`ସ୍ତ୍ରୀ-୨’ର ସୁଟିଂ ଆରମ୍ଭ କଲେ ଶ୍ରଦ୍ଧା

ଶ୍ରଦ୍ଧା କପୁର ଓ ରାଜକୁମାର ରାଓଙ୍କ ଅଭିନୀତ `ସ୍ତ୍ରୀ’ ଚଳଚ୍ଚିତ୍ର ବକ୍ସ ଅଫିସ୍‌ରେ ସୁପର୍‌ହିଟ୍‌ ସାବ୍ୟସ୍ତ େହାଇଥିଲା। ୨୦୧୮େର ମୁକ୍ତିଲାଭ କରିଥିବା ଏହି ଫିଲ୍ମଟିକୁ ଦର୍ଶକେ ଏତେମାତ୍ରାରେ ପସନ୍ଦ କରିଥିଲେ ଯେ, ଏହାର ନିର୍ମାତା ଏବେ ଏହାର ଦ୍ବିତୀୟ ଭାଗ ନେଇ ଆସୁଛନ୍ତି। ହରର୍‌ କମେଡି ଉପରେ ଆଧାରିତ ଏହି ଫିଲ୍ମ ଦର୍ଶକଙ୍କୁ ଏବେ ଏକ ନୂଆ ଟ୍ବିଷ୍ଟ ଦେବ। ଇତିମଧ୍ୟରେ ଏହାର ସୁଟିଂ ଆରମ୍ଭ ହୋଇଛି। ଜିଓ ଷ୍ଟୁଡିଓ ଓ ମେଡକ୍‌ ଫିଲ୍ମସ୍‌ ପକ୍ଷରୁ ଏହି […]

ଶ୍ରଦ୍ଧା କପୁର ଓ ରାଜକୁମାର ରାଓଙ୍କ ଅଭିନୀତ `ସ୍ତ୍ରୀ’ ଚଳଚ୍ଚିତ୍ର ବକ୍ସ ଅଫିସ୍‌ରେ ସୁପର୍‌ହିଟ୍‌ ସାବ୍ୟସ୍ତ େହାଇଥିଲା। ୨୦୧୮େର ମୁକ୍ତିଲାଭ କରିଥିବା ଏହି ଫିଲ୍ମଟିକୁ ଦର୍ଶକେ ଏତେମାତ୍ରାରେ ପସନ୍ଦ କରିଥିଲେ ଯେ, ଏହାର ନିର୍ମାତା ଏବେ ଏହାର ଦ୍ବିତୀୟ ଭାଗ ନେଇ ଆସୁଛନ୍ତି। ହରର୍‌ କମେଡି ଉପରେ ଆଧାରିତ ଏହି ଫିଲ୍ମ ଦର୍ଶକଙ୍କୁ ଏବେ ଏକ ନୂଆ ଟ୍ବିଷ୍ଟ ଦେବ। ଇତିମଧ୍ୟରେ ଏହାର ସୁଟିଂ ଆରମ୍ଭ ହୋଇଛି। ଜିଓ ଷ୍ଟୁଡିଓ ଓ ମେଡକ୍‌ ଫିଲ୍ମସ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି।

`ସ୍ତ୍ରୀ-୨’ରେ ରାଜକୁମାର ଓ ଶ୍ରଦ୍ଧାଙ୍କ ବ୍ୟତୀତ ପଙ୍କଜ ତ୍ରିପାଠୀ, ଅପରାଶକ୍ତି ଖୁରାନା, ଅଭିଷେକ ବାନାର୍ଜୀ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ। ନିେଜ ଶ୍ରଦ୍ଧା ମଧ୍ୟ ଏନେଇ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଶ୍ରଦ୍ଧା ଏଥିରେ େଲଖିଛନ୍ତି- ‘ପୁଣି ଚନ୍ଦେରିରେ ଆତଙ୍କ ଦେଖାଯାଇଛି। ‘ସ୍ତ୍ରୀ-୨’ର ସୁଟିଂ ଆରମ୍ଭ ହୋଇଛି। ଅଗଷ୍ଟ ୨୦୨୪େର ଆସୁଛି’। ଶ୍ରଦ୍ଧାଙ୍କ ଏହି ପୋଷ୍ଟ ଆସିବା ପରେ ଦର୍ଶକେ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି।

About The Author: The Sakala