ଶରୀରରେ ଥିବା ହାଡକୁ ମଜବୁତ ରଖିବା ସହ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଖାଆନ୍ତୁ ଏହି ପରିବା….

ସଜନା ଶାଗ ହେଉ କି ସଜନା ଛୁଇଁ ଦୈନନ୍ଦିନ ଜୀବନରେ ଏହାକୁ ଖାଇବା ଦ୍ବାରା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ସଜନା ଛୁଇଁକୁ ଭିନ୍ନ ଭିନ୍ନ ପ୍ରଣାଳୀରେ ପ୍ରସ୍ତୁତ କରାଯାଉଥିଲେ ହେଁ ଦକ୍ଷିଣ ଭାରତର ଲୋକେ ଏହାକୁ ଅଧିକ ବ୍ୟବହାର କରିଥାନ୍ତି। ଏହା ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ । ଏନେଇ ଆୟୁର୍ବେଦିକ ଡାକ୍ତର ଅବରାର ମୁଲତାନୀ କୁହନ୍ତି ଯେ, ସଜନା ଛୁଇଁରେ ଭିଟାମିନ୍‌, ମିନେରାଲ, କ୍ୟାଲ୍‌ସିୟମ୍‌, ପୋଟାସିୟମ, ଆଇରନ ଆଦି ପୋଷକତତ୍ତ୍ବ […]

ସଜନା ଶାଗ ହେଉ କି ସଜନା ଛୁଇଁ ଦୈନନ୍ଦିନ ଜୀବନରେ ଏହାକୁ ଖାଇବା ଦ୍ବାରା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ସଜନା ଛୁଇଁକୁ ଭିନ୍ନ ଭିନ୍ନ ପ୍ରଣାଳୀରେ ପ୍ରସ୍ତୁତ କରାଯାଉଥିଲେ ହେଁ ଦକ୍ଷିଣ ଭାରତର ଲୋକେ ଏହାକୁ ଅଧିକ ବ୍ୟବହାର କରିଥାନ୍ତି। ଏହା ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ । ଏନେଇ ଆୟୁର୍ବେଦିକ ଡାକ୍ତର ଅବରାର ମୁଲତାନୀ କୁହନ୍ତି ଯେ, ସଜନା ଛୁଇଁରେ ଭିଟାମିନ୍‌, ମିନେରାଲ, କ୍ୟାଲ୍‌ସିୟମ୍‌, ପୋଟାସିୟମ, ଆଇରନ ଆଦି ପୋଷକତତ୍ତ୍ବ ମିଳିଥାଏ; ଯାହାକି, ଅନେକ ବିପଜ୍ଜନକ ଜୀବାଣୁଠାରୁ ଶରୀରକୁ ସୁରକ୍ଷା ଦେଇଥାଏ। ଏହାକୁ ନିୟମିତ ଖାଇବା ଦ୍ବାରା ଆମ ଅସ୍ଥି ମଜଭୁତ ହେବା ସହ ବୃକକ୍‌ ଭଲ ଭାବେ କାମ କରିଥାଏ । ସଜନା ଛୁଇଁରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ବ ଥିବାବେଳେ ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଏଥିରେ କମଳାଠାରୁ ୭ଗୁଣ ଅଧିକ ଭିଟାମିନ୍‌ ‘ସି’, ଗାଜର ତୁଳନାରେ ୧୦ଗୁଣା ଅଧିକ ଭିଟାମିନ୍‌ ‘ଏ’ ମିଳିଥାଏ। ଏ ସମସ୍ତ ପୋଷକତତ୍ତ୍ବ ଏକ ସୁସ୍ଥ ଶରୀର ଲାଗି ନିହାତି ଜରୁରୀ। ଏଥିରେ ଭରପୂର ମାତ୍ରାରେ ଆଇରନ୍‌ ଥିବାରୁ ଏହା ରକ୍ତହୀନତା ସମସ୍ୟାକୁ ଦୂରେଇ ଦିଏ। ଏଥିରେ ପ୍ରୋଟିନ୍‌, ଆମିନୋଏସିଡ, ଫାଇବର୍‌, ଭିଟାମିନ୍‌ ‘ବି’,‘ସି’ ଏବଂ ‘ଇ’ ମିଳିଥାଏ।

ସଜନା ଛୁଇଁରୁ ମିଳୁଥିବା ଫାଇଟୋକେମିକାଲକ୍ସ ବ୍ଲଡ୍‌ ସୁଗାରକୁ ନିୟନ୍ତ୍ରଣ କରିବାରେ କାମ କରିଥାଏ। ସଜନା ଛୁଇଁ ପେଟ ଲାଗି ବହୁତ ଲାଭଦାୟକ। ଏହା କୋଷ୍ଠକାଠିନ୍ୟ ସମସ୍ୟା, ଯନ୍ତ୍ରଣା, ଗ୍ୟାସ୍‌ ଆଦି ସମସ୍ୟାକୁ ଦୂର କରେ। ଏଥିରେ ଥିବା ଆଣ୍ଟି ଇନ୍‌ଫ୍ଲାମେଟରୀ ତତ୍ତ୍ବ ଅସ୍ଥିରେ ଯନ୍ତ୍ରଣା ଦୂର କରି ଅଷ୍ଟିଓପୋରୋସିସ୍‌ ସହିତ ଲଢ଼ିବାକୁ ସାହାଯ୍ୟ କରିଥାଏ। ଯାହାଫଳରେ ଅସ୍ଥିଗୁଡିକ ମଜଭୁତ ରହିଥାଏ। ସଜନା ଛୁଇଁ କୋଲେଷ୍ଟ୍ରଲ ସ୍ତରକୁ କମ୍ କରି ହୃତପିଣ୍ଡକୁ ସୁରକ୍ଷା ଦିଏ। ଏହାଦ୍ବାରା ହୃଦ୍‌ଘାତ ହେବାର ଆଶଙ୍କା କମ୍‌ ରହିଥାଏ ।

About The Author: The Sakala