ବର୍ତ୍ତମାନ ସମୟରେ ଦାନ୍ତ ସମସ୍ୟା ପ୍ରାୟ ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଦେଖାଦେଉଛି। ପିଲାଠୁ ବୁଢା ସମସ୍ତଙ୍କ ପାଇଁ ଏହା ଏକ ବଡ ସମସ୍ୟା ଭାବେ ଉଭା ହେଉଛି। ଛୋଟପିଲାଙ୍କର ଦାନ୍ତ ପୋକ ଲାଗିବା ଠୁ ଆରମ୍ଭ କରି ବେଳେ ଯୁବ ବୟସରେ ମଧ୍ୟ ଦାନ୍ତରେ ବିଭିନ୍ନ ସମସ୍ୟା ଦେଖାଯାଏ। ଏହି ସମୟରେ ଅଧିକାଂଶ ଲୋକ ଦାନ୍ତର ଯତ୍ନ କେବଳ ବ୍ରଶ୍ କରିବା ପାଇଁ ସୀମିତ ରଖନ୍ତି କିନ୍ତୁ ସେମାନଙ୍କର ଖାଇବା ଅଭ୍ୟାସ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ବିଶେଷଜ୍ଞଙ୍କ ଅନୁଯାୟୀ ଆପଣଙ୍କ ଖାଦ୍ୟର ଦାନ୍ତ ଉପରେ ମଧ୍ୟ ପ୍ରଭାବ ପଡିଥାଏ ଏବଂ କିଛି ଜିନିଷ ଖାଇବା ଦ୍ୱାରା ଦାନ୍ତ ଶୀଘ୍ର ଖରାପ ହୋଇଯାଏ ।
ଶୁଖିଲା ଫଳ(ଡ୍ରାଏ ଫୁଡ୍ସ)
ଶୁଖିଲା ଫଳ(ଡ୍ରାଏ ଫୁଡ୍ସ) ଖାଇବା ଉପକାରୀ ବୋଲି ବିବେଚନା କରାଯାଏ । କିନ୍ତୁ କାଜୁ, ଅକ୍ରୋଡ ଏବଂ କିସମିସ୍ ପରି ଅତ୍ୟଧିକ ପରିମାଣର ଶୁଖିଲା ଫଳ ଖାଇବା ଦ୍ୱାରା ଆପଣଙ୍କ ଦାନ୍ତ ନଷ୍ଟ ହୋଇପାରେ । ସୀମିତ ପରିମାଣରେ ଏହି ଜିନିଷଗୁଡିକ ଖାଆନ୍ତୁ ।
ଆଳୁ ଚିପ୍ସ୍
ଏହି ଜିନିଷ ଦାନ୍ତରେ ଫସି ରହିଥାଏ ଏବଂ ସଠିକ୍ ପରିଷ୍କାର ନହେଲେ କ୍ୟାବଟିକ୍ସ ହୋଇପାରେ। ଯଦି ଆପଣ ଦାନ୍ତକୁ ସୁସ୍ଥ ରଖିବାକୁ ଚାହାଁନ୍ତି, ତେବେ ଆଳୁ ଚିପ୍ସ ପରି ଜିନିଷ କମ୍ ପରିମାଣର ଖାଆନ୍ତୁ ଏବଂ ଖାଇବା ପରେ ଭଲ ଭାବେ କୁଳି କରି ପାଟିକୁ ପରିଷ୍କାର କରନ୍ତୁ।
ମଦ
ମଦ ଖାଇବା ଦ୍ୱାରା ଦାନ୍ତ ମଧ୍ୟ ନଷ୍ଟ ହୋଇଯାଏ । ମଦ, କଫି ଏବଂ ଚା ଭଳି ଜିନିଷ ପାଇଁ ଦାନ୍ତ ହଳଦିଆ ହୋଇପାରେ । ଏହି କାରଣରୁ, ଦାନ୍ତରେ ଏନାଲ୍ ଏରୋଜିନ୍ ସମସ୍ୟା ଦେଖାଦେଇପାରେ।
ମୃଦୁ ପାନୀୟ(କୋଲ୍ ଡ୍ରିକ୍ସ)
ମୃଦୁ ପାନୀୟ ଦ୍ୱାରା ଶରୀରରେ ଓଜନ ବୃଦ୍ଧି ଠାରୁ ଆରମ୍ଭ କରି ଅନେକ ସମସ୍ୟା ବଢିପାରେ । ଏହାଦ୍ୱାରା ଦାନ୍ତରେ ଅମ୍ଳୀୟ କ୍ଷତି ହୋଇଥାଏ । ମୃଦୁ ପାନୀୟ ସହ କାବ୍ରୋହାଇଡ୍ରେଡ୍ ପାନୀୟ, ଏନର୍ଜୀ ଡ୍ରିଙ୍କ୍ପରି ଜିନିଷ ଅଧିକ ଖାଆନ୍ତୁ ନାହିଁ । ଏସବୁ ଅଧିକ ପରିମାଣ ସେବନ କରିବା ଦ୍ବାରା ଦାନ୍ତରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ।