କାହାପାଇଁ କ୍ଷତିକାରକ ଦହି

ଦହି ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। କିନ୍ତୁ ଏହା ସବୁ ବ୍ୟକ୍ତିଙ୍କ ପାଇଁ ସଠିକ୍ ଖାଦ୍ୟ ନୁହେଁ। କାରଣ ଶାରୀରିକ ଲକ୍ଷଣ ଅନୁଯାୟୀ, ଖାଦ୍ୟ ଗ୍ରହଣ କରିବା ଉଚିତ। ଆୟୁର୍ବେଦ ବିଶେଷଜ୍ଞ, ଡାକ୍ତର ଅବରାର ମୁଲ୍‌ତାନିଙ୍କ ମତରେ ଦହି ଖାଇବା ଦ୍ବାରା ହଜମ ସମସ୍ୟା ଦୂର ହୁଏ। ପେଟ ସମସ୍ୟା ଦୂର କରୁଥିବା ଜୀବାଣୁ ବୃଦ୍ଧିରେ ସହାୟକ ହୁଏ। ହାଡ଼କୁ ମଜବୁତ୍‌ ରଖୀବା ସହ ଏହା ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣରେ ରଖୀଥାଏ। କିନ୍ତୁ ନିମ୍ନଲିଖୀତ ସ୍ବାସ୍ଥ୍ୟ ସମସ୍ୟା ଥିଲେ […]

ଦହି ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। କିନ୍ତୁ ଏହା ସବୁ ବ୍ୟକ୍ତିଙ୍କ ପାଇଁ ସଠିକ୍ ଖାଦ୍ୟ ନୁହେଁ। କାରଣ ଶାରୀରିକ ଲକ୍ଷଣ ଅନୁଯାୟୀ, ଖାଦ୍ୟ ଗ୍ରହଣ କରିବା ଉଚିତ। ଆୟୁର୍ବେଦ ବିଶେଷଜ୍ଞ, ଡାକ୍ତର ଅବରାର ମୁଲ୍‌ତାନିଙ୍କ ମତରେ ଦହି ଖାଇବା ଦ୍ବାରା ହଜମ ସମସ୍ୟା ଦୂର ହୁଏ। ପେଟ ସମସ୍ୟା ଦୂର କରୁଥିବା ଜୀବାଣୁ ବୃଦ୍ଧିରେ ସହାୟକ ହୁଏ। ହାଡ଼କୁ ମଜବୁତ୍‌ ରଖୀବା ସହ ଏହା ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣରେ ରଖୀଥାଏ। କିନ୍ତୁ ନିମ୍ନଲିଖୀତ ସ୍ବାସ୍ଥ୍ୟ ସମସ୍ୟା ଥିଲେ ଆଦୌ ଦହି ଖାଇବା ଉଚିତ ନୁହେଁ।

  • ଆଲର୍ଜି ରୋଗୀ କେବେ ମଧ୍ୟ ଦହି ଖାଇବା ଉଚିତ ନୁହେଁ। କାରଣ କ୍ଷୀର, ଦହି ଓ ଦୁଗ୍ଧଜାତୀୟ ଖାଦ୍ୟରେ ଲାକ୍ଟୋଜ୍‌ର ପରିମାଣ ଅଧିକ ଥାଏ। ତେଣୁ ଦହି ଖାଇବା ଦ୍ବାରା ଆଲର୍ଜି ହୋଇଥାଏ, ଯାହାକୁ କୁହାଯାଏ ଲାକ୍ଟୋଜ୍ ଇନ୍‌ଟଲରାନ୍ସ। ଏହି ରୋଗୀ ଦହି ଖାଇବା ଦ୍ବାରା ପେଟ ଟାଣିହେବା ସହ ଡାଇରିଆର ଶିକାର ହୋଇଥାନ୍ତି।
  • ହାଡ଼ ଓ ଦାନ୍ତ ପାଇଁ ଦହି ବହୁତ ଲାଭଦାୟକ। କିନ୍ତୁ ଆର୍ଥ୍ରାଇଟିସ୍‌ ରୋଗୀ ଦହି ଖାଇବା ଦ୍ବାରା ଗଣ୍ଠି ଦରଜ ଅଧିକ ହୁଏ। ତେଣୁ ନିୟମିତ ଭାବରେ ଦହି ଖାଆନ୍ତୁ ନାହିଁ।
  • ଶ୍ବାସ ରୋଗୀ ଦହି ଖାଇବା ଦ୍ବାରା କଫ ଦୋଷରେ ଅସନ୍ତୁଳନ ଦେଖାଯାଏ। ଏହା ଫଳରେ ମ୍ୟୁକସ୍ ବା କଫ ଗାଢ଼ା ହୋଇଯାଏ। ଏହା ଦ୍ବାରା ନିଃଶ୍ବାସ ନେବାରେ କଷ୍ଟ ଅନୁଭୂତ ହୁଏ।
  • ସେହିପରି ଯେଉଁ ଲୋକଙ୍କ ଠାରେ ଏସିଡିଟି ସମସ୍ୟା ରହିଛି, ସେମାନେ ରାତିରେ ଆଦୌ ଦହି ଖାଇବା ଉଚିତ ନୁହେଁ। କାରଣ ରାତିରେ ଦହିର ସେବନ ପାଚନତନ୍ତ୍ରକୁ ଦୁର୍ବଳ କରିଦିଏ। ଏହାଦ୍ବାରା ହଜମ ଜନିତ ସମସ୍ୟା, ଆମ୍ବିଳା ହାକୁଟି ଓ ଛାତି ଜ୍ବଳନ ସମସ୍ୟା ଦେଖାଦିଏ। ଏହା ଏସିଡିଟି ସମସ୍ୟାକୁ ଆହୁରି ଅଧିକ ବଢ଼ାଇଥାଏ।
  • About The Author: The Sakala