ମେଷ: ଆତ୍ମବିଶ୍ବାସ ବୃଦ୍ଧି ପାଇବ। କୌଣସି ସମସ୍ୟାକୁ ସାମ୍ନା କରିବେ। ଜଗିରଖି ଚଳନ୍ତୁ। ରୋଜଗାର ଭଲ ହେବ। ଧନପ୍ରାପ୍ତି ଯୋଗ ରହିଛି। ଦାମ୍ପତ୍ୟ ଜୀବନରେ ସମସ୍ୟା ଆସିବ।
ବୃଷ: ଚିନ୍ତାମୁକ୍ତ ରହିବେ। ଅଫିସ୍ କାମରେ ଦୂରସ୍ଥାନକୁ ଯାତ୍ରା କରିବେ। ବ୍ୟବସାୟୀ ନୂଆ ଯୋଜନା ପ୍ରସ୍ତୁତ କରିବେ। ବିଦ୍ୟାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ମିଥୁନ: ଦିନଟି ହସ ଖୁସିରେ ବିତିବ। କୌଣସି କାମକୁ ନେଇ ପରିବାର ଲୋକଙ୍କ ସହଯୋଗ ମିଳିବ। ଖର୍ଚ୍ଚ ବଢ଼ିବ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ପ୍ରେମ ଜୀବନରେ ସମସ୍ୟା ଦେଖା ଦେବ।
କର୍କଟ: ମାନସିକ ଚିନ୍ତା ଦୂର ହେବ। ବ୍ୟବସାୟୀଙ୍କୁ ଶୁଭଫଳ ମଳିବ। ଚାକିରିରେ ପଦୋନ୍ନତି ଆଶଙ୍କା ଅଛି। ଛାତ୍ରଛାତ୍ରୀ ପଢ଼ାରେ ମନ ଦେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ସିଂହ: ଆର୍ଥିକ ସମସ୍ୟା ଦେଖା ଦେବ। ମାନ ସମ୍ମାନ ପ୍ରାପ୍ତି ହେବ। ସମାଜରେ ପ୍ରତିଷ୍ଠା ବଢ଼ିବ। କାମ ପ୍ରତି ଅଧିକ ଯତ୍ନବାନ ହୁଅନ୍ତୁ। ପ୍ରେମ ଜୀବନରେ ସମସ୍ୟା ଅାସିବ। ଚିନ୍ତାଗ୍ରସ୍ତ ରହିବେ।
କନ୍ୟା: ବ୍ୟବସାୟକୁ ଆଗକୁ ବଢ଼ାଇବାକୁ ନୂଆ ଯୋଜନା କରିବେ। ଅନ୍ୟର କଥାକୁ ଗୁରୁତ୍ବ ଦିଅନ୍ତୁ ନାହିଁ। ସମୟ ପୂର୍ବରୁ କାମ ଶେଷ କରିବେ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ।
ତୁଳା: ଦିନଟି ମିଶ୍ରଫଳ ପ୍ରଦାନ କରିବ। କୌଣସି କଥାକୁ ନେଇ ଚିନ୍ତାରେ ରହିପାରନ୍ତି। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ପରିବାର ସହ ଦୂରସ୍ଥାନକୁ ଯାତ୍ରା କରିବେ। ଅଧିକ ପରିଶ୍ରମ କରିବାକୁ ପଡ଼ିବ।
ବିଛା: ନୂଆ କିଛି କାମ କରିବେ। ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିପାରନ୍ତି। ଆୟ ବଢ଼ିବ। ପଡୋଶୀଙ୍କ ସହ ମତାନ୍ତର ହୋଇପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ଧନୁ: ଦିନଟି ଖୁବ୍ ଭଲରେ ଅତିବାହିତ ହେବ। କାମକୁ ପ୍ରାଥମିକତା ଦେବେ। ପରିବାରର ଆବଶ୍ୟକତାକୁ ବୁଝିବେ। ବାଦବିବାଦଠୁ ଦୂରେଇ ରୁହନ୍ତୁ। ପ୍ରେମ ଜୀବନରେ ସମସ୍ୟା ଉପୁଜିବ।
ମକର: ମାନସିକ ଚିନ୍ତା ଧୀରେ ଧୀରେ ଦୂର ହେବ। ସ୍ବାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ନିୟମିତ ଯୋଗ, ବ୍ୟାୟାମ କରନ୍ତୁ। କାମରେ ଆଶାଜନକ ଫଳ ମିଳିବ ନାହିଁ। କୌଣସି ନୂଆ କାମ ମିଳିପାରେ।
କୁମ୍ଭ: ଦିନଟିରେ ସାମାନ୍ୟ ଫଳ ମିଳିବ। ଆୟ ଭଲ ରହିବ ଏବଂ ଖର୍ଚ୍ଚ ବୃଦ୍ଧି ପାଇବ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ। ପରିବାରରେ ବିବାଦ ଉପୁଜିପାରେ। ଦାମ୍ପତ୍ୟ ଜୀବନ ଭଲରେ କଟିବ।
ମୀନ: ଖୁସିରେ ରହିବେ। ଅଧିକ ପରିଶ୍ରମ କରିବାକୁ ହେବ। କୌଣସି କଥାକୁ ନେଇ ଚିନ୍ତାରେ ପଡ଼ିବେ। ସମୟ ପୂର୍ବରୁ କୌଣସି କାମ ଶେଷ ହେବ ନାହିଁ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ ରହିବ।