ସୋମବାର ରାଶିଫଳ ( ୨୦- ୧୨- ୨୦୨୧ )

ମେଷ: ବିଗତ ସମସ୍ୟାର ସମାଧାନ କରିବାର ସକ୍ଷମ ହେବେ । ଭ୍ରାତୃଭଗ୍ନୀଙ୍କ ସହ ସମୟ କଟାଇବେ । ଚାକିରିରେ ପଦୋନ୍ନତି ହୋଇପାରେ। ବାଣିଜ୍ୟରେ ପ୍ରସାର ହେବେ। ଶିକ୍ଷାର୍ଥୀ ଚଳଚଞ୍ଚଳ ରହିବେ । ଶୁଭ ଅଙ୍କ- ୭, ଶୁଭ ରଙ୍ଗ-କଫି। ବୃଷ: ଦିନଟି ଚଳଚଞ୍ଚଳ ରହିବ। କୌଣସି ସୂତ୍ରରୁ ଅର୍ଥପ୍ରାପ୍ତିର ଯୋଗ ରହିଛି। ରାଜନୀତିରେ ଲୋକପ୍ରିୟତା ବଢ଼ିବ। ଶିଳ୍ପ ଓ ବାଣିଜ୍ୟ ଲାଭଜନକ ରହିବ। ଶିକ୍ଷାର୍ଥୀ ଗୁରୁଜନଙ୍କ ପ୍ରିୟ ହେବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ- ସିଲଭର୍। […]

ମେଷ: ବିଗତ ସମସ୍ୟାର ସମାଧାନ କରିବାର ସକ୍ଷମ ହେବେ । ଭ୍ରାତୃଭଗ୍ନୀଙ୍କ ସହ ସମୟ କଟାଇବେ । ଚାକିରିରେ ପଦୋନ୍ନତି ହୋଇପାରେ। ବାଣିଜ୍ୟରେ ପ୍ରସାର ହେବେ। ଶିକ୍ଷାର୍ଥୀ ଚଳଚଞ୍ଚଳ ରହିବେ । ଶୁଭ ଅଙ୍କ- ୭, ଶୁଭ ରଙ୍ଗ-କଫି।

ବୃଷ: ଦିନଟି ଚଳଚଞ୍ଚଳ ରହିବ। କୌଣସି ସୂତ୍ରରୁ ଅର୍ଥପ୍ରାପ୍ତିର ଯୋଗ ରହିଛି। ରାଜନୀତିରେ ଲୋକପ୍ରିୟତା ବଢ଼ିବ। ଶିଳ୍ପ ଓ ବାଣିଜ୍ୟ ଲାଭଜନକ ରହିବ। ଶିକ୍ଷାର୍ଥୀ ଗୁରୁଜନଙ୍କ ପ୍ରିୟ ହେବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ- ସିଲଭର୍।

ମିଥୁନ: ସମାଜରେ ସୁନାମ ଅର୍ଜନ କରିବେ । ଦାମ୍ପତ୍ୟ ସୁଖମୟ ରହିବ । ପ୍ରଶାସନିକ ଉଚ୍ଚ ସମ୍ମାନ ପାଇବେ। ରାଜନୀତିରେ ଚଳଚଞ୍ଚଳ ରହିବେ। ବାଣିଜ୍ୟରେ ଲୋକପ୍ରିୟ ହେବେ । ଶିକ୍ଷାର୍ଥୀ ସଫଳ ହେବେ | ଶୁଭ ଅଙ୍କ- ୧, ଶୁଭ ରଙ୍ଗ- ପିଙ୍କ।

କର୍କଟ: କର୍ମକ୍ଷେତ୍ରରେ ଆବଦ୍ଧଯୋଗ ମନେହେବ । ଚାକିରିରେ କାର୍ଯ୍ୟଭାର ରହିବ। ରାଜନୀତିରେ ବାଧାବିଘ୍ନ ଦେଖାଦେବ। ବାଣିଜ୍ୟରେ ପ୍ରତିଦ୍ବନ୍ଦିତା ରହିବ । ଶିକ୍ଷାର୍ଥୀ ଅବହେଳା କରିବେ | ଶୁଭ ଅଙ୍କ- ୩, ଶୁଭ ରଙ୍ଗ- ହଳଦିଆ ।

ସିଂହ: ସ୍ବପ୍ନ ସାକାର ହେବ। ପ୍ରଶାସନିକ ଓ ରାଜନୀତିରେ ପ୍ରଭାବଶାଳୀ। ରହିବେ। ମହିଳାମାନେ ସ୍ବାଧୀନ ଭାବରେ କର୍ମ କରିବେ। ବାଣିଜ୍ୟରେ ଉତ୍ତମ ଲାଭ ମିଳିବ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ। ଶୁଭ ଅଙ୍କ- ୯, ଶୁଭ ରଙ୍ଗ – ଲାଲ୍ ।

କନ୍ୟା: ଉଚ୍ଚଆଶା ସଫଳ ହେବ। ଚାକିରିରେ ସ୍ଥାୟିତ୍ଵ ବୃଦ୍ଧି ପାଇବ। ରାଜନୀତିରେ ପ୍ରତିଷ୍ଠିତ ହେବେ। ମହିଳାମାନେ ଆଦରଣୀୟା ହେବେ। ବାଣିଜ୍ୟରେ ମନମୁତାବକ ଫଳ ମିଳିବ | ଶୁଭ ଅଙ୍କ- ୬, ଶୁଭ ରଙ୍ଗ- ଧଳା ।

ତୁଳା: ଯୋଜନା କରି ସଫଳ ହେବେ । ଧର୍ମାଦି କାର୍ଯ୍ୟ କରି ସନ୍ତୋଷ ପାଇବେ। ଚାକିରିରେ ସମ୍ମାନିତ ହେବେ। କଳା, ବିଜ୍ଞାନ, ଶିକ୍ଷା ଓ ବାଣିଜ୍ୟରେ ଆଶାଜନକ ଫଳ ମିଳିବ । ଶୁଭ ଅଙ୍କ- ୮, ଶୁଭ ରଙ୍ଗ- ଆକାଶୀ ।

ବିଛା: ଦିନଟି ବିଷମ ପରିସ୍ଥିତି ରହିପାରେ। ସାଂସାରିକ କଳହ ଓ ଅଶାନ୍ତି ଦେଖାଦେବ। ରାଜନୀତିରେ ଶତ୍ରୁବୃଦ୍ଧି ହେବେ। ଶିକ୍ଷା ଓ ବାଣିଜ୍ୟରେ ସମସ୍ୟା ରହିବ । ଶୁଭ ଅଙ୍କ- ୯, ଶୁଭ ରଙ୍ଗ- ମେରୁନ୍।

ଧନୁ: ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଚାକିରିରେ ଦାୟିତ୍ବବୋଧ ଓ ପ୍ରଶଂସା ପାଇବେ। ରାଜନୀତିରେ ସୁନାମ ମିଳିବ। ବାଣିଜ୍ୟ ଲାଭଜନକ ରହିବ। ଶିକ୍ଷାର୍ଥୀ ଉଚ୍ଚାଭିଳାଷୀ ହେବେ । ଶୁଭ ଅଙ୍କ-୧, ଶୁଭ ରଙ୍ଗ- ପିଙ୍କ୍।

ମକର: ଦିନଟି ଦୃଢ଼ମନା ରହିବେ। ଚାକିରିରେ ସୂଚାରୁରୂପେ କାର୍ଯ୍ୟ । ତୁଲାଇବେ । ମହିଳାମାନେ କର୍ମତତ୍ପର ରହିବେ। ଶିଳ୍ପ ଓ ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ଚଳଚଞ୍ଚଳ ରହିବେ । ଶୁଭ ଅଙ୍କ-୮, ଶୁଭ ରଙ୍ଗ- କଳା ।

କୁମ୍ଭ: ଶୃଙ୍ଖଳିତ ଭାବେ କାର୍ଯ୍ୟ କରି ଆଗେଇବେ। ଗୁରୁଜନଙ୍କ ସହଯୋଗ ପାଇବେ । ରାଜନୀତିରେ ଲୋକପ୍ରିୟତା ବଢ଼ିବ । ବାଣିଜ୍ୟରେ ସଫଳତା ମିଳିବ । ଶିକ୍ଷାର୍ଥୀ ଅଧୟନ ପ୍ରିୟ ହେବେ । ଶୁଭ ଅଙ୍କ- ୩, ଶୁଭ ରଙ୍ଗ- ଗୋଲଡେନ୍।

ମୀନ: କର୍ମକ୍ଷେତ୍ରରେ ବ୍ୟସ୍ତତା ଭିତରେ ରହିବେ । ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ । ଚାକିରିରେ ପ୍ରଶଂସା ପାଇବେ | ବାଣିଜ୍ୟରେ ଶୁଭଫଳ ମିଳିବ। ଶିକ୍ଷାର୍ଥୀ ସଫଳତା ପାଇବେ । ଶୁଭ ଅଙ୍କ- ୨, ଶୁଭ ରଙ୍ଗ- ଧଳା ।

About The Author: The Sakala