ବାଲାଜୀ ଟେଲିଫିଲ୍ମସ୍ ଏବଂ ରିଲାଏନ୍ସ ଏଣ୍ଟରଟେନ୍ମେଣ୍ଟର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଗୁଡ୍ବାଏ’ର ସୁଟିଂ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି। ବିକାଶ ବହଲ ଫିଲ୍ମଟିର ନିର୍ଦ୍ଦେଶନା ଦେଉଥିବା ବେଳେ ଏଥିରେ ବିଗ୍ବି ଅମିତାଭ ବଚ୍ଚନ ଲିଡ୍ ରୋଲ୍ରେ ନଜର ଆସିବେ। ବାପ- ଝିଅ ସମ୍ପର୍କକୁ ନେଇ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମରେ ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଦେଖାଯିବେ । ରଶ୍ମିକା ଏହାର ସୁଟିଂ ନିକଟରେ ଆରମ୍ଭ କରିଛନ୍ତି। ରଶ୍ମିକା କନ୍ନଡ, ତେଲୁଗୁ ଏବଂ ତାମିଲ ଫିଲ୍ମ ଦୁନିଆରେ ବେଶ୍ ନାଁ କମାଇଥିବାବେଳେ ‘ମିଶନ୍ ମଜନୁ’ ଫିଲ୍ମ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି।
ଏହି ଫିଲ୍ମରେ ସେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ନଜର ଆସିବେ। ତେଣୁ ଗୋଟିଏ ସମୟରେ ବଲିଉଡ଼ର ଦୁଇ ଲୋକପ୍ରିୟ ଅଭିନେତାଙ୍କ ସହ କାମକରିବାର ସୁଯୋଗ ପାଇଥିବାରୁଏହାକୁ ନେଇ ବେଶ୍ ଉତ୍ସାହିତ ରହିଛନ୍ତି ଏହି ସୁନାମଧନ୍ୟା ଅଭିନେତ୍ରୀ। ‘ଗୁଡ୍ବାଏ’ରେ ପୁଣିଥରେ ବିକାଶ ବହଲ ଓ ଏକତା କପୁର ଏକାଠି ପୁଣି କାମ କରୁଛନ୍ତି। ପୂର୍ବରୁ ଏହି ଯୋଡି ‘ଉଡ୍ତା ପଞ୍ଜାବ’ ଓ ‘ଲୁଟେରା’ରେ ଏକାଠି କାମ କରିଥିଲେ।