କାନବିନ୍ଧାର ଆୟୁର୍ବେଦ ଉପଚାର

କାନ ସଂକ୍ରମଣ ହେଲେ, କାନ ଭିତର କୁଣ୍ଡାଇହେବା, ବାହାର ପାର୍ଶ୍ବ ଲାଲ୍‌ ପଡ଼ିବା, ଠିକ୍‌ ଭାବେ ଶୁଣି ନ ପାରିବା, କାନ ଭିତରୁ ଦୁର୍ଗନ୍ଧ ପାଣି ତଥା ପୂଜା ବାହାରିବା ଆଦି ଦେଖିବାକୁ ମିଳିଥାଏ। ତେଣୁ ଚିକିତ୍ସକଙ୍କ ପରାମର୍ଶ ଅନୁଯାୟୀ ଉପଚାର କଲେ କାନ ବିନ୍ଧା ତଥା ସଂକ୍ରମଣରୁ ଉପଶମ ମିଳିଥାଏ। ଆଣ୍ଟି ଇମ୍ଫ୍ଲାମେଟରୀ ଗୁଣରେ ଭରପୂର ରସୁଣ ରସକୁ ନଡ଼ିଆ ତେଲରେ ମିଶାଇ କାନ ପାଖରେ ହାଲୁକା ମାଲିସ୍‌ ଦ୍ବାରା ଉପଶମ ମିଳିଥାଏ। ଏହା କାନ […]

କାନ ସଂକ୍ରମଣ ହେଲେ, କାନ ଭିତର କୁଣ୍ଡାଇହେବା, ବାହାର ପାର୍ଶ୍ବ ଲାଲ୍‌ ପଡ଼ିବା, ଠିକ୍‌ ଭାବେ ଶୁଣି ନ ପାରିବା, କାନ ଭିତରୁ ଦୁର୍ଗନ୍ଧ ପାଣି ତଥା ପୂଜା ବାହାରିବା ଆଦି ଦେଖିବାକୁ ମିଳିଥାଏ। ତେଣୁ ଚିକିତ୍ସକଙ୍କ ପରାମର୍ଶ ଅନୁଯାୟୀ ଉପଚାର କଲେ କାନ ବିନ୍ଧା ତଥା ସଂକ୍ରମଣରୁ ଉପଶମ ମିଳିଥାଏ।

  • ଆଣ୍ଟି ଇମ୍ଫ୍ଲାମେଟରୀ ଗୁଣରେ ଭରପୂର ରସୁଣ ରସକୁ ନଡ଼ିଆ ତେଲରେ ମିଶାଇ କାନ ପାଖରେ ହାଲୁକା ମାଲିସ୍‌ ଦ୍ବାରା ଉପଶମ ମିଳିଥାଏ। ଏହା କାନ ଭିତରକୁ ଯେପରି ନ ଯାଏ, ଧ୍ୟାନ ଦେବା ଜରୁରି। ଅବଶ୍ୟ କାନ ବିନ୍ଧାରୁ ଆରାମ ପାଇବା ପାଇଁ ନିୟମିତ ଏକ କୋଲା ରସୁଣ ଖାଇପାରିବେ।
  • ଆୟୁର୍ବେଦରେ ଜୁଆଣିକୁ କାନ ସଂକ୍ରମଣ ସହିତ କାନବିନ୍ଧା ଦୂର ପାଇଁ ବ୍ୟବହାର କରାଯାଏ। ଏଥିରେ ଆଣ୍ଟି ଇମ୍ଫ୍ଲାମେଟରୀ ଗୁଣ ଥିବାରୁ ଏହା ଦାନ୍ତ, ପେଟ ଯନ୍ତ୍ରଣାରୁ ଉପଶମ ଦିଏ। ତେଣୁ ରାଶି ତେଲରେ କିଛି ରସୁଣ କୋଲା ଓ ଜୁଆଣି ମିଶାଇ ଏହା ଲାଲ୍‌ ରଙ୍ଗ ହେବା ଯାଏଁ ଫୁଟାନ୍ତୁ। ତେଲକୁ ଛାଣି ଏହାକୁ କାନ ଚାରିପାଖେ ଲଗାଇଲେ ଯନ୍ତ୍ରଣା ଦୂର ହୁଏ।
  • ସେହିପରି ତୁଳସୀ ପତ୍ରରେ ଆଣ୍ଟି ଇମ୍ଫ୍ଲାମେଟରୀ, ଆଣ୍ଟି ବ୍ୟାକ୍ଟେରିଆଲ ଏବଂ ବିଭିନ୍ନ ଔଷଧୀୟ ଗୁଣ ଥିବାରୁ ଏହା କାନ ଯନ୍ତ୍ରଣା ତଥା କାନ ସଂକ୍ରମଣକୁ ରୋକିଥାଏ। ତେଣୁ ତୁଳସୀ ପତ୍ର ରସରେ ନଡ଼ିଆ ତେଲ ମିଶାଇ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନିର୍ଦ୍ଦିଷ୍ଟ ପରିମାଣରେ କାନ ଚାରିପାଖେ ମାଲିସ୍‌ କରିପାରିବେ।
  • ଅଦାରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଥିବାରୁ ଏହା ମଧ୍ୟ କାନ ଯନ୍ତ୍ରଣା ଦୂର କରେ। ଅଦା ରସକୁ ଅଲିଭ୍‌ ତେଲରେ ମିଶାଇ ଏହି ମିଶ୍ରଣକୁ କାନମୂଳେ ଲଗାଇଲେ, କାନବିନ୍ଧାରୁ ଉପଶମ ମିଳେ।
  • ଗୋଟା ପାନପତ୍ର ପେଟ ପଟେ ଗାଈଘିଅ ଲଗାଇ ଏହାକୁ ହାଲୁକା ଉଷୁମ କରି କାନରେ ଶେକ ଦେଇପାରିବେ। ପାଚିଲା ଅରଖ ପତ୍ର ମଧ୍ୟ ବ୍ୟବହାର ଯୋଗ୍ୟ। ଚିକିତ୍ସକଙ୍କ ପରାମର୍ଶରେ ସମ୍ଭୁକାଦି ତୈଳ, ଦଶମୂଳତୈଳ ବ୍ୟବହାର କରାଯାଇପାରେ। ଏହା କାନ ରୋଗ ପାଇଁ ସବୁଠୁ ହିତକର।

About The Author: The Sakala