ହୃଦ୍‌ଘାତ ରୋକିବ ଏକ୍ସ-ରେ

ଏକ୍ସ-ରେ ସହାୟତାରେ ଏବେ କିଛି ବର୍ଷ ପୂର୍ବରୁ ହିଁ ହୃଦ୍‌ଘାତ ହେବ କି ନାହିଁ ବୋଲି ସୂଚନା ଦିଆଯାଇପାରିବ। ଅଷ୍ଟ୍ରେଲୀୟ ବୈଜ୍ଞାନିକମାନେ ଏହି ସଫଳତା ପାଇପାରିଛନ୍ତି। ସେମାନଙ୍କ କହିବା ଅନୁସାରେ, ହୃଦ୍‌ଯନ୍ତ୍ର ସହ ଜଡିତ ମହାଧମନୀ(ଆଓର୍ଟା)ରେ କ୍ୟାଲ୍‌ସିୟମ ସ୍ତର ବଢିଗଲେ ହୃଦ୍‌ଘାତ ଆଶଙ୍କା ୪ଗୁଣ ଅଧିକ ହୋଇଯାଏ। ବିଶ୍ବରେ ହୃଦ୍‌ଘାତରେ ସର୍ବାଧିକ ଲୋକ ମୃତ୍ୟୁବରଣ କରୁଥିବା ବେଳେ ଏକ୍ସ-ରେ ସହାୟତାରେ ପ୍ରତି ବର୍ଷ ହଜାରହଜାର ଜୀବନ ରକ୍ଷା କରାଯାଇପାରିବ ବୋଲି ବୈଜ୍ଞାନିକମାନେ ଜଣାଇଛନ୍ତି। ଏହି ଟିମ୍‌ର ସଦସ୍ୟ […]

ଏକ୍ସ-ରେ ସହାୟତାରେ ଏବେ କିଛି ବର୍ଷ ପୂର୍ବରୁ ହିଁ ହୃଦ୍‌ଘାତ ହେବ କି ନାହିଁ ବୋଲି ସୂଚନା ଦିଆଯାଇପାରିବ। ଅଷ୍ଟ୍ରେଲୀୟ ବୈଜ୍ଞାନିକମାନେ ଏହି ସଫଳତା ପାଇପାରିଛନ୍ତି। ସେମାନଙ୍କ କହିବା ଅନୁସାରେ, ହୃଦ୍‌ଯନ୍ତ୍ର ସହ ଜଡିତ ମହାଧମନୀ(ଆଓର୍ଟା)ରେ କ୍ୟାଲ୍‌ସିୟମ ସ୍ତର ବଢିଗଲେ ହୃଦ୍‌ଘାତ ଆଶଙ୍କା ୪ଗୁଣ ଅଧିକ ହୋଇଯାଏ। ବିଶ୍ବରେ ହୃଦ୍‌ଘାତରେ ସର୍ବାଧିକ ଲୋକ ମୃତ୍ୟୁବରଣ କରୁଥିବା ବେଳେ ଏକ୍ସ-ରେ ସହାୟତାରେ ପ୍ରତି ବର୍ଷ ହଜାରହଜାର ଜୀବନ ରକ୍ଷା କରାଯାଇପାରିବ ବୋଲି ବୈଜ୍ଞାନିକମାନେ ଜଣାଇଛନ୍ତି।

ଏହି ଟିମ୍‌ର ସଦସ୍ୟ ଅଷ୍ଟ୍ରେଲିଆର ପର୍ଥସ୍ଥିତ ଏଡିଥ୍‌ କୋୱାନ୍‌ ବିଶ୍ବବିଦ୍ୟାଳୟର ପ୍ରଫେସର ଜୋଶ୍‌ ଲେୱିସ୍‌ କହନ୍ତି, ସାଧାରଣ ଲୋକେ ଧମନୀରେ କ୍ୟାଲସିୟମ ଜମିବା କିମ୍ବା ହୃଦ୍‌ଘାତ ଜନିତ ସମସ୍ୟା ଭୋଗିବାକୁ ଯାଉଥିବା ସମ୍ପର୍କରେ କିଛି ବି ଜାଣିପାରନ୍ତି ନାହିଁ। ତେବେ ହୃଦ୍‌ଯନ୍ତ୍ରକୁ ଯାଇଥିବା ମହାଧମନୀ ବା ମୁଖ୍ୟ ଧମନୀରେ ପ୍ରଥମେ କ୍ୟାଲସିୟମ ଜମା ହୁଏ। ଏହାକୁ ଚିକିତ୍ସା ବିଜ୍ଞାନରେ ଆଓର୍ଟିକ୍‌ କ୍ୟାଲ୍‌ସିଫିକେସନ୍‌ କରନ୍ତି। ସଠିକ୍‌ ସମୟରେ ଏହା ଜଣାପଡିଲେ ଔଷଧ ଦ୍ବାରା ଚିକିତ୍ସା କରାଯାଇପାରେ।

ମହାଧମନୀ ହୃଦ୍‌ଯନ୍ତ୍ରକୁ ରକ୍ତ ପ୍ରବାହ କରାଇଥାଏ। ତେବେ ଏଥିରେ କ୍ୟାଲସିୟମ ଜମା ହେଲେ ଏହା ସଂକୀର୍ଣ୍ଣ ହୋଇ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇପାରେନି। ତେଣୁ ହୃଦ୍‌ଘାତର ଆଶଙ୍କା ବଢେ। ଅବ୍ୟବସ୍ଥିତ ଦିନଚର୍ୟ୍ୟା, ଧୂମପାନ, କାର୍ୟ୍ୟକ୍ଷେତ୍ରରେ ଅଧିକ ସମୟ ବସି ରହିବା ଏହାର କାରଣ ହୋଇଥିବା ବେଳେ ଏଥିପାଇଁ ଆନୁବଂଶିକ କାରଣ ମଧ୍ୟ ଦାୟୀ ହୋଇପାରେ ବୋଲି ବୈଜ୍ଞାନିକମାନେ ଜଣାଇଛନ୍ତି।

About The Author: The Sakala