ସାବଧାନ! ବାୟୁ ପ୍ରଦୂଷଣ କେବଳ ଫୁସଫୁସ ନୁହେଁ, ଆପଣଙ୍କ ପେଟ ପାଇଁ ମଧ୍ୟ ବିପଜ୍ଜନକ; ଜାଣନ୍ତୁ ବିଶେଷଜ୍ଞଙ୍କ ମତ

ବର୍ଦ୍ଧିତ ବାୟୁ ପ୍ରଦୂଷଣ ବର୍ତ୍ତମାନ କେବଳ ଶ୍ୱାସକ୍ରିୟା ସମସ୍ୟାରେ ସୀମିତ ନାହିଁ, ବରଂ ଏହା ଆପଣଙ୍କ ପାଚନ ପ୍ରକ୍ରିୟା ବା ଗଟ୍ ହେଲ୍ଥକୁ ମଧ୍ୟ ଗୁରୁତର ଭାବେ ପ୍ରଭାବିତ କରୁଥିବା ନୂତନ ରିପୋର୍ଟରୁ ଜଣାପଡିଛି।

ବାୟୁରେ ଥିବା ବିଷାକ୍ତ କଣିକା ଏବଂ ପ୍ରଦୂଷକଗୁଡ଼ିକ ଶରୀର ମଧ୍ୟକୁ ପ୍ରବେଶ କରି ପାକସ୍ଥଳୀରେ ଥିବା ମାଇକ୍ରୋବିଓମର ସନ୍ତୁଳନ ବିଗାଡ଼ି ଦେଉଥିବା ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ଯେତେବେଳେ ଆମେ ପ୍ରଦୂଷିତ ବାୟୁ ଗ୍ରହଣ କରୁ, ସେଥିରେ ଥିବା ପିଏମ ୨.୫ ଭଳି କ୍ଷତିକାରକ କଣିକା ରକ୍ତ ପ୍ରବାହ ମାଧ୍ୟମରେ ପାଚନ ତନ୍ତ୍ରରେ ପହଞ୍ଚିଥାଏ, ଯାହା ଶରୀରରେ ପ୍ରଦାହ ବା ଇନଫ୍ଲାମେସନ୍ ସୃଷ୍ଟି କରେ।

ଚିକିତ୍ସକଙ୍କ ଅନୁଯାୟୀ, ଦୀର୍ଘ ସମୟ ଧରି ପ୍ରଦୂଷିତ ବାୟୁର ସଂସ୍ପର୍ଶରେ ଆସିବା ଦ୍ୱାରା ଲୋକମାନଙ୍କ ମଧ୍ୟରେ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନାଲ୍ ଇନଫେକ୍ସନ, ପେଟ ଯନ୍ତ୍ରଣା ଏବଂ ଆଇବିଡି (IBD) ଭଳି ଗୁରୁତର ସମସ୍ୟା ଦେଖାଦେଉଛି। ଏହା ପାଚନ ତନ୍ତ୍ରରେ ଥିବା ଉପକାରୀ ବ୍ୟାକ୍ଟେରିଆଙ୍କୁ ନଷ୍ଟ କରିଦେଉଥିବାରୁ ହଜମ ପ୍ରକ୍ରିୟା ମଧ୍ୟ ଦୁର୍ବଳ ହୋଇଯାଉଛି। ପ୍ରଦୂଷିତ ସ୍ଥାନ ମାନଙ୍କରୁ ଦୂରେଇ ରୁହନ୍ତୁ । ସଚେତନ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ । 

About The Author: Suryakanta