ବ୍ରେନ ଷ୍ଟ୍ରୋକରୁ ବର୍ତ୍ତିବା ପାଇଁ ଆପଣାନ୍ତୁ 'BEFAST' ପଦ୍ଧତି: ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ

ବର୍ତ୍ତମାନର ବଦଳୁଥିବା ଜୀବନଶୈଳୀରେ ବ୍ରେନ ଷ୍ଟ୍ରୋକ୍ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି | ସଠିକ୍ ସମୟରେ ଏହାର ଲକ୍ଷଣ ଚିହ୍ନଟ କରିପାରିଲେ ଜଣେ ବ୍ୟକ୍ତିଙ୍କ ଜୀବନ ରକ୍ଷା କରାଯାଇପାରିବ | ଏଥିପାଇଁ ସ୍ନାୟୁରୋଗ ବିଶେଷଜ୍ଞମାନେ 'BEFAST' ପଦ୍ଧତି ଉପରେ ଗୁରୁତ୍ୱାରୋପ କରିଛନ୍ତି |

ସ୍ନାୟୁରୋଗ ବିଶେଷଜ୍ଞଙ୍କ ଅନୁଯାୟୀ, 'BEFAST' ର ପ୍ରତିଟି ଅକ୍ଷର ଏକ ସ୍ୱତନ୍ତ୍ର ଲକ୍ଷଣକୁ ସୂଚାଏ | 'B' (Balance) ଅର୍ଥାତ ଶରୀରର ସନ୍ତୁଳନ ହରାଇବା, 'E' (Eyes) ଦୃଷ୍ଟିଶକ୍ତିରେ ପରିବର୍ତ୍ତନ, 'F' (Face) ମୁହଁ ବଙ୍କା ହୋଇଯିବା, 'A' (Arms) ହାତରେ ଦୁର୍ବଳତା ଅନୁଭବ ହେବା, 'S' (Speech) କଥା କହିବାରେ ଅସୁବିଧା ଏବଂ 'T' (Time) ଅର୍ଥାତ ବିଳମ୍ବ ନକରି ତୁରନ୍ତ ଡାକ୍ତରଖାନା ଯିବା | ଏହି ଲକ୍ଷଣଗୁଡ଼ିକୁ ଚିହ୍ନଟ କରିବା ଦ୍ୱାରା ରୋଗୀଙ୍କୁ ସଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚାଇବା ସମ୍ଭବ ହୋଇଥାଏ |

ଷ୍ଟ୍ରୋକ୍ ହେବାର ପ୍ରଥମ କିଛି ଘଣ୍ଟାକୁ 'ଗୋଲ୍ଡେନ୍ ଆୱାର' ବୋଲି କୁହାଯାଏ | ଯଦି ଏହି ସମୟ ମଧ୍ୟରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳେ, ତେବେ ସ୍ଥାୟୀ ପାରାଲିସିସ୍ ବା ମୃତ୍ୟୁରୁ ରକ୍ଷା ମିଳିପାରିବ | ବିଶେଷ କରି ଉଚ୍ଚ ରକ୍ତଚାପ, ମଧୁମେହ, ମେଦବହୁଳତା ଏବଂ ଅତ୍ୟଧିକ ମାନସିକ ଚାପରେ ଥିବା ବ୍ୟକ୍ତିମାନେ ଷ୍ଟ୍ରୋକ୍ ହେବାର ଅଧିକ ଆଶଙ୍କା ଥାଏ | ସୁସ୍ଥ ଆହାର ଏବଂ ନିୟମିତ ବ୍ୟାୟାମ ଦ୍ୱାରା ଏହାକୁ ରୋକାଯାଇପାରିବ ବୋଲି ଡାକ୍ତରମାନେ ମତ ଦେଇଛନ୍ତି |

About The Author: Suryakanta