‘ରେଡ୍‌-୨’ ତମନ୍ନା ନେଇଛନ୍ତି କୋଟିଏ…

ଅଭିନେତ୍ରୀ ତମନ୍ନା ଭାଟ୍ଟିଆ ସାଉଥ୍‌ ଇଣ୍ଡଷ୍ଟ୍ରୀର ଜଣେ ଆଗଧାଡ଼ିର ଅଭିନେତ୍ରୀ ଭାବେ ଜଣାଯାନ୍ତି। ସେ ବଲିଉଡ୍‌ରେ ମଧ୍ୟ ତାଙ୍କ ଅଭିନୟ ଜାରି ରଖିଛନ୍ତି। ବଲିଉଡ୍‌ରେ ତମନ୍ନା ଡ୍ୟାନ୍ସ ଆଇଟମ୍‌ଗୁଡ଼ିକ ପାଇଁ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଛନ୍ତି। ଇତିମଧ୍ୟରେ ଅଜୟ ଦେବଗନଙ୍କ ଅଭିନୀତ ‘ରେଡ୍-୨’ର ଗୀତ ‘ନଶା’ ରିଲିଜ୍‌ ହୋଇଛି। ଏଥିରେ ତମନ୍ନା ତାଙ୍କ ବୋଲଡ୍‌ ଲୁକ୍‌ ସହ ଜବରଦସ୍ତ ନାଚ ଦ୍ବାରା ଦର୍ଶକଙ୍କ ହୃଦୟ ଜିଣିବାରେ ସଫଳ ହୋଇଛନ୍ତି। ଏହା ସାମାଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ ହେବାରେ […]

ଅଭିନେତ୍ରୀ ତମନ୍ନା ଭାଟ୍ଟିଆ ସାଉଥ୍‌ ଇଣ୍ଡଷ୍ଟ୍ରୀର ଜଣେ ଆଗଧାଡ଼ିର ଅଭିନେତ୍ରୀ ଭାବେ ଜଣାଯାନ୍ତି। ସେ ବଲିଉଡ୍‌ରେ ମଧ୍ୟ ତାଙ୍କ ଅଭିନୟ ଜାରି ରଖିଛନ୍ତି। ବଲିଉଡ୍‌ରେ ତମନ୍ନା ଡ୍ୟାନ୍ସ ଆଇଟମ୍‌ଗୁଡ଼ିକ ପାଇଁ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଛନ୍ତି। ଇତିମଧ୍ୟରେ ଅଜୟ ଦେବଗନଙ୍କ ଅଭିନୀତ ‘ରେଡ୍-୨’ର ଗୀତ ‘ନଶା’ ରିଲିଜ୍‌ ହୋଇଛି। ଏଥିରେ ତମନ୍ନା ତାଙ୍କ ବୋଲଡ୍‌ ଲୁକ୍‌ ସହ ଜବରଦସ୍ତ ନାଚ ଦ୍ବାରା ଦର୍ଶକଙ୍କ ହୃଦୟ ଜିଣିବାରେ ସଫଳ ହୋଇଛନ୍ତି। ଏହା ସାମାଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ସେ ଏହି ଗୀତ ପାଇଁ କୋଟିଏ ଟଙ୍କା ନେଇଥିବା ଚର୍ଚ୍ଚା ହେଉଛି। ଏହାପୂର୍ବରୁ ତମନ୍ନାଙ୍କ ‘ସ୍ତ୍ରୀ ୨’ର ‘ଆଜ୍‌ କି ରାତ୍‌’ ଡ୍ୟାନ୍ସ ନମ୍ବର ବେଶ୍‌ ଭାଇରାଲ ହୋଇଥିଲା। ଏଥିପାଇଁ ମଧ୍ୟ ସେ କୋଟିଏ ଟଙ୍କା ନେଇଥିଲେ। ସେହିଭଳି ‘ହିମ୍ମତବାଲା’ ଫିଲ୍ମର ‘ତାକି ତାକି ’ ଗୀତ ପାଇଁ ତମନ୍ନା ୫୦ ଲକ୍ଷ ନେଇଥିଲେ।

About The Author: The Sakala