ମେଷ: କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ବିରୋଧୀମାନଙ୍କଠାରୁ ବିଜୟୀ ହେବେ। କୌଣସି ଚ୍ୟାଲେଞ୍ଜଭରା କାର୍ଯ୍ୟ କରିବାରୁ ଦୂରେଇ ରୁହନ୍ତୁ। ମହିଳା ଅଧିକାରୀଙ୍କଠାରୁ ସଂପୂର୍ଣ୍ଣ ସହଯୋଗ ପାଇବେ।
ବୃଷ: ନୂତନ କୌଶଳରେ ବ୍ୟବସାୟ କରିବେ। ବରିଷ୍ଠ ବ୍ୟକ୍ତିଙ୍କ ସଂପୂର୍ଣ୍ଣ ସହଯୋଗ ପାଇବେ। ଦୂରଯାତ୍ରା ପାଇଁ ଯୋଜନା ବନାଇବେ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଦେଖାଦେବ।
ମିଥୁନ: ଦୀର୍ଘଦିନର ସମସ୍ୟା ଅପସରି ଯିବ। ପରିବାରର ବାତାବରଣ ଉତ୍ସାହଜନକ ରହିବ। ନୂତନ ସମ୍ପର୍କରେ ନିବିଡ଼ତା ବୃଦ୍ଧି ପାଇବ। ମହିଳାମାନେ ଅତ୍ୟଧିକ ଆଶା କରି କଷ୍ଟ ପାଇବେ।
କର୍କଟ: ସ୍ବାସ୍ଥ୍ୟରେ ଉନ୍ନତି ହେବ। କାର୍ଯ୍ୟସ୍ଥଳୀରେ ସକାରାତ୍ମକ ଫଳାଫଳ ଆପଣଙ୍କ ପକ୍ଷରେ ହେବ। ଘରେ ସୁଖଶାନ୍ତି ବୃଦ୍ଧି ପାଇବ। ଭୂ ସମ୍ପତ୍ତିର ଅଧିକାରୀ ହେବେ। ସମୟ ପୂର୍ବରୁ କାର୍ଯ୍ୟ କରି ପ୍ରଶଂସିତ ହେବେ।
ସିଂହ: ପରିବାରର ଦାୟିତ୍ବ ବୃଦ୍ଧି ପାଇବାକୁ ଲାଗିବ। ଜୀବନସାଥୀଙ୍କୁ ମନର କଥା କହି ଆତ୍ମସନ୍ତୋଷ ପାଇବେ। ବ୍ୟବସାୟରେ ଅଧିକ ନିବେଶ କରିବା ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ଗ୍ରହଣ କରନ୍ତୁ।
କନ୍ୟା: କାର୍ଯ୍ୟ କରିବାର ତରିକାରେ କିଛି ପରିବର୍ତ୍ତନ ଦେଖାଦେଇପାରେ। ଅନ୍ୟକୁ ଧାର ଦେବା କାର୍ଯ୍ୟରୁ ଦୂରେଇ ରୁହନ୍ତୁ। କୋର୍ଟକଚେରୀ ମାମଲା ଆପଣଙ୍କ ପାଇଁ ନକାରାତ୍ମକ ରହିପାରେ।
ତୁଳା:କଥା କହିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ପୁରୁଣା ରୋଗ ପୁନଃଶ୍ଚ କଷ୍ଟ ଦେଇପାରେ। ଜରୁରୀକାର୍ଯ୍ୟରେ ବ୍ୟସ୍ତ ରହିବେ। ମହିଳାମାେନ ଆଳସ୍ୟ ଅନୁଭବ କରିବେ।
ବିଛା: ଦିନଟି ଭଲ ଫଳାଫଳ ପ୍ରଦାନ କରିବ। ମାନସିକ ଅଶାନ୍ତିରୁ ମୁକ୍ତି ପାଇବେ। ସ୍ବାସ୍ଥ୍ୟରେ ସାମାନ୍ୟ ସମସ୍ୟା ଦେଖାଦେବ। ଛାତ୍ରଛାତ୍ରୀ ଲେଖାପଢ଼ାେର ମନୋନିବେଶ କରିବେ।
ଧନୁ: ବିଶେଷ ବନ୍ଧୁଙ୍କ ସହିତ ଭେଟ ହୋଇପାରେ । ଲାଭର ଅନେକ ସୁଯୋଗ ପାଇବେ। କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଠିକ୍ ସମୟରେ ସମାପ୍ତ ହେବ । ଦାମ୍ପତ୍ୟ ଜୀବନରେ ଖୁସି ରହିବେ।
ମକର: ଦ୍ବନ୍ଦ୍ବରେ ପଡ଼ି ନିଷ୍ପତ୍ତି ନେବାରୁ ଦୂରେଇ ରୁହନ୍ତୁ। ବ୍ୟବସାୟରେ ସଫଳତା ପାଇବେ। ମାନସିକ ସ୍ତରରେ ଚାପଗ୍ରସ୍ତ ରହିବେ। ଅତ୍ୟଧିକ ପରିଶ୍ରମ କରି ଥକ୍କା ଅନୁଭବ କରିବେ।
କୁମ୍ଭ: ଅଧିକ ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି। କର୍ମସ୍ଥଳୀରେ କିଛି ନୂତନ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ। ସୁଯୋଗର ସଠିକ୍ ଉପଯୋଗ କରିବେ। ମହିଳାମାନେ ସ୍ବାଧୀନମନା ହେବେ।
ମୀନ: ସରକାରୀ କାର୍ଯ୍ୟରେ ବିଶିଷ୍ଟ ଲୋକଙ୍କ ସହଯୋଗ ପାଇବେ। ଘରେ କୌଣସି ଧାର୍ମିକ କାର୍ଯ୍ୟ ଅନୁଷ୍ଠାନ କରିବେ। ମହିଳାମାନଙ୍କୁ ବଭିନ୍ନ କ୍ଷେତ୍ରରେ ସଫଳତା ମିଳିବ।