ଆସୁଛି ରାଜକୁମାର ହିରାନୀଙ୍କ ‘ପିକେ’ର ସିକ୍ବେଲ : ଅମିରଙ୍କ ବଦଳରେ ଲିଡ୍‌ ରୋଲରେ ନଜର ଆସିବେ ରଣବୀର

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅମୀର ଖାନ ଏବଂ ଅନୁଷ୍କା ଶର୍ମାଙ୍କ ସୁପରହିଟ୍ ଫିଲ୍ମ ‘ପିକେ’ ଦର୍ଶକଙ୍କ ଖୁବ୍‌ ପସନ୍ଦ ହୋଇଥିଲା। ଏବେ ଏହି ଫିଲ୍ମର ସିକ୍ୱେଲ ଆସିବାକୁ ଯାଉଛି। ଖାସ କଥା ହେଲା ଏଥର ଏ ଫିଲ୍ମରେ ଅମୀରଙ୍କ ସ୍ଥାନରେ ଅଭିନେତା ରଣବୀର କପୁର ନଜର ଆସିବେ ବୋଲି ଶୁଣିବାକୁ ମିଳୁଛି। ନିର୍ମାତା ବିଦୁ ବିନୋଦ ଚୋପ୍ରା ମଧ୍ୟ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ଫିଲ୍ମର ଲାଷ୍ଟ ସୀନ୍ ରେ ରଣବୀର କପୁର ମଧ୍ୟ ନଜର ଆସିଥିଲେ। […]

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅମୀର ଖାନ ଏବଂ ଅନୁଷ୍କା ଶର୍ମାଙ୍କ ସୁପରହିଟ୍ ଫିଲ୍ମ ‘ପିକେ’ ଦର୍ଶକଙ୍କ ଖୁବ୍‌ ପସନ୍ଦ ହୋଇଥିଲା। ଏବେ ଏହି ଫିଲ୍ମର ସିକ୍ୱେଲ ଆସିବାକୁ ଯାଉଛି। ଖାସ କଥା ହେଲା ଏଥର ଏ ଫିଲ୍ମରେ ଅମୀରଙ୍କ ସ୍ଥାନରେ ଅଭିନେତା ରଣବୀର କପୁର ନଜର ଆସିବେ ବୋଲି ଶୁଣିବାକୁ ମିଳୁଛି। ନିର୍ମାତା ବିଦୁ ବିନୋଦ ଚୋପ୍ରା ମଧ୍ୟ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ଏହି ଫିଲ୍ମର ଲାଷ୍ଟ ସୀନ୍ ରେ ରଣବୀର କପୁର ମଧ୍ୟ ନଜର ଆସିଥିଲେ। ଏବେ ଏକ ଚର୍ଚ୍ଚାର ବିଷୟ ସାମ୍ନାକୁ ଆସିଛି ଯେ ଫିଲ୍ମର ସିକ୍ବେଲରେ ଆମୀର ଖାନଙ୍କ ସ୍ଥାନରେ ରଣବୀର କପୁର କାହାଣୀକୁ ଆଗକୁ ନେବେ । କୁହାଯାଉଛି ଯେ, ନିର୍ମାତା ବିଧୁ ବିନୋଦ ଚୋପ୍ରା ମଧ୍ୟ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛନ୍ତି ।

ଫିଲ୍ମ ‘ପିକେ’ରେ ଶେଷ ସିନରେ ରଣବୀର କପୁର ଏକ ରେଡିଓ ଧରି ଅନ୍ୟ ଏକ ଗ୍ରହରୁ ଆସୁଥିବା ଦେଖିବାକୁ ମିଳିଥିଲା। ତେବେ ଏ ଫିଲ୍ମର କାହାଣୀ ରଣବୀର ହିଁ ଆଗକୁ ନେବେ ବୋଲି ବିଦୁ ବିନୋଦ ଚୋପ୍ରା ଏକ ସାକ୍ଷାତକାରରେ କହିଛନ୍ତି।ଅର୍ଜିତ ଯୋଶୀ ଫିଲ୍ମର କାହାଣୀ ଲେଖିବା ଆରମ୍ଭ କରିଛନ୍ତି। କାହାଣୀ ଲେଖା ଶେଷ ଶେଷ ହେବା ପରେ ଫିଲ୍ମର ସୁଟିଂ ଆରମ୍ଭ ହେବ।

‘ପିକେ’ର ପ୍ରଥମ ଭାଗରେ ରାଜକୁମାର ହିରାନୀ ନିର୍ଦ୍ଦେଶନା ଦେଇଥିଲେ। ଏଥର ବି ସେ ହିଁ ନିର୍ଦ୍ଦେଶନା ଦେବେ ବୋଲି କୁହାଯାଉଛି। ଏଥିରେ ଅମୀର, ଅନୁଷ୍କାଙ୍କ ବ୍ୟତୀତ ଅଭିନେତା ସୁଶାନ୍ତ ସିଂ ରାଜପୁତ, ବମନ ଇରାନୀ, ସଞ୍ଜୟ ଦତ୍ତ, ସୌରଭ ଶୁକ୍ଳା ପ୍ରମୁଖ ମୁଖ୍ୟ ରୋଲରେ ଥିଲେ।

About The Author: The Sakala