ଧାର୍ମିକ କାର୍ଯ୍ୟରେ ଲିପ୍ତ ରହି ସମ୍ମାନିତ ହେବେ। ସୁଖାଦ୍ୟ ପ୍ରାପ୍ତି ସହ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ନୂତନ କାର୍ଯ୍ୟାରମ୍ଭ ହେବ।
କର୍କଟ: ଅର୍ଥଲାଭ ସହ ସ୍ବାସ୍ଥ୍ୟରେ ଉନ୍ନତି ହେବ। କେତେକ କ୍ଷେତ୍ରରେ ବନ୍ଧୁବାନ୍ଧବଙ୍କ ସହ ମନୋମାଳିନ୍ୟ ଦେଖା ଦେଇପାରେ। ଆର୍ଥିକ ମାମଲାରେ ସାବଧାନ ରୁହନ୍ତୁ।
ସିଂହ: ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଥିବା ସୁସମ୍ପର୍କ ଆହୁରି ନିବିଡ଼ ହେବ। ବିଭିନ୍ନ କ୍ଷେତ୍ରରୁ ଅର୍ଥ ଓ ସମ୍ପତ୍ତି ଲାଭ ଯୋଗୁଁ ଆର୍ଥିକ ସ୍ଥିତିରେ ଉନ୍ନତି ଦେଖାଦେବ ଏବଂ ସଫଳତା ମଧ୍ୟ ପାଇବେ।
କନ୍ୟା: ଲକ୍ଷ୍ୟପାପ୍ତି ହୋଇପାରେ। ସମ୍ମାନ ବୃଦ୍ଧି, ପାରିବାରିକ ଶାନ୍ତି ଓ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଧାର୍ମିକସ୍ଥାନକୁ ଯାତ୍ରା କରିପାରନ୍ତି।
ତୁଳା: ଅପ୍ରତ୍ୟାଶିତ ବ୍ୟୟ ହେତୁ ମାନସିକ ଅଶାନ୍ତି ସୃଷ୍ଟି ହେବ। କାର୍ଯ୍ୟକୁ କ୍ଷେତ୍ରରେ ଅସୁବିଧା ଉପୁଜିପାରେ। ଆଳସ୍ୟ, ସମ୍ମାନହାନୀ ଏବଂ ଆର୍ଥିକ ହାନିର ଭୟ ଲାଗି ରହିପାରେ।
ବିଛା: ସକାରାତ୍ମକ ଚିନ୍ତାଧାରା ରଖି ଆଗକୁ ବଢ଼ିବେ। ଉଧାର ଦେବା ଓ ନେବା କାର୍ଯ୍ୟରୁ ଦୂରେଇ ରୁହନ୍ତୁ। କ୍ୟାରିୟର୍ରେ ଉନ୍ନତି ପାଇଁ ନୂତନ ରାସ୍ତା ପାଇବେ। ବୈବାହିକ ଜୀବନ ମଧୁର ରହିବ।
ଧନୁ: ଅର୍ଥଲାଭ ସହିତ ସୁଖାଦ୍ୟ, ନୂତନ ପୋଷାକ, ଯାନବାହନ ସୁଖ ପ୍ରାପ୍ତି ଏବଂ ଶତ୍ରୁ ଉପରେ ବିଜୟ ପାଇବେ। ଉତ୍ତମ ସ୍ବାସ୍ଥ୍ୟ ଏବଂ ପାରିବାରିକ ଶାନ୍ତି ମିଳିବ। ସୁସଙ୍ଗ ପ୍ରାପ୍ତି ଯୋଗୁଁ ମାନସିକ ଶାନ୍ତି ପାଇପାରିବେ।
ମକର: ଦୂରଯାତ୍ରା କରିବାରୁ ଦୂରେଇ ରୁହନ୍ତୁ। ଅନେକ ଦିନର ଋଣ ପରିଶୋଧ କରିବାକୁ ସମର୍ଥ ହେବେ। ଅସହାୟ ବ୍ୟକ୍ତିଙ୍କୁ ସହାୟତା କରି ଆତ୍ମସନ୍ତୋଷ ପାଇବେ। ଲାଗିରହିଥିବା ବିବାଦ ଦୂର ହେବ।
କୁମ୍ଭ: ଅନେକ କ୍ଷେତ୍ରରୁ ଧନ ଉପାର୍ଜନ କରିବେ। ସହଜରେ ଜଟିଳ ପରିସ୍ଥିତିରୁ ମୁକ୍ତି ମିଳିବ। ସ୍ବାସ୍ଥ୍ୟ ଭଲ ରହିବା ସହିତ ପାରିବାରିକ ଶାନ୍ତି ଓ ସ୍ଥିରତା ବଜାୟ ରହିବ।
ମୀନ: ଶତ୍ରୁ ଉପରେ ବିଜୟପ୍ରାପ୍ତି ସହିତ ଅର୍ଥଲାଭ ହେବ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ। ନୂତନ ବନ୍ଧୁତା ସ୍ଥାପନ କରିବେ। ପରୀକ୍ଷା ଏବଂ ଭ୍ରମଣ ପାଇଁ ଆଜିର ଦିନଟି ଶୁଭ ହେବ।