ଭାରତୀୟ ମହିଳାଙ୍କ ମଧ୍ୟରେ ବଢୁଛି କର୍କଟ ରୋଗର ଆଶଙ୍କା: ଜାଣନ୍ତୁ ୬ଟି ପ୍ରମୁଖ କର୍କଟ ଓ ଏହାର ଲକ୍ଷଣ

ଭାରତରେ ମହିଳାମାନଙ୍କ ମଧ୍ୟରେ କର୍କଟ ରୋଗ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି । ବିଶେଷଜ୍ଞ ମାନେ ସ୍ତନ ଓ ଗର୍ଭାଶୟ ମୁଖ କର୍କଟ ସମେତ ୬ଟି ସାଧାରଣ କର୍କଟ ରୋଗ ଏବଂ ଏହାର ପ୍ରାରମ୍ଭିକ ଲକ୍ଷଣ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।

ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ସ୍ତନ କର୍କଟ ବର୍ତ୍ତମାନ ଭାରତୀୟ ମହିଳାଙ୍କ ମଧ୍ୟରେ ସବୁଠାରୁ ସାଧାରଣ କର୍କଟ ରୋଗ ଭାବେ ଉଭା ହୋଇଛି। ଏହା ବ୍ୟତୀତ ଗର୍ଭାଶୟ ମୁଖ (Cervical), ଓଭାରିଆନ୍, ଏବଂ ଫୁସଫୁସ କର୍କଟ ରୋଗୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଓନକୋଲୋଜିଷ୍ଟ ବା କର୍କଟ ରୋଗ ବିଶେଷଜ୍ଞଙ୍କ ଅନୁଯାୟୀ, ଅଧିକାଂଶ କ୍ଷେତ୍ରରେ ରୋଗୀମାନେ ପ୍ରାଥମିକ ଲକ୍ଷଣକୁ ଅଣଦେଖା କରିବା କାରଣରୁ ରୋଗ ଜଟିଳ ଅବସ୍ଥାକୁ ଚାଲିଯାଏ, ଯାହା ପରବର୍ତ୍ତୀ ସମୟରେ ଚିକିତ୍ସାକୁ କଷ୍ଟସାଧ୍ୟ କରିଥାଏ।

ପ୍ରାରମ୍ଭିକ ଚିହ୍ନଟ ହିଁ କର୍କଟ ରୋଗରୁ ରକ୍ଷା ପାଇବାର ସବୁଠାରୁ ବଡ଼ ଉପାୟ। ଶରୀରରେ କୌଣସି ଅସ୍ୱାଭାବିକ ଗୋଟାଳି, ଦ୍ରୁତ ଓଜନ ହ୍ରାସ, ଅତ୍ୟଧିକ ଥକ୍କାପଣ କିମ୍ବା ମହିଳାମାନଙ୍କ କ୍ଷେତ୍ରରେ ଅନିୟମିତ ରକ୍ତସ୍ରାବ ଭଳି ଲକ୍ଷଣ ଦେଖାଦେଲେ ଏହାକୁ ଆଦୌ ଅଣଦେଖା କରିବା ଉଚିତ ନୁହେଁ। ବିଶେଷଜ୍ଞମାନେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସୁସ୍ଥ ଜୀବନଶୈଳୀ ଆପଣେଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

 

About The Author: Suryakanta