ଜାଣନ୍ତୁ ୫ଟି ଫୁଲର ଔଷଧୀୟ ଗୁଣ….

ପୂଜାର୍ଚ୍ଚନା କିମ୍ବା ସାଜସଜ୍ଜା କାମରେ ଫୁଲର ବ୍ୟବହାର ଅଧିକ ହୋଇଥାଏ। ଏହା ସହିତ ଆୟୁର୍ବେଦରେ ଫୁଲକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଏ। ବିଭିନ୍ନ ପ୍ରକାର ଫୁଲରେ ଥିବା ଔଷଧୀୟଗୁଣ ବିଭିନ୍ନ ରୋଗ ଦୂର କରିଥାଏ। ଆୟୁର୍ବେଦ ଡାକ୍ତରଙ୍କ ପରାମର୍ଶ କ୍ରମେ ଫୁଲକୁ ଔଷଧ ଭାବେ ଖାଇପାରିବେ। ନଚେତ୍‌ ଏସବୁର ଅନେକ ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ଅଛି। ଆସନ୍ତୁ ଜାଣିବା ୫ଟି ଫୁଲର ଔଷଧୀୟ ଗୁଣ ସମ୍ପର୍କରେ। -ପଦ୍ମ ଫୁଲର କାଢ଼ାକୁ ପିଇବା ଦ୍ବାରା ଅନେକ ତ୍ବଚା […]

ପୂଜାର୍ଚ୍ଚନା କିମ୍ବା ସାଜସଜ୍ଜା କାମରେ ଫୁଲର ବ୍ୟବହାର ଅଧିକ ହୋଇଥାଏ। ଏହା ସହିତ ଆୟୁର୍ବେଦରେ ଫୁଲକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଏ। ବିଭିନ୍ନ ପ୍ରକାର ଫୁଲରେ ଥିବା ଔଷଧୀୟଗୁଣ ବିଭିନ୍ନ ରୋଗ ଦୂର କରିଥାଏ। ଆୟୁର୍ବେଦ ଡାକ୍ତରଙ୍କ ପରାମର୍ଶ କ୍ରମେ ଫୁଲକୁ ଔଷଧ ଭାବେ ଖାଇପାରିବେ। ନଚେତ୍‌ ଏସବୁର ଅନେକ ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ଅଛି। ଆସନ୍ତୁ ଜାଣିବା ୫ଟି ଫୁଲର ଔଷଧୀୟ ଗୁଣ ସମ୍ପର୍କରେ।

-ପଦ୍ମ ଫୁଲର କାଢ଼ାକୁ ପିଇବା ଦ୍ବାରା ଅନେକ ତ୍ବଚା ସମସ୍ୟା ଦୂର ହେବା ସହିତ ବ୍ରୋଙ୍କାଇଟିସ୍‌ ଓ ତ୍ବଚାର ଜ୍ବଳନ ଅନେକ ପରିମାଣରେ କମ୍‌ ହୁଏ।

-ହଜମଜନିତ ସମସ୍ୟା ଦୂର କରିବା ପାଇଁ ମନ୍ଦାର ଫୁଲ ବେଶ୍‌ ଉପଯୋଗୀ। ଆଣ୍ଟିଅକ୍ସିଡାଣ୍ଟ୍‌ ଗୁଣରେ ଭରପୂର ମନ୍ଦାର, କୋଲେଷ୍ଟ୍ରଲ୍‌ ଓ ରକ୍ତରେ ସର୍କରାକୁ ନିୟନ୍ତ୍ରଣ କରିଥାଏ।

-ପେଟ ସମ୍ପର୍କିତ କୌଣସି ସମସ୍ୟା ପାଇଁ ଗେଣ୍ଡୁ ଫୁଲ ବ୍ୟବହାର କରାଯାଇପାରିବ।

-ଗୋଲାପ ଫୁଲରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ସହିତ ଅନେକ ଭିଟାମିନ୍‌ ରହିଥାଏ, ଯାହାର ବ୍ୟବହାର ଦ୍ବାରା ଖାଦ୍ୟର ସ୍ବାଦ ବଢ଼ିବା ସହିତ ରୋଗ ସଂକ୍ରମଣର ଆଶଙ୍କା ରହେ ନାହିଁ।

-ମଧୁମେହ ରୋଗୀଙ୍କ ପାଇଁ ସଦାବିହାରୀ ଫୁଲ ଅତ୍ୟନ୍ତ ଲାଭଦାୟକ। ଏହି ଫୁଲରେ ଆଣ୍ଟିଡାଇବେଟିକ୍‌ ଗୁଣ ଅଛି। ଗୋଟିଏ କପ୍‌ ପାଣିରୁ କିଛି ଫୁଲ ପକାଇ ଫୁଟାଇ ଦିଅନ୍ତୁ। ଏହାକୁ ଛାଣି ଖାଲିପେଟରେ ପିଅନ୍ତୁ।

About The Author: The Sakala