‘ସେର୍‌ନି’ର ଟ୍ରେଲର୍ ରିଲିଜ୍‌ : ବନ ଅଧିକାରୀ ଭୂମିକାରେ ନଜର ଆସିବେ ବିଦ୍ୟା

ବଲିଉଡ୍ ଅଭିନେତ୍ରୀ ବିଦ୍ୟା ବାଲାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସେର୍‌ନି’ର ଟ୍ରେଲର୍ ଆଜି ଲଞ୍ଚ୍‌ କରାଯାଇଛି। ଦୁଇ ମିନିଟ୍ ୨୬ ସେକେଣ୍ଡର ଏହି ଭିଡିଓକୁ ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ଲଞ୍ଚ୍ କରାଯାଇଛି। ଏଥିରେ ବିଦ୍ୟାଙ୍କ ଦମଦାର୍ ଅଭିନୟ ତାଙ୍କର ପ୍ରଶଂସକମାନଙ୍କୁ ବେଶ୍ ପସନ୍ଦ ଆସିଛି। ଏହି ଫିଲ୍ମରେ ବିଦ୍ୟା ଜଣେ ବନ ଅଧିକାରୀ ଭୂମିକାରେ ନଜର ଆସିବେ। ଜଣେ ସଶକ୍ତ ମହିଳାଙ୍କୁ ବିଦ୍ୟାଙ୍କ ଭୂମିକାରେ ଦେଖାଯାଇଛି। ଏକ ବ୍ୟାଘ୍ର ପ୍ରକଳ୍ପ ଉପରେ ଫିଲ୍ମର କାହାଣୀ। ଗୋଟିଏ ମଣିଷଖିଆ […]

ବଲିଉଡ୍ ଅଭିନେତ୍ରୀ ବିଦ୍ୟା ବାଲାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସେର୍‌ନି’ର ଟ୍ରେଲର୍ ଆଜି ଲଞ୍ଚ୍‌ କରାଯାଇଛି। ଦୁଇ ମିନିଟ୍ ୨୬ ସେକେଣ୍ଡର ଏହି ଭିଡିଓକୁ ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ଲଞ୍ଚ୍ କରାଯାଇଛି। ଏଥିରେ ବିଦ୍ୟାଙ୍କ ଦମଦାର୍ ଅଭିନୟ ତାଙ୍କର ପ୍ରଶଂସକମାନଙ୍କୁ ବେଶ୍ ପସନ୍ଦ ଆସିଛି। ଏହି ଫିଲ୍ମରେ ବିଦ୍ୟା ଜଣେ ବନ ଅଧିକାରୀ ଭୂମିକାରେ ନଜର ଆସିବେ। ଜଣେ ସଶକ୍ତ ମହିଳାଙ୍କୁ ବିଦ୍ୟାଙ୍କ ଭୂମିକାରେ ଦେଖାଯାଇଛି। ଏକ ବ୍ୟାଘ୍ର ପ୍ରକଳ୍ପ ଉପରେ ଫିଲ୍ମର କାହାଣୀ। ଗୋଟିଏ ମଣିଷଖିଆ ବାଘକୁ ନେଇ ଏହି ବ୍ୟାଘ୍ର ପ୍ରକଳ୍ପ ପାଖରେ ଥିବା ଆଖପାଖ ଗାଁର ଲୋକେ କିପରି ଭୟଭୀତ ହୋଇ ଉଠିଛନ୍ତି ଓ ଏହି ସମୟରେ ସେଠାରେ ନିଯୁକ୍ତି ପାଇଥିବା ଜଣେ ମହିଳା ବନ ଅଧିକାରୀ ପରିସ୍ଥିତିକୁ କିପରି ନିୟନ୍ତ୍ରଣକୁ ଆଣୁଛନ୍ତି ତାହାକୁ ନେଇ ଫିଲ୍ମର କାହାଣୀ। ଟ୍ରେଲର୍‌ରେ ଏକ ଜଙ୍ଗଲ ମଧ୍ୟରେ ବିଦ୍ୟା ତାଙ୍କର ଦୁଇଜଣ ସାଥୀଙ୍କ ସହିତ ନଜର ଆସିଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଅମିତ୍‌ ମସୁରକର ଦେଇଛନ୍ତି।

About The Author: The Sakala