ସ୍ମାର୍ଟଫୋନ୍‌ରୁ ଜଣାପଡ଼ିବ ହିମୋଗ୍ଲୋବିନ୍‌ ସ୍ତର

ହିମୋଗ୍ଲୋବିନ୍‌ ଲୋହିତ ରକ୍ତ କଣିକାରେ ମିଳୁଥିବା ଏକ ପ୍ରୋଟିନ୍‌। ଯାହାକି ଶରୀରର କୋଷିକାକୁ ଅମ୍ଳଜାନ ପହଞ୍ଚାଇବାର କାମ କରିଥାଏ। ହେଲେ ଶରୀରରେ ହିମୋଗ୍ଲୋବିନ୍‌ କମ୍‌ ହେବା ରକ୍ତହୀନତା ତଥା ଏନିମିଆର ସଙ୍କେତ ଦେଇଥାଏ। ପୁରୁଷଙ୍କଠାରେ ହିମୋଗ୍ଲୋବିନ୍‌ ୧୩.୫ ଗ୍ରାମ୍‌/ଡିଏଲରୁ କମ୍‌ ଏବଂ ମହିଳାଙ୍କ ଠାରେ ୧୨.୦ ଗ୍ରାମ୍‌/ଡିଏଲରୁ କମ୍ ହେବା ଏନିମିଆର ସଙ୍କେତ ହୋଇଥାଏ। ଏହାଦ୍ବାରା ଲୋହିତ ରକ୍ତ କଣିକା ତିଆରି ହୋଇପାରିନଥାଏ। ଶରୀର ଦୁର୍ବଳ ତଥା ହାଲିଆ ଲାଗିଥାଏ। ତେବେ ରକ୍ତପରୀକ୍ଷାରୁ ହିଁ ଏହି ରୋଗ […]

ହିମୋଗ୍ଲୋବିନ୍‌ ଲୋହିତ ରକ୍ତ କଣିକାରେ ମିଳୁଥିବା ଏକ ପ୍ରୋଟିନ୍‌। ଯାହାକି ଶରୀରର କୋଷିକାକୁ ଅମ୍ଳଜାନ ପହଞ୍ଚାଇବାର କାମ କରିଥାଏ। ହେଲେ ଶରୀରରେ ହିମୋଗ୍ଲୋବିନ୍‌ କମ୍‌ ହେବା ରକ୍ତହୀନତା ତଥା ଏନିମିଆର ସଙ୍କେତ ଦେଇଥାଏ। ପୁରୁଷଙ୍କଠାରେ ହିମୋଗ୍ଲୋବିନ୍‌ ୧୩.୫ ଗ୍ରାମ୍‌/ଡିଏଲରୁ କମ୍‌ ଏବଂ ମହିଳାଙ୍କ ଠାରେ ୧୨.୦ ଗ୍ରାମ୍‌/ଡିଏଲରୁ କମ୍ ହେବା ଏନିମିଆର ସଙ୍କେତ ହୋଇଥାଏ। ଏହାଦ୍ବାରା ଲୋହିତ ରକ୍ତ କଣିକା ତିଆରି ହୋଇପାରିନଥାଏ। ଶରୀର ଦୁର୍ବଳ ତଥା ହାଲିଆ ଲାଗିଥାଏ। ତେବେ ରକ୍ତପରୀକ୍ଷାରୁ ହିଁ ଏହି ରୋଗ ବିଷୟରେ ଜଣାପଡ଼ୁଥିବାରୁ ରକ୍ତପରୀକ୍ଷା କରିବାକୁ ଲୋକଙ୍କୁ ଘଣ୍ଟା ଘଣ୍ଟା ହସ୍‌ପିଟାଲ କିମ୍ବା ନିଦାନ କେନ୍ଦ୍ରରେ ଅପେକ୍ଷା କରିବାକୁ ହୁଏ। କିନ୍ତୁ ଏବେ ଘରେ ବସି ହିମୋଗ୍ଲୋବିନ୍‌ ସ୍ତର କେତେ ରହିଛି, ଜଣେ ଜାଣିପାରିବେ। ନିକଟରେ ସ୍ବାସ୍ଥ୍ୟ ବିଶେଷଜ୍ଞ ବିକଶିତ କରିଥିବା ଏକ ଆପ୍ଲିକେଶନ ରକ୍ତର ହିମୋଗ୍ଲୋବିନ୍‌ ସ୍ତରକୁ ମୋବାଇଲ୍‌କୁ ପଠାଇବ। ଏହି କୌଶଳରେ ଶରୀରକୁ ରକ୍ତ ବାହାର ନ କରି ମଧ୍ୟ ଟେଷ୍ଟ କରାଯାଇପାରିବ । ଏଥିପାଇଁ ଜଣେ ବ୍ୟକ୍ତିଙ୍କୁ ହାତର ନଖ ଫଟୋକୁ ଏକ ଆପ୍ଲିକେଶନ୍‌ରେ ନେବାକୁ ହୋଇଥାଏ। ଏହି ଆପ୍‌ ନଖର ରଙ୍ଗକୁ ବିଶ୍ଳେଷଣ କରି ହିମୋଗ୍ଲୋବିନ୍‌ ସ୍ତରକୁ ଜଣାଇବ। ଯଦିଓ ଏହି ଜ୍ଞାନକୌଶଳ ପ୍ରାରମ୍ଭିକ ଅବସ୍ଥାରେ ରହିଛି, ଭବିଷ୍ୟତରେ ଏହା ରକ୍ତହୀନତା ରୋଗୀଙ୍କ ପାଇଁ ବେଶ୍‌ ବରଦାନ ସଦୃଶ ହେବ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମୁତାବକ ଏହି ଟେକ୍‌ନିକ୍ ୨୦୨୫ ସୁଦ୍ଧା ବଜାରରେ ଉପଲବ୍ଧ ହେବ ।

About The Author: The Sakala