ମେଷ: ସମସ୍ୟାର ସମାଧାନ ହେବ। କ୍ୟାରିୟରକୁ ନେଇ ବିଦ୍ୟାର୍ଥୀ ଯୋଜନା କରିବେ। ଦେଶ-ବିଦେଶ ଯାତ୍ରା କରିପାରନ୍ତି। ସଫଳତା ପାଇବା ପାଇଁ ଆହୁରି ପରିଶ୍ରମ ଦରକାର। ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି।
ବୃଷ: ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ପରିବାର ଲୋକଙ୍କ ସହ ଦୂର ସ୍ଥାନ ଯାତ୍ରା କରିପାରନ୍ତି। ଆଶା କରିଥିବା ଦିଗରୁ ଅର୍ଥ ମିଳିବ ନାହିଁ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ମିଥୁନ: ସକାରାତ୍ମକ ଚିନ୍ତାଧାରା ସହିତ ଆଗକୁ ବଢ଼ନ୍ତୁ। ନୂତନ ଯାନବାହନ କ୍ରୟ କରିପାରନ୍ତି । ପୁରୁଣା ବନ୍ଧୁଙ୍କ ସହ ମିଳନ ହେବ। ପ୍ରେମ ବ୍ୟାପାରରେ ସଫଳତା ମିଳିବ। ମହିଳାମାନେ ପୂଜାର୍ଚ୍ଚନାରେ ସମୟ ବିତାଇବେ।
କର୍କଟ: ଗୁରୁଜନଙ୍କ ପରାମର୍ଶ ନେଇ କାମ କରନ୍ତୁ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ନୂତନ କର୍ମକ୍ଷେତ୍ରରେ ଯୋଗ ଦେଇପାରନ୍ତି। ବୈବାହିକ ଜୀବନ ସୁଖମୟ ହେବ। ପରିବାରରେ ମୁଖ୍ୟ ଦାୟିତ୍ବ ପାଇପାରନ୍ତି।
ସିଂହ: ଜମିଜମା ବିବାଦରେ ଛନ୍ଦି ହୋଇପାରନ୍ତି। କର୍ମକ୍ଷେତ୍ରରେ କାମର ଚାପ ରହିବ। ପରିସ୍ଥିତିକୁ ମୁକାବିଲା କରିବାକୁ ଚେଷ୍ଟା କରନ୍ତୁ। ଚିଡ଼ାଚିଡ଼ା ସ୍ବଭାବ ଆସିପାରେ। ମନ ହାଲୁକା ରହିବ।
କନ୍ୟା: ପରିବାରରେ ହସଖୁସି ଲାଗି ରହିବ। ଅଚାନକ ତୀର୍ଥ ଯାତ୍ରା କରିପାରନ୍ତି। ପ୍ରେମ ସମ୍ବନ୍ଧ ମଜଭୁତ୍ ହେବ। ସାମାଜିକ କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି। ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଉପଯୁକ୍ତ ସମୟ।
ତୁଳା: ପରିଶ୍ରମର ଫଳ ପାଇବେ। ଆଶା କରୁଥିବା ଦିଗରୁ ଅର୍ଥ ମିଳିବ। ନୂତନ ଜମି କିଣିବାର ଯୋଗ ରହିଛି। ମହିଳାମାନେ ଘରକାମରେ ବ୍ୟସ୍ତ ରହିବେ। କୌଣସି କଥାକୁ ନେଇ ବିଚଳିତ ହୋଇପାରନ୍ତି।
ବିଛା: ଧନଧାନ୍ୟ ବୃଦ୍ଧି ପାଇବ। ବୈବାହିକ ଜୀବନ ସୁଖମୟ ହେବ। କାର୍ଯ୍ୟକ୍ଷେତ୍ରରେ ଅଧିକ କାମ କରିପାରନ୍ତି। ଜମିଜମା ମାମଲାକୁ ନେଇ କୋର୍ଟ କଚେରୀ ଯାଇପାରନ୍ତି। ଆର୍ଥିକ ସମସ୍ୟା ଲାଗି ରହିବ।
ଧନୁ: ମନ ବିଚଳିତ ରହିପାରେ। ପାରିବାରିକ ସମସ୍ୟା ଲାଗି ରହିବ। ବ୍ୟବସାୟରେ ଲାଭ ମିଳିବ। ଆଣ୍ଠୁଗଣ୍ଠି ସମସ୍ୟା ଦେଖାଦେଇପାରେ। କ୍ରୋଧ ଉପରେ ନିୟନ୍ତ୍ରଣ କରନ୍ତୁ। ଭଗବାନଙ୍କ ପୂଜାର୍ଚ୍ଚନା କରନ୍ତୁ।
ମକର: ଶୁଭ ଖବର ପାଇପାରନ୍ତି ଆତ୍ମବିଶ୍ବାସ ହରାନ୍ତୁନି। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀ କାର୍ଯ୍ୟରେ ପ୍ରଭାବିତ ହୋଇପାରନ୍ତି। ନୂତନ କାରବାର ପାଇଁ ଶୁଭ ସମୟ। ପ୍ରତିଦିନ ହନୁମାନଙ୍କ ପୂଜାର୍ଚ୍ଚନା କରନ୍ତୁ।
କୁମ୍ଭ: ରାଜନୀତିରେ ପ୍ରବେଶ କରିପାରନ୍ତି। ବିଦ୍ୟାର୍ଥୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ବନ୍ଧୁଙ୍କ ସହ ଭ୍ରମଣ କରିବାକୁ ଯିବେ। ଅନ୍ୟମାନଙ୍କ ସହ ଯୁକ୍ତିତର୍କ କରନ୍ତୁନି
ମୀନ: ଆଳସ୍ୟରେ ଦିନ ବିତିବ। କାମ ବିଗିଡ଼ିପାରେ। ସତର୍କତା ସହିତ କାର୍ଯ୍ୟ କରନ୍ତୁ। ବୈବାହିକ ଜୀବନ ସୁଖମୟ ହେବ। ବ୍ୟବସାୟ କ୍ଷତି ସହି ପାରନ୍ତି। ବିଷ୍ଣୁ ସହସ୍ର ନାମ ଜପ କରନ୍ତୁ।