୬ ବର୍ଷ ପରେ କପିଲ ଶର୍ମା ଶୋ’କୁ ଫେରିଲେ ସିଦ୍ଧୁ

ଅମୃତସର: ପୂର୍ବତନ କ୍ରିକେଟର ତଥା କଂଗ୍ରେସ ବରିଷ୍ଠ ନେତା ନଭଜୋତ ସିଂ ସିଦ୍ଧୁ ଦୀର୍ଘ ୬ ବର୍ଷ ପରେ ‘ଦି ଗ୍ରେଟ୍‌‌ ଇଣ୍ଡିଆନ କପିଲ ଶର୍ମା ଶୋ’କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଫଳରେ କମେଡିଆନ୍‌‌ କପିଲ ଶର୍ମା ଓ ସିଦ୍ଧୁଙ୍କ ଯୋଡିକୁ ଦର୍ଶକ ପୁଣି ପସନ୍ଦ କରିବେ ବୋଲି ଆଶା କରାଯାଉଛି। ଏହି ଲୋକପ୍ରିୟ ଶୋ’ର ତୃତୀୟ ସିଜିନ ଆସନ୍ତା ୨୧ ତାରିଖରୁ ଓଟିଟି ପ୍ଲାଟଫର୍ମ ନେଟ୍‌‌ଫ୍ଲିକ୍ସରେ ପ୍ରିମିୟର ହେବ। ନେଟ୍‌‌ଫ୍ଲିକ୍ସ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଏ […]

ଅମୃତସର: ପୂର୍ବତନ କ୍ରିକେଟର ତଥା କଂଗ୍ରେସ ବରିଷ୍ଠ ନେତା ନଭଜୋତ ସିଂ ସିଦ୍ଧୁ ଦୀର୍ଘ ୬ ବର୍ଷ ପରେ ‘ଦି ଗ୍ରେଟ୍‌‌ ଇଣ୍ଡିଆନ କପିଲ ଶର୍ମା ଶୋ’କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଫଳରେ କମେଡିଆନ୍‌‌ କପିଲ ଶର୍ମା ଓ ସିଦ୍ଧୁଙ୍କ ଯୋଡିକୁ ଦର୍ଶକ ପୁଣି ପସନ୍ଦ କରିବେ ବୋଲି ଆଶା କରାଯାଉଛି। ଏହି ଲୋକପ୍ରିୟ ଶୋ’ର ତୃତୀୟ ସିଜିନ ଆସନ୍ତା ୨୧ ତାରିଖରୁ ଓଟିଟି ପ୍ଲାଟଫର୍ମ ନେଟ୍‌‌ଫ୍ଲିକ୍ସରେ ପ୍ରିମିୟର ହେବ। ନେଟ୍‌‌ଫ୍ଲିକ୍ସ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଏ ନେଇ ସୂଚନା ଦେଇଛି। ସିଦ୍ଧୁ ମଧ୍ୟ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ପୋଷ୍ଟ କରି ଏ ନେଇ ପ୍ରଶଂସକଙ୍କୁ ଅବଗତ କରାଇଛନ୍ତି। ଉଲ୍ଲେଖଥାଉ କି, ୨୦୧୯ରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ସୃଷ୍ଟି ହୋଇଥିବା ବିବାଦ କାରଣରୁ ସିଦ୍ଧୁ ଏହି ଲୋକପ୍ରିୟ ଶୋ ଛାଡିଥିଲେ। ତାଙ୍କ ସ୍ଥାନରେ ଅଭିନେତ୍ରୀ ଅର୍ଚ୍ଚନା ପୁରନ ସିଂ ଶୋରେ ସାମିଲ ହୋଇଥିଲେ। ତେବେ ସିଦ୍ଧୁ ଫେରିବାର ପରେ ଅର୍ଚ୍ଚନାଙ୍କ କୌଣସି କ୍ଷତି ହେବ ନାହିଁ। କାରଣ ସିଦ୍ଧୁ ଓ ଅର୍ଚ୍ଚନା ଦୁହିଁଙ୍କୁ ଏକା ସାଥିରେ ଶୋ’ରେ ଦେଖିବାକୁ ମିଳିବ।

About The Author: The Sakala