ଶୁକ୍ରବାର ରାଶିଫଳ ( ୧୬ – ୧୨ – ୨୦୨୨ )

ମେଷ: ନୂତନ ଉଦ୍ୟମ ପାଇଁ ଦିନଟି ଭଲ ରହିବ। ଧୈର୍ଯ୍ୟର ସହ କାର୍ଯ୍ୟ କରି ସଫଳତା ପାଇବେ। ଆର୍ଥିକସ୍ଥିତି ମଜଭୁତ ରହିବ। ପାରିବାରିକ ଜୀବନରେ ସମସ୍ୟା ଦେଖା ଦେଇପାେର। ବୃଷ: ଭବିଷ୍ୟତ ପାଇଁ ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ସଫଳତା ପାଇବାର ସମ୍ଭାବନା ରହିଛି। ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଅଧିକ ସମୟ ସନ୍ତାନସନ୍ତତିଙ୍କ ସହ କଟାଇବେ। ମିଥୁନ: ଆଧ୍ୟାତ୍ମିକ ଚିନ୍ତାରେ ଦିନଟି କଟିବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବେ। ଆର୍ଥିକସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ସାଙ୍ଗସାଥୀଙ୍କ ସହ […]

ମେଷ: ନୂତନ ଉଦ୍ୟମ ପାଇଁ ଦିନଟି ଭଲ ରହିବ। ଧୈର୍ଯ୍ୟର ସହ କାର୍ଯ୍ୟ କରି ସଫଳତା ପାଇବେ। ଆର୍ଥିକସ୍ଥିତି ମଜଭୁତ ରହିବ। ପାରିବାରିକ ଜୀବନରେ ସମସ୍ୟା ଦେଖା ଦେଇପାେର।

ବୃଷ: ଭବିଷ୍ୟତ ପାଇଁ ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ସଫଳତା ପାଇବାର ସମ୍ଭାବନା ରହିଛି। ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଅଧିକ ସମୟ ସନ୍ତାନସନ୍ତତିଙ୍କ ସହ କଟାଇବେ।

ମିଥୁନ: ଆଧ୍ୟାତ୍ମିକ ଚିନ୍ତାରେ ଦିନଟି କଟିବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବେ। ଆର୍ଥିକସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ। ପାରିବାରିକ ଜୀବନରେ ଅସ୍ଥିରତା ଦେଖାଦେଇପାରେ।

କର୍କଟ: ଗୁରୁଜନଙ୍କ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ନୂତନ ସହକର୍ମୀଙ୍କ ସହ ଘନିଷ୍ଠତା ବଢ଼ିପାରେ। ବନ୍ଧୁବର୍ଗଙ୍କଠାରୁ ସହଯୋଗ ପାଇବେ। ଅର୍ଥପ୍ରାପ୍ତିର ନୂତନ ମାର୍ଗ ଉନ୍ମୁକ୍ତ ହେବ।

ସିଂହ: ଉତ୍ସାହର ସହ କାର୍ଯ୍ୟ କରି ଆଗକୁ ବଢ଼ିବେ। ନୂତନ ନିବେଶ କରି ଲାଭବାନ ହେବେ। ମାନସିକ ଶାନ୍ତି ପାଇଁ ଅଯଥା କଥାରୁ ଦୂରେଇ ରୁହନ୍ତୁ। ବରିଷ୍ଠ ଅଧିକାରୀଙ୍କଠାରୁ ପରାମର୍ଶ ପାଇବେ।

କନ୍ୟା: କୌଣସି ଶୁଭ ଖବର ପାଇପାରନ୍ତି। ଯୋଜନା ଫଳପ୍ରସୂ ହେବ। ଧର୍ମାଦି କାର୍ଯ୍ୟରେ ମନ ରହିବ। କର୍ମକ୍ଷେତ୍ରରେ ନିଷ୍ଠାପର ରହିବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଦୂରସ୍ଥାନକୁ ପରିଭ୍ରମଣ ପାଇଁ ଯାଇପାରନ୍ତି।

ତୁଳା: ଦିନଟି ନିରାଶମୟ ରହିପାରେ। ନକାରାତ୍ମକ ଭାବନାରୁ ଦୂରେଇ ରହନ୍ତୁ। ଦୁଃସାହସିକ ପଦକ୍ଷେପ ନେଇ ସଫଳ ହେବେ। ପରିବାର ସହଯୋଗରେ ଆର୍ଥିକ ସ୍ଥିତିରେ ଉନ୍ନତି ଦେଖାଦେବ।

ବିଛା: ଗୁରୁଜନଙ୍କ ଆଶୀର୍ବାଦ ପାଇବେ। ସକାରାତ୍ମକ ଚିନ୍ତା ନେଇ ଅାଗକୁ ବଢ଼ିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ।

ଧନୁ: ଯେଉଁ କାର୍ଯ୍ୟ ଆରମ୍ଭ କରିବେ, ସେଥିରେ ସଫଳତା ପାଇବେ। ଅକସ୍ମାତ୍‌ ବିବାହ ସ୍ଥିର ହୋଇପାରେ। ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ନୂତନ ନିଯୁକ୍ତି ସୁଯୋଗ ରହିଛି।

ମକର: ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟରେ ଧ୍ୟାନ ଦେବେ। ଶତ୍ରୁମାନଙ୍କ କୂଟଚକ୍ରାନ୍ତର ଶିକାର ହୋଇପାରନ୍ତି। ମହିଳାମାନେ କର୍ମତତ୍ପର ରହିବେ। ପାରିବାରିକ ସମସ୍ୟାର ସମାଧାନ ଘଟିବ।

କୁମ୍ଭ:ଦିନଟି ହର୍ଷୋଲ୍ଲାସରେ କଟିବ। ଧନସମ୍ମାନ ପ୍ରାପ୍ତି ହୋଇପାରେ। ବନ୍ଧୁବାନ୍ଧବଙ୍କଠାରୁ ସାହାଯ୍ୟ ପାଇବେ। ଦରକାରୀ କାଗଜପତ୍ରକୁ ଧ୍ୟାନର ସହ ରଖନ୍ତୁ। ପ୍ରେମ ଓ ଦାମ୍ପତ୍ୟ ଜୀବନ ମଧୁର ହେବ।

ମୀନ: ଦିନଟିରେ ସୁଖସମୃଦ୍ଧି ପ୍ରାପ୍ତି ହେବ। ଅନ୍ୟର ସହଯୋଗରେ କାର୍ଯ୍ୟ ପୂରଣ କରିବେ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ଆର୍ଥିକସ୍ତରରେ ପରିବର୍ତ୍ତନ ଆସିବ। କ୍ୟାରିୟରରେ ସଫଳତା ପାଇବେ।

About The Author: The Sakala