‘ମହାଭାରତ’ରେ କର୍ଣ୍ଣ ଭୂମିକାରେ ନଜର ଆସିବେ ସାହିଦ

ବଲିଉଡ୍‌ ଅଭିନେତା ସାହିଦ କପୁରଙ୍କ ଆଗାମୀ ଚଳଚ୍ଚିତ୍ର ‘ଜର୍ସି’କୁ ତାଙ୍କ ପ୍ରଶଂସକମାନେ ବେଶ୍‌ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି। ଏହି ଚଳଚ୍ଚିତ୍ରରେ ସାହିଦ ଜଣେ କ୍ରିକେଟ ଖେଳାଳି ଭୂମିକାରେ ନଜର ଆସିବେ। ଏହାର ସୁଟିଂ ମଧ୍ୟ ଇତିମଧ୍ୟରେ ଶେଷ ହୋଇସାରିଛି। ବର୍ତ୍ତମାନ କେବଳ ଯାହା ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବାକୁ ସମସ୍ତେ ଅପେକ୍ଷା କରିଛନ୍ତି। ଏହାରି ଭିତରେ ସାହିଦ କପୁରଙ୍କ ପ୍ରଶଂସକଙ୍କ ଲାଗି ରହିଛି ଖୁସି ଖବର। ନିର୍ଦ୍ଦେଶକ ରାକେଶ ଓମ୍‌ ପ୍ରକାଶ ମେହରାଙ୍କ ମେଗା […]

ବଲିଉଡ୍‌ ଅଭିନେତା ସାହିଦ କପୁରଙ୍କ ଆଗାମୀ ଚଳଚ୍ଚିତ୍ର ‘ଜର୍ସି’କୁ ତାଙ୍କ ପ୍ରଶଂସକମାନେ ବେଶ୍‌ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି। ଏହି ଚଳଚ୍ଚିତ୍ରରେ ସାହିଦ ଜଣେ କ୍ରିକେଟ ଖେଳାଳି ଭୂମିକାରେ ନଜର ଆସିବେ। ଏହାର ସୁଟିଂ ମଧ୍ୟ ଇତିମଧ୍ୟରେ ଶେଷ ହୋଇସାରିଛି। ବର୍ତ୍ତମାନ କେବଳ ଯାହା ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବାକୁ ସମସ୍ତେ ଅପେକ୍ଷା କରିଛନ୍ତି। ଏହାରି ଭିତରେ ସାହିଦ କପୁରଙ୍କ ପ୍ରଶଂସକଙ୍କ ଲାଗି ରହିଛି ଖୁସି ଖବର। ନିର୍ଦ୍ଦେଶକ ରାକେଶ ଓମ୍‌ ପ୍ରକାଶ ମେହରାଙ୍କ ମେଗା ବଜେଟ୍‌ର ଚଳଚ୍ଚିତ୍ର ‘ମହାଭାରତ’ରେ ସାହିଦ କର୍ଣ୍ଣ ଭୂମିକାରେ ନଜର ଆସିବେ। ସାହିଦ୍‌ଙ୍କୁ ଫିଲ୍ମର କାହାଣୀ ବହୁତ ପସନ୍ଦ ଆସିଛି। ପୌରାଣିକ ବିଷୟବସ୍ତୁ ଉପରେ ଏହି ଚଳଚ୍ଚିତ୍ର ହେବ। ୨୦୨୩ରେ ‘ମହାଭାରତ’କୁ ରିଲିଜ୍ କରିବାକୁ ଆଶା ରଖିଛନ୍ତି । ଏହାପୂର୍ବରୁ ସାହିଦ୍‌ ‘କବୀର ସିଂହ’ ‘ପଦ୍ମାବତ୍‌’ ‘ବିବାହ’ ‘ଜବ ୱିଇ ମେଟ୍‌’ ଆଦି ଚଳଚ୍ଚିତ୍ରରେ ଦମ୍‌ଦାର ଅଭିନୟ କରି ଯୁବପିଢ଼ିଙ୍କ ହୃଦୟ ଜିଣିଥÒଲେ ସାହିଦ।

About The Author: The Sakala