ମେଷ: ଦିନଟିରେ ଧନ ସମ୍ମାନ ପ୍ରାପ୍ତି ହେବ । ଚାକିରିରେ ନିଷ୍ଠା ରହିବ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ । ପରିବହନ ଓ ବାଣିଜ୍ୟରେ ଲାଭ ମିଳିବ । ଶିକ୍ଷାର୍ଥୀ ଗୁରୁଜନଙ୍କର ପ୍ରିୟ ହେବେ। ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି ।
ବୃଷ: ଶ୍ରୀ ଚନ୍ଦ୍ର କାରଣରୁ ଦିନଟି ହର୍ମୋଲ୍ଲାସ ଭିତରେ କଟିବ। ଚାକିରିରେ ସହଯୋଗ ପାଇବେ । ମହିଳାମାନେ ଖୁସିରେ ରହିବେ | ବାଣିଜ୍ୟ ଉତ୍ସାହଜନକ ରହିବ। ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ-୮, ଶୁଭ ରଙ୍ଗ- ନୀଳ।
ମିଥୁନ: ବ୍ୟୟାଧ୍ଵକ କାରଣରୁ ଋଣ ପ୍ରଭାବିତ ହୋଇପାରନ୍ତି। ଚାକିରିରେ କାର୍ଯ୍ୟଭାର ରହିବ | ରାଜନୀତିରେ ପ୍ରତିଦ୍ବନ୍ଦିତା ରହିବ I ବାଣିଜ୍ୟରେ ସମସ୍ୟା ରହିବ । ଶିକ୍ଷାର୍ଥୀ ଅସଫଳ ହୋଇପାରନ୍ତି । ଶୁଭ ଅଙ୍କ- ୧, ଶୁଭ ରଙ୍ଗ- ପିଙ୍କ୍ ।
କର୍କଟ: ବଡ଼ଧରଣର କାର୍ଯ୍ୟକୁ ତୁଲାଇ ପାରନ୍ତି। ଚାକିରିରେ ଧନ ସମ୍ମାନ ପ୍ରାପ୍ତି ହେବେ || ମହିଳାମାନେ ଆଦରଣୀୟା ହେବେ। ବାଣିଜ୍ୟରେ ଉତ୍ତମ ଆୟ ହେବେ । ଶୁଭ ଅଙ୍କ- ୯, ଶୁଭ ରଙ୍ଗ- ମେରୁନ୍ |
ସିଂହ କର୍ମକ୍ଷେତ୍ରରେ ପ୍ରସିଦ୍ଧି ବୃଦ୍ଧି ପାଇବ। ଚାକିରିରେ ନିଷ୍ଠା ରହିବ। । ମହିଳାମାନେ ଆତ୍ମ ନିର୍ଭରଶୀଳ ହେବେ । ପରିବହନ ଓ ବାଣିଜ୍ୟରେ ଉତ୍ତମ ଆୟ ହେବେ । ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେବେ । ଶୁଭ ଅଙ୍କ-୩, ଶୁଭ ରଙ୍ଗ- ହଳଦିଆ ।
କନ୍ୟା: କର୍ମକ୍ଷେତ୍ରରେ ସମ୍ମାନପ୍ରାପ୍ତି ହେବ। ଚାକିରିରେ ସୂଚାରୁରୂପେ କାର୍ଯ୍ୟ ତୁଲାଇବେ। ରାଜନୀତିରେ ଜନସେବାରେ ବ୍ରତୀ ହେବେ। ଶିକ୍ଷାର୍ଥୀ ସଫଳତା ପାଇବେ । ଶୁଭ ଅଙ୍କ- ୪, ଶୁଭ ରଙ୍ଗ- ମେଟାଲିକ୍।
ତୁଳା: କର୍ମକ୍ଷେତ୍ରରେ ପ୍ରତିକୂଳତା ରହିବ। ଚାକିରିରେ ଶତ୍ରୁବୃଦ୍ଧି ହେବେ । ରାଜନୀତିରେ ବାଧାବିଘ୍ନ ରହିବ । ମହିଳାମାନେ ହତାଦାର ହେବେ । ଶିକ୍ଷାର୍ଥୀ ଭ୍ରମରେ ପଡ଼ିବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା ।
ବିଛା: କିଛିଟା ଉତ୍ତେଜନା ଭିତରେ କାର୍ଯ୍ୟ ତୁଲାଇବେ । ଦାମ୍ପତ୍ୟ ସୁଖମୟ ରହିବ। ଚାକିରିରେ ପ୍ରଶଂସିତ ହେବେ । ପରିବହନ ଓ ବାଣିଜ୍ୟ ଲାଭଜନକ ରହିବ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ । ଶୁଭ ଅଙ୍କ- ୩, ଶୁଭ ରଙ୍ଗ- କ୍ରିମ୍ ।
ଧନୁ: ଦିନଟିରେ କର୍ମତତ୍ପର ରହିବେ । ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ । ମହିଳାମାନେ ଯୋଗ୍ୟ ପ୍ରତିପାଦିତ ହେବେ। ଶିଳ୍ପ ଓ ବାଣିଜ୍ୟରେ ସଞ୍ଚୟ ହେବ । ଶିକ୍ଷାର୍ଥୀ ଦୃଢ଼ମନା ହେବେ । ଶୁଭ ଅଙ୍କ- ୧, ଶୁଭ ରଙ୍ଗ- ପିଙ୍କ୍।
ମକର: ଦିନଟିରେ ଚଳଚଞ୍ଚଳ ରହିବେ। ମହିଳାମାନେ ସୁଖୀ ହେବେ । ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ I ବାଣିଜ୍ୟରେ ପୁଞ୍ଜି ନିବେଶ କରି ସଫଳ ହେବେ | ଶୁଭ ଅଙ୍କ- ୫, ଶୁଭ ରଙ୍ଗ- ସବୁଜ ।
କୁମ୍ଭ: କାର୍ଯ୍ୟ ବିଳମ୍ବ ଓ ଖର୍ଚ୍ଚାନ୍ତ ଦେଖାଦେବ | ରାଜନୀତିରେ ବିରୋଧୀମାନେ ପ୍ରଭାବିତ କରିବେ । ଚାକିରିରେ ସମସ୍ୟା ରହିବ I ବାଣିଜ୍ୟରେ ବ୍ୟୟବହୁଳତା ଦେଖାଦେବ । ଶିକ୍ଷାର୍ଥୀ ଆଳସ୍ୟ ହେବେ । ଶୁଭ ଅଙ୍କ- ୮, ଶୁଭ ରଙ୍ଗ- କଳା ।
ମୀନ: ସମାଜରେ ପ୍ରତିଷ୍ଠିତ ହେବେ । ଭ୍ରାତୃ ଭଗ୍ନୀଙ୍କର ସହଯୋଗ ପାଇବେ । ମହିଳାମାନେ ରକ୍ଷଣଶୀଳ ହେବେ । ବାଣିଜ୍ୟରେ ଭଲ ଲାଭ ମିଳିବ । ଶିକ୍ଷାର୍ଥୀ ଅଧ୍ୟୟନରତ ରହିବେ । ଶୁଭ ଅଙ୍କ- ୨, ଶୁଭ ରଙ୍ଗ- ସିଲିଭର୍।