‘ଚାଲବାଜ୍‌ ଇନ୍‌ ଲଣ୍ଡନ’ରେ ଶ୍ରଦ୍ଧା

ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁର ନିଜ ଅଭିନୟ ଦକ୍ଷତା ଯୋଗୁଁ ଖୁବ୍‌ କମ୍ ବୟସରୁ ସଫଳତା ହାସଲ କରିଛନ୍ତି। ଶ୍ରଦ୍ଧା କାହାଣୀକୁ ଦେଖି ଫିଲ୍ମ ସାଇନ୍‌ କରନ୍ତି। ସେଥିପାଇଁ ତାଙ୍କର ପ୍ରାୟ ସବୁ ଫିଲ୍ମ ବକ୍ସ ଅଫିସ୍‌ରେ ହିଟ୍ ସାବ୍ୟସ୍ତ ହୋଇଛି। ୧୯୮୯ର ଶ୍ରୀଦେବୀଙ୍କ ଅଭିନୀତ ‘ଚାଲବାଜ୍‌’ର ସ୍ବିକେଲ୍ ଫିଲ୍ମ ‘ଚାଲବାଜ୍‌ ଇନ୍‌ ଲଣ୍ଡନ’ରେ ଶ୍ରଦ୍ଧା ଡବଲ୍ ରୋଲ୍‌ରେ  ନଜର ଆସିବେ। ‘ଚାଲବାଜ୍‌ ଇନ୍‌ ଲଣ୍ଡନ’ର ନିର୍ଦ୍ଦେଶନା ଦେବେ ପଙ୍କଜ ପରାଶର। ଫିଲ୍ମକୁ ନେଇ ଶ୍ରଦ୍ଧା କୁହନ୍ତି […]

ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁର ନିଜ ଅଭିନୟ ଦକ୍ଷତା ଯୋଗୁଁ ଖୁବ୍‌ କମ୍ ବୟସରୁ ସଫଳତା ହାସଲ କରିଛନ୍ତି। ଶ୍ରଦ୍ଧା କାହାଣୀକୁ ଦେଖି ଫିଲ୍ମ ସାଇନ୍‌ କରନ୍ତି। ସେଥିପାଇଁ ତାଙ୍କର ପ୍ରାୟ ସବୁ ଫିଲ୍ମ ବକ୍ସ ଅଫିସ୍‌ରେ ହିଟ୍ ସାବ୍ୟସ୍ତ ହୋଇଛି। ୧୯୮୯ର ଶ୍ରୀଦେବୀଙ୍କ ଅଭିନୀତ ‘ଚାଲବାଜ୍‌’ର ସ୍ବିକେଲ୍ ଫିଲ୍ମ ‘ଚାଲବାଜ୍‌ ଇନ୍‌ ଲଣ୍ଡନ’ରେ ଶ୍ରଦ୍ଧା ଡବଲ୍ ରୋଲ୍‌ରେ  ନଜର ଆସିବେ।

‘ଚାଲବାଜ୍‌ ଇନ୍‌ ଲଣ୍ଡନ’ର ନିର୍ଦ୍ଦେଶନା ଦେବେ ପଙ୍କଜ ପରାଶର। ଫିଲ୍ମକୁ ନେଇ ଶ୍ରଦ୍ଧା କୁହନ୍ତି ଯେ, ‘ମୁଁ ବହୁତ ଭାଗ୍ୟଶାଳୀ, ‘ଚାଲବାଜ୍‌ ଇନ୍‌ ଇଣ୍ଡିଆ’ ଲାଗି ମୋେତ ପ୍ରଥମେ ପସନ୍ଦ କରିଥÒବାରୁ ମୁଁ ଟିମ୍‌କୁ ଧନ୍ୟବାଦ ଜଣାଉଛି। ବର୍ତ୍ତମାନ ସୁଦ୍ଧା ଫିଲ୍ମର ଅଭିନେତାଙ୍କୁ ନେଇ କୌଣସି ସୂଚନା ମିଳିପାରିନାହିଁ। ଶ୍ରଦ୍ଧା ଶ୍ରୀଦେବୀଙ୍କ ପରି ନିଖୁଣ ଅଭିନୟ କରି ଦର୍ଶକଙ୍କୁ ଆକୃଷ୍ଟ କରିପାରିବେ ବୋଲି ଏହାର ନିର୍ଦ୍ଦେଶକ କହିଛନ୍ତି।

About The Author: The Sakala