ବାଲୁକାକଳା ମାଧ୍ୟମରେ କଙ୍ଗନାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଜନ୍ମଦିନ । କଙ୍ଗନା ଆଜି ନିଜର ୩୪ ତମ ଜନ୍ମଦିନ ପାଳନ କରୁଛନ୍ତି । ଏଥିପାଇଁ ତାଙ୍କ ନିକଟକୁ ଶୁଭେଚ୍ଛାର ଶୁଅ ଛୁଟିଛି।  ଏହି ଅବସରରେ  ପୁରୀ ସମୁଦ୍ରକୂଳରେ ଏକ ସୁନ୍ଦର ବାଲୁକା କଳା ତିଆରି କରି କଙ୍ଗନାକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।  ଆଉ ନିଜ ଟ୍ୱିଟର ପେଜରେ ଫଟୋ ପୋଷ୍ଟ କରି ବଲିଉଡ ଅଭିନେତ୍ରୀ କଙ୍ଗନାଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି । Many Thanks […]

ପୁରୀ: ଆଜି ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଜନ୍ମଦିନ । କଙ୍ଗନା ଆଜି ନିଜର ୩୪ ତମ ଜନ୍ମଦିନ ପାଳନ କରୁଛନ୍ତି । ଏଥିପାଇଁ ତାଙ୍କ ନିକଟକୁ ଶୁଭେଚ୍ଛାର ଶୁଅ ଛୁଟିଛି।  ଏହି ଅବସରରେ  ପୁରୀ ସମୁଦ୍ରକୂଳରେ ଏକ ସୁନ୍ଦର ବାଲୁକା କଳା ତିଆରି କରି କଙ୍ଗନାକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।  ଆଉ ନିଜ ଟ୍ୱିଟର ପେଜରେ ଫଟୋ ପୋଷ୍ଟ କରି ବଲିଉଡ ଅଭିନେତ୍ରୀ କଙ୍ଗନାଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ।

ସୁଦର୍ଶନ ପଟ୍ଟନାୟକ ଟ୍ବିଟରେ ଲେଖିଛନ୍ତି ଯେ, ହାପି ବାର୍ଥ ଡେ ବଲିଉଡ କ୍ୱିନ। ଭଗବାନ ଜଗନ୍ନାଥଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହୁ । ଏହାସହ ଶ୍ରେଷ୍ଠ ଅଭିନେତ୍ରୀର ରାଷ୍ଟ୍ରୀୟ ପୁରସ୍କାର ଜିତିଥିବା ଯୋଗୁଁ ମଧ୍ୟ ସେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅନ୍ଯପକ୍ଷରେ କଙ୍ଗନା ସୁଦର୍ଶନଙ୍କ ପୋଷ୍ଟକୁ ରିଟ୍ବିଟ୍ କରି ତାଙ୍କୁ ଅଶେଷ ଧନ୍ୟବାଦ ଦେଇଛନ୍ତି ।

About The Author: The Sakala