ବଲିଉଡ୍ର ଲୋକପ୍ରିୟ କଳାକାର ସନ୍ନି ଦେୱଲଙ୍କ ଅଭିନୀତ ଫିଲ୍ମ ‘ବର୍ଡର’ ୧୯୯୭ ମସିହାରେ ଆସିଥିଲା। ଜେପି ଦତ୍ତାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଭାରତ-ପାକିସ୍ତାନ ଯୁଦ୍ଧକୁ ଦେଖାଯାଇଥିଲା। କିଛିଦିନ ପୂର୍ବରୁ ସନ୍ନି ଏହାର ସିକ୍ବେଲ ବିଷୟରେ ଘୋଷଣା କରିଥିଲେ। ଏଥିରେ ସନ୍ନିଙ୍କୁ ଲିଡ୍ ରୋଲରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଛି। ତେବେ ଫିଲ୍ମର କଳାକାର ଏଯାଏଁ ଫାଇନାଲ ହୋଇନାହାନ୍ତି। ଇତିମଧ୍ୟରେ ବରୁଣ ଧୱନ୍ଙ୍କ ଏହି ଫିଲ୍ମରେ ଏଣ୍ଟ୍ରି ହୋଇଛି। ବରୁଣଙ୍କୁ ଏଥିରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ଏହାପୂର୍ବରୁ ଆୟୁଷ୍ମାନ୍ ଖୁରାନା ମଧ୍ୟ ଏହି ଫିଲ୍ମରେ କାମ କରିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ କୌଣସି କାରଣବଶତଃ ଏଥିରୁ ଆୟୁଷ୍ମାନ୍ଙ୍କୁ ବାଦ୍ ଦିଆଯାଇ ବରୁଣଙ୍କୁ ନିଆଯାଇଛି। ତେବେ ‘ବର୍ଡର-୨’କୁ ୨୦୨୫ ଗଣତନ୍ତ୍ର ଦିବସ ଅବସରରେ ରିଲିଜ୍ କରାଯିବା ପାଇଁ ଯୋଜନା ରହିଛି।
‘ବର୍ଡର-୨’ରେ ବରୁଣ ଧୱନ୍ଙ୍କ ଏଣ୍ଟ୍ରି…
ବଲିଉଡ୍ର ଲୋକପ୍ରିୟ କଳାକାର ସନ୍ନି ଦେୱଲଙ୍କ ଅଭିନୀତ ଫିଲ୍ମ ‘ବର୍ଡର’ ୧୯୯୭ ମସିହାରେ ଆସିଥିଲା। ଜେପି ଦତ୍ତାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଭାରତ-ପାକିସ୍ତାନ ଯୁଦ୍ଧକୁ ଦେଖାଯାଇଥିଲା। କିଛିଦିନ ପୂର୍ବରୁ ସନ୍ନି ଏହାର ସିକ୍ବେଲ ବିଷୟରେ ଘୋଷଣା କରିଥିଲେ। ଏଥିରେ ସନ୍ନିଙ୍କୁ ଲିଡ୍ ରୋଲରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଛି। ତେବେ ଫିଲ୍ମର କଳାକାର ଏଯାଏଁ ଫାଇନାଲ ହୋଇନାହାନ୍ତି। ଇତିମଧ୍ୟରେ ବରୁଣ ଧୱନ୍ଙ୍କ ଏହି ଫିଲ୍ମରେ ଏଣ୍ଟ୍ରି ହୋଇଛି। ବରୁଣଙ୍କୁ ଏଥିରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ମିଳିପାରେ […]