ବିମାନବନ୍ଦରରେ ଅପଦସ୍ତ ହେଲେ ଉର୍ବଶୀ

ବଲିଉଡ୍ ସୁନ୍ଦରୀ ଉର୍ବଶୀ ରୌତେଲା ତାଙ୍କର ଷ୍ଟାଇଲିସ୍ ଅନ୍ଦାଜ ପାଇଁ ବେଶ୍ ଜଣାଶୁଣା। ସବୁବେଳେ ନିଆରା ପୋଷାକ ପିନ୍ଧି ଚର୍ଚ୍ଚାରେ ରହିଥିବା ଉର୍ବଶୀ ଅନେକବାର ମାଲ୍ଫଙ୍କସନ୍ର ମଧ୍ୟ ଶିକାର ହୋଇଛନ୍ତି। ନିକଟରେ ଉର୍ବଶୀଙ୍କୁ ତାଙ୍କ ପୋଷାକ ପାଇଁ ବିମାନବନ୍ଦରରେ ଅପଦସ୍ତ ହେବାକୁ ପଡିଛି। ଉର୍ବଶୀଙ୍କୁ ମୁମ୍ବଇ ବିମାନ ବନ୍ଦରରେ ଏକ ସିମେଣ୍ଟ ରଙ୍ଗର ପୋଷାକରେ ଦେଖାଯାଇଥିଲା। ଏହି ପୋଷାକକୁ ମ୍ୟାଚ୍ କରି ସେ ଏକ ହିଲ୍ ମଧ୍ୟ ପିନ୍ଧିଥିଲେ। ବିମାନବନ୍ଦରରୁ ଓହ୍ଲାଇ ଉର୍ବଶୀ କାର୍ ମଧ୍ୟକୁ ଯେତେବେଳେ […]

ବଲିଉଡ୍ ସୁନ୍ଦରୀ ଉର୍ବଶୀ ରୌତେଲା ତାଙ୍କର ଷ୍ଟାଇଲିସ୍ ଅନ୍ଦାଜ ପାଇଁ ବେଶ୍ ଜଣାଶୁଣା। ସବୁବେଳେ ନିଆରା ପୋଷାକ ପିନ୍ଧି ଚର୍ଚ୍ଚାରେ ରହିଥିବା ଉର୍ବଶୀ ଅନେକବାର ମାଲ୍ଫଙ୍କସନ୍ର ମଧ୍ୟ ଶିକାର ହୋଇଛନ୍ତି। ନିକଟରେ ଉର୍ବଶୀଙ୍କୁ ତାଙ୍କ ପୋଷାକ ପାଇଁ ବିମାନବନ୍ଦରରେ ଅପଦସ୍ତ ହେବାକୁ ପଡିଛି। ଉର୍ବଶୀଙ୍କୁ ମୁମ୍ବଇ ବିମାନ ବନ୍ଦରରେ ଏକ ସିମେଣ୍ଟ ରଙ୍ଗର ପୋଷାକରେ ଦେଖାଯାଇଥିଲା।

ଏହି ପୋଷାକକୁ ମ୍ୟାଚ୍ କରି ସେ ଏକ ହିଲ୍ ମଧ୍ୟ ପିନ୍ଧିଥିଲେ। ବିମାନବନ୍ଦରରୁ ଓହ୍ଲାଇ ଉର୍ବଶୀ କାର୍ ମଧ୍ୟକୁ ଯେତେବେଳେ ବସିବାକୁ ଗଲେ ସେତେବେଳେ ଉର୍ବଶୀଙ୍କ ପୋଷାକ ଉଡି ଯାଇଥିଲା। ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ଉର୍ବଶୀ ଆଦୌ ଏଥିରେ ବିଚଳିତ ନ ହୋଇ ବେଶ୍ ଆରାମରେ ନିଜ ପୋଷାକକୁ ସଜାଡ଼ି ନେଇଥିଲେ।

ଉର୍ବଶୀ ଏବେ ଅନେକ ଅନ୍ତର୍ଜାତୀୟ ପତ୍ରିକାର ପ୍ରଚ୍ଛଦ୍ଧ ପୃଷ୍ଠା ପାଇଁ ଫଟୋ ସୁଟ୍ କରାଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି। ବହୁତ ଜଲଦି ସେ ରଣଦୀପ ହୁଡ୍ଡାଙ୍କ ସହ ଏକ ଫିଲ୍ମରେ ଲିଡ୍ ରୋଲ୍ରେ ନଜର ଆସିବେ।

About The Author: The Sakala