ମେଷ: ବନ୍ଧୁମାନଙ୍କ ସହ ବିବାଦ ଦେଖାଦେଇପାରେ। ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହିବେ। ସନ୍ତାନମାନଙ୍କ ଉନ୍ନତିରେ ଖୁସି ରହିବେ। ଆର୍ଥିକ ଉନ୍ନତି ହେବ। ପତି-ପତ୍ନୀଙ୍କ ମଧ୍ୟରେ ସୁସମ୍ପର୍କ ରହିବ।
ବୃଷ: ଆର୍ଥିକ ସମସ୍ୟା ଲାଗି ରହିବ। ନେଣ-ଦେଣ କରିବା ସମୟରେ ସାବଧାନ ରୁହନ୍ତୁ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଛାତ୍ରଛାତ୍ରୀ ଉତ୍ତମ ଫଳ ପାଇବେ। ମାନସିକ ଚିନ୍ତା ବଢ଼ିବ।
ମିଥୁନ: ବ୍ୟବସାୟକୁ ନେଇ ବ୍ୟସ୍ତ ରହିବେ। ପ୍ରେମ ବ୍ୟାପାରରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ଅଧିକ କାର୍ଯ୍ୟଭାର ରହିବ। ନିଜ କ୍ଷମତା ଉପରେ ଧ୍ୟାନ ଦିଅନ୍ତୁ। ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେବ।
କର୍କଟ: ଯୋଜନାମୁତାବକ କାମ କରନ୍ତୁ। ଦୀର୍ଘ ଦିନରୁ ଅଟକି ଥିବା କାମରୁ ସମାଧାନ ଘଟିବ। ପରିବାର ସହ ଅଧିକ ସମୟ କଟାଇବେ। ଧୈର୍ଯ୍ୟର ସହ କାର୍ଯ୍ୟ କରି ସଫଳତା ପାଇବେ।
ସିଂହ:କର୍ମକ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଅବିବାହିତମାନଙ୍କ ପାଇଁ ଭଲ ପ୍ରସ୍ତାବ ଯୋଗ ରହିଛି। ଛାତ୍ରଛାତ୍ରୀ ଆଳସ୍ୟ ଅନୁଭବ କରିବେ। ଗୃହିଣୀମାନେ ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ।
କନ୍ୟା: କର୍ମକ୍ଷେତ୍ରରେ ସହକର୍ମୀଙ୍କଠାରୁ ସଂପୂର୍ଣ୍ଣ ସହଯୋଗ ପାଇବେ। ନିଜର ମଧୁର ବ୍ୟବହାର ପାଇଁ ଲୋକପ୍ରିୟତା ହାସଲ କରିବେ। ଛାତ୍ରଛାତ୍ରୀ କ୍ୟାରିୟରରେ ଉନ୍ନତି କରିବେ।
ତୁଳା: କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଉପୁଜିପାରେ। ଅଯଥା କଥାରେ ମୁଣ୍ଡ ନ ପୂରାଇ ନିଜ ଲକ୍ଷ୍ୟରେ ଧ୍ୟାନ କେନ୍ଦ୍ରିତ କରନ୍ତୁ। ବିଦ୍ୟାର୍ଥୀମାନେ ଉଚ୍ଚଶିକ୍ଷା ପାଇଁ ପ୍ରସ୍ତୁତି କରିବେ।
ବିଛା: ଅଚାନକ ଧନପ୍ରାପ୍ତି ଯୋଗ ରହିଛି। ଆର୍ଥିକ କ୍ଷେତ୍ରରେ ସୁଦୃଢ଼ ରହିବେ। ମନୋରଞ୍ଜନରେ ସମୟ ଅତିବାହିତ କରିବେ। ସ୍ବାଧୀନ ଭାବରେ କାର୍ଯ୍ୟ କରି ସଫଳତା ପାଇବେ।
ଧନୁ: ଇଚ୍ଛାନୁସାରେ ସମସ୍ତ କାର୍ଯ୍ୟ ହେବ । ମାନସିକ ସ୍ତରରେ ଆପଣ ବହୁତ ହାଲୁକା ଅନୁଭବ କରିବେ। ସରକାରୀ କାର୍ଯ୍ୟରେ ସଫଳତା ପାଇପାରନ୍ତି।
ମକର: ନୂତନ କାର୍ଯ୍ୟକୁ ନେଇ ବ୍ୟସ୍ତ ରହିବେ। ଆର୍ଥିକସ୍ଥତିରେ ଉନ୍ନତି ପରିଲକ୍ଷିତ ହେବ। ଛାତ୍ରଛାତ୍ରୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବେ।
କୁମ୍ଭ: ଛାତ୍ରଛାତ୍ରୀମାନେ ବିଭିନ୍ନ କାର୍ଯ୍ୟରେ ଆଗ୍ରହ ଦେଖାଇବେ । ରାଜନୀତି କ୍ଷେତ୍ର ସହିତ ଜଡ଼ିତ ଲୋକମାନେ ସଫଳତା ପାଇବେ । ପରିବାରରେ ଧାର୍ମିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ।
ମୀନ: ଦୀର୍ଘ ଦିନର ସମସ୍ୟାର ସମାଧାନ ହୋଇପାରେ। ମହିଳାମାନେ ଆତ୍ମନିର୍ଭରଶୀଳା ହେବେ। ଆର୍ଥିକକ୍ଷେତ୍ର ସୁଦୃଢ଼ ରହିବ। ବ୍ୟବସାୟୀମାନେ ଦୂରଯାତ୍ରା କରିପାରନ୍ତି।